ଶତ୍ରୁଙ୍କ ନିଦ ହଜାଇବ ‘ନାଗ’

July 08, 2019, ଦେଶ, , Anupambharat News Bureau


ଶତ୍ରୁଙ୍କ ନିଦ ହଜାଇବ ‘ନାଗ’
Anupambharat News Bureau
July 08, 2019

ନୂଆଦିଲ୍ଲୀ: ଭାରତୀୟ ସେନାରେ ନାଗ ମିସାଇଲ୍‌କୁ ସାମିଲ କରିବା ପାଇଁ ପ୍ରକ୍ରିୟା ଆଉ ପାଦେ ଆଗେଇଛି । ରବିବାର ରାତିରେ ଡିଆରଡିଓ ପକ୍ଷରୁ ପୋଖରାନ ଫାୟାରିଂ ରେଞ୍ଜରେ ୩ଟି ନାଗ ମିସାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି । ଏହା ସଫଳ ଭାବେ ନିଜର ଟାର୍ଗେଟକୁ ହିଟ୍‌ କରିଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି । ଏହା ନାଗ-ଆଣ୍ଟି-ଟ୍ୟାଙ୍କ ମିସାଇଲ୍‌ ଭାବେ ପରିଚତ । ଏହି ଆଣ୍ଟି ଟ୍ୟାଙ୍କ ମିସାଇଲ୍‌ଟି ଉଭୟ ଦିନ ଓ ଘନ ଅନ୍ଧକାରରେ ମଧ୍ୟ ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଧ୍ୱଂସ କରିଦେବାର କ୍ଷମତା ରଖିଛି । ଡିଆରଡିଓର ଅଧିକାରୀ କହିଛନ୍ତି, ରବିବାର ଉଭୟ ଦିନ ଓ ରାତିରେ ନାଗ ମିସାଇଲ୍‌ର ପରୀକ୍ଷଣ କରାଯାଇଥିଲା । ୩ଟି ଯାକ ପରୀକ୍ଷଣ ସଫଳ ରହିଛି । ଏହାକୁ ଭାରତୀୟ ସ୍ଥଳ ସେନାର ବିଶେଷ ଯାନରେ ଲଗାଯିବ । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଗତବର୍ଷ ୫୨୪ କୋଟି ଟଙ୍କାରେ ଡିଆରଡିଓ ଦ୍ୱାରା ଡିଜାଇନ୍‌ ଓ ବିକଶିତ ହୋଇଥିବା ନାଗ ମିସାଇଲ୍‌ ସିଷ୍ଟମ କିଣିବାକୁ ମଞ୍ଜୁରୀ ଦେଇଥିଲା । ଆଜି ମଧ୍ୟ ଡିଆରଡିଓ ଏହି ମସାଇଲ୍‌ର ଅଧିକ କ୍ଷମତା ମାପିବା ପାଇଁ କିଛି ପରୀକ୍ଷା କରିଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩୦ ଫୁଟ ତଳକୁ ଖସିଲା ବସ୍‌ ,୨୯ ମୃତ

୩୦ ଫୁଟ ତଳକୁ ଖସିଲା ବସ୍‌ ,୨୯ ମୃତ

Read More...

ଆମେରିକା ଗସ୍ତ ବେଳେ ରାଷ୍ଟ୍ରଦୂତଙ୍କ ଘରେ ରହିବେ ଇମ୍ରାନ

ଆମେରିକା ଗସ୍ତ ବେଳେ ରାଷ୍ଟ୍ରଦୂତଙ୍କ ଘରେ ରହିବେ ଇମ୍ରାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page