ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରୁଛନ୍ତି ସତୀଶ

June 26, 2019, ଦେଶ, , Anupambharat News Bureau


ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରୁଛନ୍ତି ସତୀଶ
Anupambharat News Bureau
June 26, 2019

ହାଇଦ୍ରାବାଦ: ସ୍ୱାମୀ ବିବେକାନନ୍ଦ କହିଥିଲେ ଦୃଢ଼ ଇଚ୍ଛାଶକ୍ତି ଥିଲେ ପ୍ରତିଷ୍ଠା ଆସେ ବା ଉଦ୍ଦେଶ୍ୟ ସଫଳ ହୋଇଥାଏ । ଏବେ ତାହା ପୁଣିଥରେ ପ୍ରମାଣିତ ହୋଇଛି ହାଇଦ୍ରାବାଦର ଜଣେ ପ୍ରଫେସରଙ୍କ କ୍ଷେତ୍ରରେ । ତାଙ୍କର ଦୀର୍ଘ ଦିନର ସ୍ୱପ୍ନ ସଫଳ ହୋଇଛି । ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତìତ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ହାଇଦ୍ରାବାଦ ନିବାସୀ ୪୫ ବର୍ଷୀୟ ପ୍ରଫେସର ସତୀଶ କୁମାର । ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର କି;ୁ ଦୀର୍ଘ ଦିନରୁ ସେ, ବ୍ୟବହାର ଅନୁପଯୋଗୀ ହୋଇ ପଡିଥିବା ପ୍ଲାଷ୍ଟିକରୁ ପେଟ୍ରୋଲ୍‌ ବାହାର କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲେ, ଆଜି ତାହା ସଫଳ ହୋଇଛି । ସତୀଶ ଏହି ପ୍ରକ୍ରିୟାକୁ ପ୍ଲାଷ୍ଟିକ୍‌ ପାୟରୋଲିସିସ୍‌ ନାମକରଣ କରିଛନ୍ତି । ଖାଲି ପେଟ୍ରୋଲ୍‌ ନୁହେଁ, ଡିଜେଲ, ବିମାନ ପାଇଁ ଇନ୍ଧନ ମଧ୍ୟ ପ୍ରସ୍ତìତ ହୋଇପାରିବ ବୋଲି ସେ ଦାବି କରିଛନ୍ତି । ପ୍ରଥମେ ବ୍ୟବହାର ଅନୁପୋଯୋଗୀ ହୋଇପଡ଼ିଥିବା ପ୍ଲାଷ୍ଟିକକୁ ସତୀଶ ସଂଗ୍ରହ କରୁଥିଲେ । ଏହାପରେ ସେ ତାକୁ ଅଧିକରୁ ଅଧିକ ଗରମ କରି ତରଳାଇବା ପରେ କେମିକାଲ ସାହାଯ୍ୟରେ ପେଟ୍ରୋଲ୍‌, ଡିଜେଲ ଆଦି ପ୍ରସ୍ତìତ କରିପାରୁଛନ୍ତି ବୋଲି ସତୀଶ କହିଛନ୍ତି । ୫୦୦ ଲିଟର ବର୍ଜ୍ୟ ପ୍ଲାଷ୍ଟିକକୁ ତରଳାଇ ସେ ୪୦୦ ଲିଟର ପେଟ୍ରୋଲ ପ୍ରସ୍ତìତ କରୁଥିବା କହିଛନ୍ତି । ସବୁଠୁ ବଡ଼ କଥା ହେଲା ଏହି ପ୍ରକ୍ରିୟା ପାଇଁ ପାଣି ଆଦୌ ବ୍ୟବହାର ହୁଏ ନାହିଁ କି ବାହାରେ ନାହିଁ । ସତୀଶ କୁମାର ହାଇଡ୍ରୋକ୍‌ସି ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ମଧ୍ୟ ଏକ କମ୍ପାନୀ ପ୍ରତିଷ୍ଠା କରିଛନ୍ତି । ଏହି କମ୍ପାନୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏମଏସଏମଇ ଶିଳ୍ପ ଅଧୀନରେ ପଞ୍ଜିକୃତ ହୋଇଛି । ଜାତୀୟ ଗଣମାଧ୍ୟମ ନ୍ୟୁଜ୍‌ ୧୮କୁ ପ୍ରତିକ୍ରିୟା ଦେଇ ସତୀଶ କହିଛନ୍ତି ଏହି ପ୍ଲାଷ୍ଟିକ୍‌ ପାୟରୋଲିସିସ ଦ୍ୱାରା ବାୟୁ ପ୍ରଦୂଷଣ ହୁଏ ନାହିଁ । ୨୦୧୬ରୁ ଆଜି ଯାଏ ୫୦ ଟନ ବର୍ଜ୍ୟ ପ୍ଲାଷ୍ଟିକକୁ ସେ ପେଟ୍ରୋଲରେ ପରିଣତ କରିଛନ୍ତି । ପେଟ୍ରୋଲ ପ୍ରସ୍ତìତ କରିବା ପରେ ସ୍ଥାନୀୟ ବେପାରୀଙ୍କୁ ଲିଟର ପିଛା ୪୦ରୁ ୫୦ ଟଙ୍କା ଦରରେ ସେ ବିକ୍ରି କରୁଥିବା କହିଛନ୍ତି । ହାଇଦ୍ରାବାଦର ଜଣେ ପ୍ରଫେସରଙ୍କ କ୍ଷେତ୍ରରେ । ତାଙ୍କର ଦୀର୍ଘ ଦିନର ସ୍ୱପ୍ନ ସଫଳ ହୋଇଛି । ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତìତ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ହାଇଦ୍ରାବାଦ ନିବାସୀ ୪୫ ବର୍ଷୀୟ ପ୍ରଫେସର ସତୀଶ କୁମାର । ପେସାରେ ଜଣେ ମେକାନିକାଲ ଇଞ୍ଜିନିୟରି । ଖାଲି ପେଟ୍ରୋଲ୍‌ ନୁହେଁ, ଡିଜେଲ, ବିମାନ ପାଇଁ ଇନ୍ଧନ ମଧ୍ୟ ପ୍ରସ୍ତìତ ହୋଇପାରିବ ବୋଲି ସେ ଦାବି କରିଛନ୍ତି । ପ୍ରଥମେ ବ୍ୟବହାର ଅନୁପୋଯୋଗୀ ହୋଇପଡ଼ିଥିବା ପ୍ଲାଷ୍ଟିକକୁ ସତୀଶ ସଂଗ୍ରହ କରୁଥିଲେ । ଏହାପରେ ସେ ତାକୁ ଅଧିକରୁ ଅଧିକ ଗରମ କରି ତରଳାଇବା ପରେ କେମିକାଲ ସାହାଯ୍ୟରେ ପେଟ୍ରୋଲ୍‌, ଡିଜେଲ ଆଦି ପ୍ରସ୍ତìତ କରିପାରୁଛନ୍ତି ବୋଲି ସତୀଶ କହିଛନ୍ତି । ୫୦୦ ଲିଟର ବର୍ଜ୍ୟ ପ୍ଲାଷ୍ଟିକକୁ ତରଳାଇ ସେ ୪୦୦ ଲିଟର ପେଟ୍ରୋଲ ପ୍ରସ୍ତìତ କରୁଥିବା କହିଛନ୍ତି । ସବୁଠୁ ବଡ଼ କଥା ହେଲା ଏହି ପ୍ରକ୍ରିୟା ପାଇଁ ପାଣି ଆଦୌ ବ୍ୟବହାର ହୁଏ ନାହିଁ କି ବାହାରେ ନାହିଁ । ତେବେ ଏହା ଗାଡିରେ ବ୍ୟବହାର ହୋଇପାରିବ କି ନାହିଁ, ତାହା ସରକାରୀ ସ୍ତରରେ ଯାଞ୍ଚ ହୋଇନଥିବା ସତୀଶ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୦ ଟଙ୍କିଆ ନୋଟକୁ ନେଇ ବିବାଦ, ଗ୍ରାହକଙ୍କୁ ହତ୍ୟା କଲା ପରିବା ଦୋକାନୀ

୧୦ ଟଙ୍କିଆ ନୋଟକୁ ନେଇ ବିବାଦ, ଗ୍ରାହକଙ୍କୁ ହତ୍ୟା କଲା ପରିବା ଦୋକାନୀ

Read More...

ବର୍ବରତାର ସବୁ ସୀମା ଟପିଲା,  ମହିଳାଙ୍କୁ ଘରୁ ଟେକିଆଣି ଖୁଣଫରେ ବାନ୍ଧି ନିର୍ମମ ଅତ୍ୟାଚାର

ବର୍ବରତାର ସବୁ ସୀମା ଟପିଲା, ମହିଳାଙ୍କୁ ଘରୁ ଟେକିଆଣି ଖୁଣଫରେ ବାନ୍ଧି ନିର୍ମମ ଅତ୍ୟାଚାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page