ବର୍ବରତାର ସବୁ ସୀମା ଟପିଲା, ମହିଳାଙ୍କୁ ଘରୁ ଟେକିଆଣି ଖୁଣଫରେ ବାନ୍ଧି ନିର୍ମମ ଅତ୍ୟାଚାର

June 26, 2019, ଓଡ଼ିଶା, , Anupambharat News Bureau


ବର୍ବରତାର ସବୁ ସୀମା ଟପିଲା,  ମହିଳାଙ୍କୁ ଘରୁ ଟେକିଆଣି ଖୁଣଫରେ ବାନ୍ଧି ନିର୍ମମ ଅତ୍ୟାଚାର
Anupambharat News Bureau
June 26, 2019

ଜଳେଶ୍ୱର,୨୬ା୬ (ଅନୁପମ ମିଡିଆ): ଜଳେଶ୍ୱର ପୈାରାଂଚଳର ଶାସନବାଡ ଗ୍ରାମରେ ଜଣେ ମହିଳାଙ୍କୁ ଘରୁ ଟେକିଆଣି ଖୁଣଫରେ ବାନ୍ଧି ସଂଘବଦ୍ଧ ଭାବେ ନିର୍ମମ ଭାବେ ଅତ୍ୟାଚାର କରିବା ଓ ପରେ ପୋଲିସ ଦ୍ୱାରା ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରିବା ଘଟଣା ମଧ୍ୟଯୁଗୀୟ ବର୍ବରତାକୁ ଟପିଯାଇଛି ବୋଲି ଏଠାରେ ଚର୍ଚ୍ଚା ଚାଲିଛି । ୨୬ ତାରିଖ ବୁଧବାର ସକାଳ ପ୍ରାୟ ୬ଟା ୩୦ମି. ସମୟରେ ଶାସନବାଡ ଗ୍ରାମର ସେକ ଅଫସର ଅଲ୍ଲୀ, ତାଙ୍କ ସ୍ତ୍ରୀ କାଶିଦାନ ବିବି, ତାଙ୍କ ପୁଅ ସେକ ଅନ୍‌ସାର ଅଲ୍ଲି ଓ ଅନସାର ଅଲ୍ଲିଙ୍କ ସ୍ତ୍ରୀ, ସାନପୁଅ ସେକ ଇର୍ସାଦ୍‌ ଅଲ୍ଲୀ ଓରଫ ବାବୁ, ସେକ ଆକବର ଅଲ୍ଲୀଙ୍କ ସ୍ତ୍ରୀ, ଅଫସର ଅଲ୍ଲୀଙ୍କ ଭାଇ ସେକ ଗୁଫ୍‌ରାନ୍‌ ଅଲ୍ଲୀ ଓ ତାଙ୍କର ଶଳା ରାଜପୁର ଗ୍ରାମର ସେକ ଜଲିଲ ପ୍ରମୁଖ ସଂଘବଦ୍ଧ ଭାବେ ତଲୱାର, ଠେଙ୍ଗା, କାତି ଇତ୍ୟାଦି ମାରଣାସ୍ତ୍ର ଧରି ଉକ୍ତ ଗ୍ରାମର ତାହେର ଶାହାଙ୍କ ଭାଣିଜି ନୈତୁଲ ବିବିଙ୍କୁ ତାଙ୍କ ଘରୁ ଜୋର ଜୋବରଦସ୍ତ ଟେକିଆଣି ଘୋଷାରି ଘୋଷରି ଘର ବାରଣ୍ଡାରେ ସର୍ବ ସମ୍ମୁଖରେ ଦଉଡିରେ ବାନ୍ଧି ବିଧା, ଗୋଇଠା ଓ ଠେଙ୍ଗାରେ ପ୍ରହାର କରିଥିବା ବେଳେ ସେକ ଇର୍ସାଦ ଅଲ୍ଲୀ ତା ବେକରେ ତଲୱାର ଲଗାଇ ଅଶ୍ଲୀଳ ଇଙ୍ଗିତ କରି ତାର ପିନ୍ଧା ଲୁଗାକୁ ଛିଣ୍ଡାଇ ବେଇଜ୍ଜତ କରିବା ସଂପର୍କରେ ତାହେର ସାହା ଜଳେଶ୍ୱର ଥାନାତେ ଲିଖିତ ଏତାଲା ଦେଇଛନ୍ତି । ଏପରିକି ଆକ୍ରମଣକାରୀ ସେକ ଅଫସର ଅଲ୍ଲୀ, ସେକ ଜଲିଲ ଓ ଇର୍ସାଦ ଅଲ୍ଲୀ ଉକ୍ତ ମହିଳାଙ୍କ ପେଟରେ ଗୋଇଠା ମାରି ରକ୍ତାକ୍ତ କରି ଗୁରୁତର କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଖବର ପାଇ ଜଳେଶ୍ୱର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଉକ୍ତ ମହିଳାଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରି ପ୍ରଥମେ ଜଳେଶ୍ୱର ଜି.କେ.ଭଟ୍ଟର ହସପିଟାଲରେ ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ସଦର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାହେର ସାହା ନିବେଦନ କରିଛନ୍ତି । ପୋଲିସ ଏହି ଘଟଣା ସଂପର୍କରେ ତଦନ୍ତ ଜାରି ରଖିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରୁଛନ୍ତି ସତୀଶ

ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରୁଛନ୍ତି ସତୀଶ

Read More...

ଭିଜିଲାନ୍ସ ହାତରେ ଗିରଫ ହେଲେ ଆଳି ଥାନା ଏଏସ୍‌ଆଇ

ଭିଜିଲାନ୍ସ ହାତରେ ଗିରଫ ହେଲେ ଆଳି ଥାନା ଏଏସ୍‌ଆଇ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page