ଆର୍ଥିକ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ କମ୍‌ ଦରମା ଦିଆଯିବ

May 13, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ଆର୍ଥିକ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ କମ୍‌ ଦରମା ଦିଆଯିବ
Anupambharat News Bureau
May 13, 2019

ମୁମ୍ବାଇ: ଜେଟ୍‌ ଏୟାର୍‌େୱଜ୍‌ ବନ୍ଦ ହୋଇଥବା ପରେ ଆର୍ଥିକ ଦୁର୍ଦ୍ଦଶା ଭୋଗୁଛନ୍ତି ଏହାର ହଜାର ହଜାର କର୍ମଚାରୀ । କର୍ମଚାରୀମାନଙ୍କୁ ନେଇ ଏକ ପ୍ରତିନିଧି ଦଳ ମହାରାଷ୍ଟ୍ରମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ଙ୍କୁ ଭେଟିଛନ୍ତି । କମ୍‌ ଦରମାରେ କାର୍ଯ୍ୟ କରିବାକୁ କର୍ମଚାରୀମାନେ ରାଜି କିନ୍ତୁ କମ୍ପାନ ବନ୍ଦ ନହେଉ ବୋଲି ଏମାନେ ଫଡ଼୍‌ନାଭିସ୍‌ଙ୍କୁ କହିଛନ୍ତି । ଫଡ଼୍‌ନାବିସ୍‌ କର୍ମଚାରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସରକାର ମେ’୨୩ ପରେ ଏହି ମାମଲାର ହସ୍ତକ୍ଷେପ କରିବେ । ଏହା ପୂର୍ବରୁ କମ୍ପାନୀର କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଗୁହାରି ଜଣାଇ ସାରିଛନ୍ତି । ସୂଚନାଯୋଗ୍ୟ, ଗତ ୪ ମାସ ହେବ ଚେଟ୍‌ ଏୟାର୍‌ ସଙ୍କଟର ସାମନା କରୁଛି । ଏହାର ଉଡ଼ାଣ ଏପ୍ରିଲ୍‌ ୧୭ ବନ୍ଦ ହୋଇଛି । କମ୍ପାନୀ ୮, ୦୦୦କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣ ବୋଝ ରହିଛି । ଏହାର ୨୨ ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀ ଏବେ ଆର୍ଥିକ ସଙ୍କଟ ମଧ୍ୟରେ କାଳାତିପାତ କରୁଛନ୍ତି । ଗତ ୭ ବର୍ଷରେ ବନ୍ଦ ହୋଇଥିବା ଷଷ୍ଠ କମ୍ପାନୀ ହେଉଛି ଜେଟ୍‌ ଏୟାର୍‌େୱଜ୍‌ । ୨୦୧୨ରେ ବିଜୟ ମାଲ୍ୟାଙ୍କ କିଙ୍ଗ୍‌ଫିସର ଏୟାର୍‌ଲାଇନ୍ସ ବନ୍ଦ ହୋଇଥିଲା । ଏହାପରେ ଏୟାର୍‌ ପେଗାସସ୍‌ ଏୟାର୍‌ କୋଷ୍ଠା, ଏୟାର୍‌ କାର୍ଣ୍ଣିଭୋଲ ଏବଂ ଜୁମ୍‌ ଏୟାରର ଉଡ଼ାଣ ବନ୍ଦ ହୋଇଥିଲା । ଜେଟ୍‌ କର୍ମଚାରୀମାନେ ରାସ୍ତାକୁ ଆସି ଯାଇଥିବା ବେଳେ କମ୍ପାନୀର ନିଲାମ ପ୍ରକ୍ରୀୟା ଆଗକୁ ବଢ଼ୁନି । ସମ୍ଭାବ୍ୟ ବିଡ଼ରମାନଙ୍କ ମଧ୍ୟରେ ଆଗ୍ରହ ଦେଖାଦେଉଥିବା ବେସରକାରୀ ବିମାନ ଚଳାଳଚ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି । ଉଲ୍ଲେଖଥାଉକି ଜେଟ୍‌ ଏୟାର୍‌େୱଜ୍‌ ଇଣ୍ଡିଆ ଲିଃ ବୋର୍ଡ ଅଫ୍‌ ଡାଇରେକଫରରୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କିଛି ଅନ୍ୟ କର୍ମଚାରୀ ମଧ୍ୟ ଇସ୍ତଫା ଦେଇଥିଲେ । ବିମାନ କମ୍ପାନୀର ପ୍ରତିଷ୍ଠାତା ନରେଶ ଗୋଏଲ୍‌ ଏହାର କାର୍ଯ୍ୟକ୍ଷମ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଜଣାପଡ଼ିଛି । ଆର୍ଥିକ ଋଣବୋଝରେ ଡୁବି ରହିଥିବା କମ୍ପାନୀ ପରିଚାଳନା ଦିଗରେ ନିଷ୍ପତ୍ତି ନେଇଥିଲେ । ଫଳରେ ଜେଟ୍‌ ଏୟାର୍‌େୱଜ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କ ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ଜଣାଯାଇଛି । ଜେଟ୍‌ ଏୟାର୍‌େୱଜ୍‌ ପକ୍ଷରୁ କୁହାଯାଇଛି ଯେ, ଷ୍ଟକ୍‌ ଏକ୍ସଚେଞ୍ଜ ପକ୍ଷରୁ ଆଇନଗତ ମତ ପ୍ରଦାନ କରିଛନ୍ତି । ଜେଟ୍‌ ଏୟାର୍‌େୱଜ୍‌ ନିଜର ସମସ୍ତ ଉଡାଣ ଏପି୍ରଲ୍‌ ୧୭ରୁ ବନ୍ଦ କରିଛି । ଆର୍ଥିକ ଋଣବୋଝ ହୋଇଥିବାରୁ ଏହି ସମସ୍ୟାକୁ ନେଇ ସପ୍ତାହ ମଧ୍ୟରେ ପ୍ରତିଷ୍ଠାତା ନରେଶ ଗୋଏଲ୍‌ ଓ ତାଙ୍କ ସ୍ତ୍ରୀ ଅନିତା ଗୋଏଲ୍‌ ଏୟାର୍‌ଲାଇନ୍‌ ବୋର୍ଡରୁ ଇସ୍ତଫା ଦେଇଥିଲେ । ବିଗତ କିଛି ମାସ ଧରି ଜେଟ୍‌ ଏୟାର ୍‌େୱଜ୍‌ କର୍ମଚାରୀ ଓ ପାଇଲଟ୍‌ଙ୍କ ବକେୟା ଦରମା ପାଇପାରିନାହାନ୍ତି । ଏହାର ଭବିଷ୍ୟତ, ଦୁଇ କର୍ମଚାରୀ ୟୁନିୟନ୍‌ ପତ୍ର ମାଧ୍ୟମରେ ସେମାନଙ୍କ ସମସ୍ୟା ଗୁହିକ ଅବଗତ କରିଛନ୍ତି । ଅନୁରୋଧ କ୍ରମେ ସେମାନଙ୍କ ବକେୟା ଦର ମା ପ୍ରସଙ୍ଗ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ଉଚିତ । ଜେଟ୍‌ ଏୟାର୍‌େୱଜ୍‌ର ଯେଉଁ ସ୍ଥିତି ଦିଆଯାଇଛି, ତାହାର ପ୍ରତ୍ୟକ୍ଷ ପରିଚାଳନା ଜେଟ୍‌ ଏୟାର୍‌େୱଜ୍‌ (ଇଣ୍ଡିଆ)ଲିଃର କର୍ମଚାରୀଙ୍କ ବକେୟା ପାଉଣା ପାଇବା ପାଇଁ ପଦକ୍ଷେପ ନେବା ପାଇଁ ଧ୍ୟାନ ଦେବ ଜରୁରୀ ହୋଇଛି । ଜରୁରୀ କାଳୀନ ସମୟରେ ପାଣ୍ଠି ପ୍ରତ୍ୟେକ ମିନିଟ୍‌ ଓ ପ୍ରତ୍ୟେକ ପଦକ୍ଷେପ ପରୀକ୍ଷଣ କରିବା ଉଚିତ । ଜେଟ୍‌ ଏୟାର୍‌େୱର ଅସ୍ଥିରତା ରହିବା ସହ ଜେଟ୍‌ ଏୟାର୍‌େୱ ଅସ୍ଥାୟୀ ବନ୍ଦ ଏପି୍ରଲ୍‌ ୧୭ରେ ଜରୁରୀକାଳୀନ ପାଣ୍ଠି ଋଣ ପ୍ରଦାନ କରାଯାଉଛି । ୟୁନିୟନ୍‌ ପକ୍ଷରୁ ସମସ୍ତ କର୍ମଚାରୀଙ୍କ ବକେୟା ଅର୍ଥ ଗତ ସାତମାସ ହେଲା ମିଳିନାହିଁ । ଜେଟ୍‌ ଏୟାର୍‌େୱଜ୍‌ ପରିଚାଳନା ରହିବା ସହ ଦରମା କାର୍ଯ୍ୟସୂଚୀ ଡିସେମ୍ବର ୭,୨୦୧୮ରେ ମେଲ୍‌ ହୋଇଛି । ପାଇଲଟ୍‌ ଓ ଇଞ୍ଜିନିୟରଂ ତିନିମାସର ଦରମା ସମ୍ପୂର୍ଣ୍ଣ ପରିମାଣରେ ଜାନୁୟାରୀ, ଫେବୃୟାରୀ ଓ ମାର୍ଚ୍ଚ ଏବଂ ଅନ୍ୟ ସମସ୍ତ କର୍ମଚାରୀ ଗୋଟିଏ ମାସ ଦରମା ପାଇବା ପାଇଁ ପତ୍ର ଲେଖିଛନ୍ତି । କର୍ମଚାରୀମାନେ ଉଚ୍ଚ ଗୁଣବର୍ତ୍ତା ସୁରକ୍ଷା ଏବଂ ପେସାଦା ଉପରେ ଧ୍ୟାନ ଦେଇଛନ୍ତି । ଅଣ ବକେୟା ଦରମା କର୍ମଚାରୀଙ୍କୁ ମିଳିପାରିନାହିଁ । ଜେଟ୍‌ ଏୟାର୍‌େୱର ସମ୍ପୂର୍ଣ୍ଣ ପ୍ରସଙ୍ଗ ଗୁଡିକ ଉନ୍ନତ ପରାମର୍ଶଦାତା ଏହାର ପରିଚାଳନା ଏବଂ କାର୍ଯ୍ୟକ୍ଷମ ଦିଗରେ ସରକାର ପଦକ୍ଷେପ ନେବା ଜରୁରୀ ହୋଇପଡିଛି ବୋଲି କୁହାଯାଇଛି । ତେବେ ବର୍ତ୍ତମାନ ସ୍ଥିତିରେ ଏହିସବୁ ଉପରେ ଆଉ କିଛି ବିଶେଷ ଧ୍ୟାନ ଦିଆଯାଉ ଏବଂ କିପରି କମ୍ପାନୀ ବନ୍ଦ ନହୋଇ କାମ ଚାଲୁ ରହିବ ତାହା ଉପରେ ସମସ୍ତ କର୍ମଚାରୀ ଧ୍ୟାନ ଦେଇଥିବା ଜଣାପଡ଼ିଛି । ଜେଟ୍‌ ଏୟାର୍‌େୱଜ୍‌ ବନ୍ଦ ହୋଇଥବା ପରେ ଆର୍ଥିକ ଦୁର୍ଦ୍ଦଶା ଭୋଗୁଛନ୍ତି ଏହାର ହଜାର ହଜାର କର୍ମଚାରୀ । କର୍ମଚାରୀମାନଙ୍କୁ ନେଇ ଏକ ପ୍ରତିନିଧି ଦଳ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ଙ୍କୁ ଭେଟି କମ୍‌ ଦରମାରେ କାର୍ଯ୍ୟ କରିବାକୁ କର୍ମଚାରୀମାନେ ରାଜି କିନ୍ତୁ କମ୍ପାନ ବନ୍ଦ ନହେଉ ବୋଲି ଏମାନେ ଫଡ଼୍‌ନାଭିସ୍‌ଙ୍କୁ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୋମାଲିଆ ଉପରେ ଆମେରିକାର ଆକ୍ରମଣ

ସୋମାଲିଆ ଉପରେ ଆମେରିକାର ଆକ୍ରମଣ

Read More...

ମୁମ୍ବାଇ ଚାମ୍ପିଆନ୍‌

ମୁମ୍ବାଇ ଚାମ୍ପିଆନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page