ମୁମ୍ବାଇ ଚାମ୍ପିଆନ୍‌

May 13, 2019, କ୍ରୀଡ଼ା, , Anupambharat News Bureau


ମୁମ୍ବାଇ ଚାମ୍ପିଆନ୍‌
Anupambharat News Bureau
May 13, 2019

ହାଇଦ୍ରାବାଦ,୧୨ା୫: ଟିମ୍‌ ମୁମ୍ବାଇ ରେକର୍ଡ଼ ଚତୁର୍ଥ ଥର ପାଇଁ ଆଇପିଏଲ ଟ୍ରଫି ବିଜୟୀ ହୋଇଛି । ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଚେନ୍ନାଇକୁ ୧ ରନ୍‌ରେ ପରାଜିତ କରି ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱାଦଶ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚମ୍ପିଆନ୍‌ ହୋଇଛି । ମ୍ୟାଚ ଶେଷ ବଲ୍‌ ପର୍ଯ୍ୟନ୍ତ ଜୀବିତ ରହିଥିଲା ।
ତେବେ ମାଲିଙ୍ଗା ଶେଷ ବଲ୍‌ରେ ଶ୍ରାଦ୍ଧୁଳଙ୍କୁ ଆଉଟ କରି ମୁମ୍ବାଇ ପାଇଁ ବହୁ ପ୍ରତିକ୍ଷିତ ବିଜୟ ଆଣିଥିଲେ । ତେବେ ଫାଇନାଲ ମ୍ୟାଚ ଶେଷ ବଲ୍‌ ପର୍ଯ୍ୟନ୍ତ ଯାଇଥିବାରୁ ସମସ୍ତଙ୍କ ପାଇଁ ବେଶ୍‌ ଉତ୍‌କଣ୍ଠା ଆଣିଦେଇଥିଲା । ଶେଷ ଓଭରରେ ୯ ରନ୍‌ ଆବଶ୍ୟକ କରୁଥିବା ବେଳେ ମାଲିଙ୍ଗା ମାତ୍ର ସାତ ରନ୍‌ ଦେଇ ଗୋଟିଏ ୱିକେଟ ନେଇ ମୁମ୍ବାଇକୁ ଜିତାଇଥିଲେ । ହାଇଦ୍ରାବାଦରେ ଖେଳାଯାଇଥିବା ଆଜିର ଫାଇନାଲ ମ୍ୟାଚରେ ଟସ୍‌ ଜିତି ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିଥିଲା । ରୋହିତ ଏବଂ ଡିକକ୍‌ ଶୀଘ୍ର ଆଉଟ ହୋଇ ଯାଇଥିଲେ । ଫଳରେ ଦଳ ବଡ଼ ସ୍କୋର ଛିଡ଼ା କରାଇବା ଆଶା ମଉଳି ଯାଇଥିଲା । ତେବେ ପଲାର୍ଡ ୨୫ ବଲ୍‌ର ତିନୋଟି ଚୌକା ଏବଂ ସମ ସଂଖ୍ୟକ ଛକା ସହାୟତାରେ ଅପରାଜିତ ୪ ।୧ ରନ୍‌ କରିଥିଲେ । ଫଳରେ ଦଳ ଏକ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରାଇ ପାରିଥିଲା ।
ନିର୍ଦ୍ଦାରିତ ଓଭରରେ ମୁମ୍ବାଇ ୮ ୱିକେଟ୍‌ ହରାଇ ୧୪୯ ରନ୍‌ କରିଥିଲା । ଫଳରେ ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ରଖି ଚେନ୍ନାଇ ପଡ଼ିଆକୁ ଓହ୍ଳାଇଥିଲା । ତେବେ ମୁମ୍ବାଇ ବୋଲରଙ୍କ ମାପିଚୁପି ବୋଲିଂ ଯୋଗୁ ଚେନ୍ନାଇ ଧିମା ବ୍ୟାଟିଂ କରିଥିଲା ।
ତେବେ ଓପନର ୱାଟସନ୍‌ କ୍ରିଜ୍‌ରେ ତିଷ୍ଠି ରହି ଦଳକୁ ବିଜୟ ଆଡ଼କୁ ଅଗ୍ରସର କରାଇବାରେ ଲାଗିଥିଲେ । ଶେଷ ଦୁଇ ଓଭରରେ ମୁମ୍ବାଇ ପାଇଁ ଲକି ସାବ୍ୟସ୍ତ ହୋଇଥିଲା । ୧୯ ତମ ଓରରେ ବୋଲିଂ କରିଥିବା ବୁମରା ଦମଦାର ବୋଲିଂ କରିଥିଲେ । ଫଳରେ ଶେଷ ଓଭରରେ ଚେନ୍ନାଇକୁ ବିଜୟ ପାଇଁ ୯ ରନ୍‌ ଆବଶ୍ୟକ ରହିଥିଲା । ତେବେ ଡେଥ୍‌ ଓଭରରେ ବୋଲିଂ ପାଇଁ ଜଣାଶୁଣା ମାଲିଙ୍ଗା ଉପରେ ମୁମ୍ବାଇ ଅଧିନାୟକ ରୋହିତ ଭରସା କରିଥିଲେ । ଯାହାକୁ ଯଥାର୍ଥ ସାବ୍ୟସ୍ତ କରିଥିଲେ ଏହି ଦ୍ରୁତ ବୋଲର । ଶେଷ ବଲ୍‌ରେ ଶ୍ରଦ୍ଧାଳୁଙ୍କୁ ଆଉଟ କରି ଦଳ ପାଇଁ ଆଣିଥିଲେ ବିଜୟ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆର୍ଥିକ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ କମ୍‌ ଦରମା ଦିଆଯିବ

ଆର୍ଥିକ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ କମ୍‌ ଦରମା ଦିଆଯିବ

Read More...

୧୦ ଦିନ ପରେ ରାଜଧାନୀରେ ଆଲୁଅ

୧୦ ଦିନ ପରେ ରାଜଧାନୀରେ ଆଲୁଅ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page