କେମିତି ହୋଇଥିଲା ଏୟାର ଷ୍ଟ୍ରାଇକ୍‌, ମୁହଁ ଖୋଲିଲେ ପାଇଲଟ୍‌

June 25, 2019, ଦେଶ, , Anupambharat News Bureau


କେମିତି ହୋଇଥିଲା ଏୟାର ଷ୍ଟ୍ରାଇକ୍‌, ମୁହଁ ଖୋଲିଲେ ପାଇଲଟ୍‌
Anupambharat News Bureau
June 25, 2019

ନୂଆଦିଲ୍ଲୀ: ପାକିସ୍ତାନ ସୀମାରେ ପ୍ରବେଶ କରି ଭାରତୀୟ ବାୟୁସେନା ଜୈଶ-ଏ-ମହମ୍ମଦର ଆତଙ୍କବାଦୀ କ୍ୟାମ୍ପ ଉପରେ କରିଥିବା ଏୟାର ଷ୍ଟ୍ରାଇକ୍‌କୁ ନେଇ କିଛି ତଥ୍ୟ ପ୍ରକାଶ କରିଛନ୍ତି । ଏୟାର ଷ୍ଟ୍ରାଇକ୍ରେ ସାମିଲ ଥିବା ୨ ଜଣ ପାଇଲଟ୍‌ ନିଜର ନାଁ ଗୋପନ ରଖି କିଛି କଥାକୁ ସାର୍ବଜନୀନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, ଫେବୃଆରୀ ୧୪ ପୁଲୱାମା ଆତଙ୍କବାଦୀ ହମ୍ଲା ପରେ ଭାରତୀୟ ବାୟୁସେନାର ମିରାଜ-୨୦୦୦ ବିମାନ ପାକିସ୍ତାନ ସୀମାରେ ପ୍ରବେଶ କରି ଖାଇବର ପାଖତୁନଖ୍‌ୱାର ବାଲାକୋଟ୍‌ରେ ଥିବା ଜୈଶ କ୍ୟାମ୍ପ ଉପରେ ହମ୍ଲା କରିଥିଲା । ମାତ୍ର ୯୦ ସେକେଣ୍ଡ ମଧ୍ୟରେ ସବୁ କିଛି ହୋଇଥିଲା । ଆମେ କ୍ୟାମ୍ପ ଉପରେ ବୋମା ମାଡ଼ କରିବା ପରେ ତୁରନ୍ତ ଭାରତକୁ ଫେରିଥିଲୁ । ଏକଥା କେହି ଜାଣି ନଥିଲେ । ଏପିରିକି ମୋ ପରିବାର ଲୋକ ମଧ୍ୟ ଏକଥା ଜାଣି ନଥଲେ । ଘଟଣାର ପରଦିନ ଯେତେବେଳ ଖବର ପ୍ରକାଶ ପାଇଲା, ମୋ ସ୍ତ୍ରୀ ମୋତେ ଅପରେସନ ସମ୍ପର୍କରେ ପଚାରିବା ସହ ମୁଁ ସେଥିରେ ସାମିଲ ଥିଲି କି ନାହିଁ ଜାଣିବାକୁ ଚେଷ୍ଟା କରିଥିଲେ । କି;ୁ ମୁଁ କୌଣସି ଉତ୍ତର ନ ଦେଇ ଶୋଇ ପଡ଼ିଥିଲି । ଆଉ ଜଣେ ପାଇଲଟ୍‌ କହିଛନ୍ତି, ଷ୍ଟ୍ରାଇକ୍‌ର ଦୁଇ ଦିନ ପୂର୍ବରୁ ଆମକୁ ଏ ସମ୍ପର୍କରେ କିଛି ସଙ୍କେତ ଦିଆଯାଇଥିଲା । ଆମେ କେବଳ ଜାଣିଥିଲୁ କିଛି ଗୋଟେ ଘଟିବ । ହେଲେ କ’ଣ ଘଟିବ, ତା’ର ସ୍ପଷ୍ଟ ଚିତ୍ର ଆମ ପାଖରେ ନଥିଲା । ଫେବୃଆରୀ ୨୫ରେ ମିରାଜ୍‌-୨୦୦୦ରେ ବୋମା ଖଞ୍ଜା ଯାଇଥିଲା । ଆମେ ଠିକ୍‌ ରାତି ୨ଟା ବେଳକୁ ଉଡ଼ାଣ କରିଥିଲୁ । ଆମେ ଆମ ଦୈନିନ୍ଦନ ରୁଟିନ୍‌ରେ କୌଣସି ପରିବର୍ତ୍ତନ କରି ନଥିଲୁ । କାରଣ ଏହାଦ୍ୱାରା ଶତ୍ରୁପକ୍ଷ ଆଗୁଆ ଆମ ଷ୍ଟ୍ରାଇକ୍‌ ସମ୍ପର୍କରେ ଜାଣିପାରିବାର ଆଶଙ୍କା ଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୁଣିଆ ସନ୍ଦେହରେ ହତ୍ୟା

ଗୁଣିଆ ସନ୍ଦେହରେ ହତ୍ୟା

Read More...

ହରର୍‌ ଶୋ’ର ନକଲ କରି ଚାଲିଗଲା ଝିଅର ଜୀବନ

ହରର୍‌ ଶୋ’ର ନକଲ କରି ଚାଲିଗଲା ଝିଅର ଜୀବନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page