ହରର୍‌ ଶୋ’ର ନକଲ କରି ଚାଲିଗଲା ଝିଅର ଜୀବନ

July 25, 2019, ଦେଶ, , Anupambharat News Bureau


ହରର୍‌ ଶୋ’ର ନକଲ କରି ଚାଲିଗଲା ଝିଅର ଜୀବନ
Anupambharat News Bureau
July 25, 2019

ଭୋପାଲ୍‌: ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ଜଣେ ୧୨ ବର୍ଷୀୟ ଝିଅ ମଜାରେ ଏକ ଭୀତିପ୍ରଦ ବା ହରର୍‌ ଟିଭି ଶୋ’ର ନକଲ କରୁଥିବା ବେଳେ ଜୀବନ ହରାଇଛି । ଝିଅଟି ଗୋଟିଏ ଷ୍ଟìଲ୍‌ ଉପରେ ଠିଆ ହୋଇ ନିଜ ବେକରେ ଦଉଡ଼ି ଲଗାଇ ଶୋ’ରେ ଚାଲିଥିବା ଆତ୍ମହତ୍ୟାର ନକଲ କରୁଥିଲା । ହେଲେ ସତକୁ ସତ ସେ ଫାଶୀରେ ଝୁଲି ଯାଇଥିଲା । ଝିଅଟି ଅନ୍ୟ ସାଙ୍ଗମାନଙ୍କ ସହ ମିଶି ଗୋଟିଏ ହରର୍‌ ଟିଭି ଶୋ’ ଦେଖୁଥିଲା । ସେଠାରେ ଉପସ୍ଥିତ ସାଙ୍ଗମାନଙ୍କୁ ଡରାଇବା ପାଇଁ ଝିଅଟି ହରର ଶୋ’ ଦୃଶ୍ୟର ନକଲ କରି ନିଜ ବେକରେ ଦଉଡ଼ି ଲଗାଇଥିଲା । ଏହାପରେ ଟିଭି ଶୋ’ର ସାଙ୍ଗମାନେ ଏହାକୁ ଅଭିନୟ ବୋଲି ଭାବି ତାକୁ କୌଣସି ସାହାଯ୍ୟ କରି ନଥିଲେ । ଝିଅର ଚିତ୍କାର ଶୁଣି ବାପାମା’ ରୁମ୍‌କୁ ଆସିବା ବେଳକୁ ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ତୁରନ୍ତ ଝିଅଟିକୁ ହସ୍ପିଟାଲ୍‌ ନେଇଥିଲେ ହେଁ ଡାକ୍ତର ତା’କୁ ମୃତଘୋଷଣା କରିଥିଲେ । ଝିଅଟିର ବେକର ହାଡ଼ ଭାଙ୍ଗି ଯିବାରୁ ସେ ପ୍ରାଣ ହରାଇଥିବା ଡାକ୍ତର କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେମିତି ହୋଇଥିଲା ଏୟାର ଷ୍ଟ୍ରାଇକ୍‌, ମୁହଁ ଖୋଲିଲେ ପାଇଲଟ୍‌

କେମିତି ହୋଇଥିଲା ଏୟାର ଷ୍ଟ୍ରାଇକ୍‌, ମୁହଁ ଖୋଲିଲେ ପାଇଲଟ୍‌

Read More...

ସରିଲା ରାହୁଲଙ୍କ ଇସ୍ତଫା ଡ୍ରାମା, ଆକ୍ସନ୍‌ ମୋଡରେ କଂଗ୍ରେସ ଅଧ୍ୟକ୍ଷ

ସରିଲା ରାହୁଲଙ୍କ ଇସ୍ତଫା ଡ୍ରାମା, ଆକ୍ସନ୍‌ ମୋଡରେ କଂଗ୍ରେସ ଅଧ୍ୟକ୍ଷ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page