୧୭ତମ ଲୋକସଭାର ଛ’ଟି କଥା

June 18, 2019, ଦେଶ, , Anupambharat News Bureau


୧୭ତମ ଲୋକସଭାର ଛ’ଟି କଥା
Anupambharat News Bureau
June 18, 2019

ନୂଆଦିଲ୍ଲୀ,୧୮ା୬ : ଚଳତି ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ ଅକ୍ତିଆର କରି ବିରୋଧୀଙ୍କୁ ମାତ୍‌ ଦେଇ ପୁଣି ଥରେ ଶାସନ ଗାଦିରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆଜି ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଉଛି । ଯାହାକି ଜୁଲାଇ ୨୬ ତାରିଖ ଯାଏଁ ଚାଲିବ ଏବଂ ୫ ଜୁଲାଇରେ ସଂସଦ ଗୃହରେ ବଜେଟ୍‌ ଉପସ୍ଥାପନା ମଧ୍ୟ କରାଯିବ । ତେବେ ବଜେଟ୍‌ ଅଧିବେଶନର ଆଜି ପ୍ରଥମ ଦିନ ହୋଇଥିବା ବେଳେ ନବନିର୍ବାଚିତ ସାଂସଦ ନେବେ ଶପଥ । ପ୍ରୋଟେମ୍‌ ସ୍ପିକର ନବନିର୍ବାଚିତ ସାଂସଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଜୁନ୍‌ ୧୯ ତାରିଖରେ ଲୋକସଭା ବାଚସ୍ପତିଙ୍କର ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ଉଭୟ ସଦନର ସଂଯୁକ୍ତ ଅଧିବେଶନର ବୈଠକରେ ରାଷ୍ଟ୍ରପତି ଅଭିଭାଷଣ ଦେବେ । ସେହିଭଳି ଚଳିତ ତଥା ୧୭ତମ ଲୋକସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି । ତେବେ ଆସନ୍ତୁ ଜାଣିବା ୧୭ତମ ଲୋକସଭାର କିଛି ଗୁରୁତ୍ୱପୂର୍ଣ୍ଣ କଥା ।
ନଜର ଆସିବେନି ଦିଗଜ୍‌ ନେତା
୧୭ତମ ଲୋକସଭାରେ ଅନେକ ଦିଗଜ ନେତାଙ୍କ ଅନୁସ୍ଥିତି ଦେଖିବାକୁ ମିଳିବ । ଏଥିରେ ସେ ସମସ୍ତ ନେତାମାନେ ବି ସାମିଲ୍‌ ରହିଛନ୍ତି । ଯେଉଁମାନଙ୍କର ସ୍ୱର ଗତ ତିନି ଦଶକରୁ ବି ଅଧିକ ସମୟ ପର୍ଯ୍ୟନ୍ତ ସଂସଦ ଗୃହରେ ଗୁଞ୍ଜରିତ ହେଉଥିଲା । ବିଜେପିର ସବୁଠାରୁ ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ବାଣୀ, ମୁରଲୀ ମନୋହର ଯୋଶୀ, ସୁଷମା ସ୍ୱରାଜ, ସୁମିତ୍ରା ମହାଜନ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡ଼ି ଦେବେଗୌଡ଼ା, ମଲ୍ଲିକାର୍ଜୁନ ଖଡ଼ଗେ, ଜ୍ୟୋତିରାଦିତ୍ୟ ସିନ୍ଧିୟା ଭଳି ତୁଙ୍ଗ ନେତାଙ୍କୁ ଚଳିତ ଲୋକସଭାରେ ଆଉ ଦେଖିବାକୁ ମିଳିବ ନାହିଁ ।
ସ୍ୱାଧୀନତା ପରେ ସବୁଠୁ ଅଧିକ ମହିଳା
ଚଳିତ ଲୋକସଭାରେ ୭୮ଜଣ ମହିଳା ସାଂସଦ ହୋଇଛନ୍ତି । ତେବେ ସ୍ୱାଧୀନତା ପରଠୁ ଏହି ସଂଖ୍ୟା ସର୍ବାଧିକ ରହିଛି । ମୋଟ ସଦନ ସଂଖ୍ୟାର ୧୪.୮ପ୍ରତିଶତ ହେଉଛନ୍ତି ମହିଳା । ୨୦୧୪ରେ ମହିଳା ସାଂସଦ ମାନଙ୍କର ସଂଖ୍ୟ ୬୨ ଥିଲା । ଚଳିତ ଲୋକସଭା ନିର୍ବାଚନରେ ମୋଟ ୭୧୯ ଜଣ ମହିଳା ନିର୍ବାଚନ ମୌଦାନରେ ଓହ୍ଲାଇଥିଲେ । ଯେଉଁମାନଙ୍କ ମଧ୍ୟରୁ ୭୮ ଜଣ ୨୦୧୯ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସଫଳ ହୋଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ୨୬୭ ସାଂସଦ ପ୍ରଥମ ଥର ନିର୍ବାଚନ ଜିତିଛନ୍ତି ।
ଯୁବ ସାଂସଦ
୨୦୧୪ ଲୋକସଭା, ଦେଶର ସଂସଦୀୟ ଇତିହାସରେ ସବୁଠାରୁ ବଡ଼ ସାଂସଦ ବିଶିଷ୍ଟ ଲୋକସଭା ମଧ୍ୟରେ ଗୋଟିଏ । ସେତେବେଳେ ୫୪୩ ଜଣ ସାଂସଦଙ୍କ ମଧ୍ୟରୁ ୨୫୩ ଜଣଙ୍କ ବୟସ ଆନୁମାନିକ ୫୫ବର୍ଷରୁ ଅଧିକ ଥିଲା । ଚଳିତ ସାଂସଦ ମାନଙ୍କର ବୟସ ରହିଛି ୫୪ବର୍ଷ । ଏଭଳି ପ୍ରକାରରେ ଦେଖିଲେ ୨୦୧୪ ତୁଳନାରେ ଚଳିତ ଲୋକସଭାରେ ଯୁବା ସାଂସଦଙ୍କ ସଂଖ୍ୟା ରହିଛି ଅଧିକ । ତେବେ ସବୁଠାରୁ କନିଷ୍ଠ ସାଂସଦ ହେଉଛନ୍ତି ଓଡ଼ିଶାର ଚନ୍ଦ୍ରାଣୀ ମୁର୍ମୁ । ମାତ୍ର ୨୫ ବର୍ଷ ୧୧ ମାସର ବୟସରେ ସାଂସଦ ବନିଛନ୍ତି ।
ଖାତା ଖୋଲିପାରିଲାନି କଂଗ୍ରେସ
୧୭ତମ ଲୋକସଭାରେ ବିରୋଧୀ ଦଳର ନେତା କିଏ ହେବେ, ଏହାକୁ ନେଇ କଂଗ୍ରେସ ପକ୍ଷରୁ ଏଯାବତ୍‌ ସୃଷ୍ଟି ହୋଇପାରିନାହିଁ । ସେପଟେ ବିଜେପି ବି ବର୍ତ୍ତମାନ ଲୋକସଭା ବାଚସ୍ପତିକୁ ନେଇ ନିଜ ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ ଚର୍ଚ୍ଚା ହେଉଥିଲା, ପ୍ରୋଟେମ୍‌ ସ୍ପିକର ବୀରେନ୍ଦ୍ର କୁମାରଙ୍କୁ ହିଁ ବାଚସ୍ପତି କରାଯାଇପାରେ । କିନ୍ତୁ ଶେଷରେ ରାଜସ୍ଥାନ କୋଟାରୁ ନିର୍ବାଚିତ ହୋଇ ଆସିଥିବା ବିଜେପି ସାଂସଦ ଓମ୍‌ ବିର୍ଲା ଲୋକସଭାର ବାଚସ୍ପତି ହେବେ ବୋଲି ନିଶ୍ଚିତ ହୋଇଯାଇଛି ।
ଦାଗୀ ସାଂସଦଙ୍କ ସଂଖ୍ୟା ବୃଦ୍ଧି
୧୭ତମ ଲୋକସଭାରେ ୮୮ପ୍ରତିଶତ ସାଂସଦ ହେଉଛନ୍ତି କୋଟିପତି । ଚଳିତ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିବା ୫୪୨ ଜଣଙ୍କ ମଧ୍ୟରୁ ୪୭୫ ଜଣ ହେଉଛନ୍ତି କୋଟିପତି ସାଂସଦ । ଏମାନଙ୍କ ମଧ୍ୟରୁ ବିଜେପିର ସର୍ବାଧିକ ୨୬୫ ଜଣ କୋଟିପତି ନେତା ହୋଇଥିବା ବେଳେ କଂଗ୍ରେସର ୪୩ ଜଣ ସାଂସଦ ହେଉଛନ୍ତି କୋଟିପତି । ବିଜେପିର ସହଯୋଗୀ ଦଳ ତଥା ଶିବସେନାର ୧୮ ଏବଂ ଜେଡ଼ିୟୁର ୧୫ଜଣ ସାଂସଦ ହେଉଛନ୍ତି କୋଟିପତି । ଯେବେକି ଡ଼ିଏମ୍‌କେର ୨୨, ତୃଣମୂଳ କଂଗ୍ରେସର ୨୦ ଏବଂ ଜଗନ ମୋହନ ରେzୀଙ୍କ ଦଳ ୱାଇଏସ୍‌ଆଇର ୧୯ଜଣ ସାଂସଦ ହେଉଛନ୍ତି କୋଟିପତି । ସେହିଭଳି ଗତ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ଦାଗି ନେତାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଏଥିରେ ସର୍ବାଗ୍ରେ ରହିଛି ବିଜେପି । ବିଜେପିର ୧୧୬ଜଣ ସାଂସଦଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ବେଳେ ୨୯ ଦାଗି ନେତାଙ୍କ ସହିତ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି ।
ଗୁରୁତ୍ୱପୂର୍ଣ୍ଣ ବିଲ୍‌
୧୬ତମ ଲୋକସଭାରେ ପାରିତ ହୋଇପାରିନଥିବା ୪୬ଟି ବିଲ୍‌ ଚଳିତ ଥର ତଥା ୧୭ତମ ଲୋକସଭାରେ ପାରିତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯେଉଁଥିରେ ତିନି ତଲାକ୍‌, ମୋଟର ହ୍ୱିଲର ବିଲ୍‌, ଆଧାର ନମ୍ବର ପରିଚୟ ପତ୍ର ଭାବେ ବ୍ୟବହାର ସହ ସଂଯୋଗ ବିଲ୍‌, ଚିକିତ୍ସା ଶିକ୍ଷାରେ ପାରଦର୍ଶିତା ସହ ଜଡ଼ିତ ମେଡିକାଲ୍‌ କାଉନ୍‌ସିଲ ବିଲ୍‌ ବେଶ୍‌ ଗୁରୁତ୍ୱ ବହନ କରୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେଡିର ପାଟକୁରା ଅଙ୍କ : ଫୋକସ୍‌ରେ ଗରଦପୁର

ବିଜେଡିର ପାଟକୁରା ଅଙ୍କ : ଫୋକସ୍‌ରେ ଗରଦପୁର

Read More...

ୟାର୍‌ଟେଲ୍‌, ଭୋଡ଼ାଫୋନ୍‌ ଆଇଡ଼ିଆ ଉପରେ ଜରିମାନା ଲାଗୁ ହେବ

ୟାର୍‌ଟେଲ୍‌, ଭୋଡ଼ାଫୋନ୍‌ ଆଇଡ଼ିଆ ଉପରେ ଜରିମାନା ଲାଗୁ ହେବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page