ୟାର୍‌ଟେଲ୍‌, ଭୋଡ଼ାଫୋନ୍‌ ଆଇଡ଼ିଆ ଉପରେ ଜରିମାନା ଲାଗୁ ହେବ

June 18, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ୟାର୍‌ଟେଲ୍‌, ଭୋଡ଼ାଫୋନ୍‌ ଆଇଡ଼ିଆ ଉପରେ ଜରିମାନା ଲାଗୁ ହେବ
Anupambharat News Bureau
June 18, 2019

ନୂଆଦିଲ୍ଲୀ: ଆନ୍ତଃସ୍ତରୀୟ ଯୋଗାଯୋଗକୁ ଉଲଂଘନ କରିଥିବା ଯୋଗୁଁ ଭାରତୀ ଏୟାର୍‌ଟେଲ୍‌ ଓ ଭୋଡ଼ାଫୋନ୍‌ଆଇଡ଼ିଆ ଟେଲି ଯୋଗାଯୋଗ କମ୍ପାନୀ ଉପରେ ଜରିମାନା ରାଶି ଆଦାୟ କରିବା ପାଇଁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ଏହାକୁ ଆଜି ଡ଼ିଜିଟାଲ୍‌ କମୁ୍ୟନିକେସନ୍‌ କମିଶନ ମଞ୍ଜୁିରି କରିଛନ୍ତି । ସୂଚନା ଯେ, ଟେଲି ଯୋଗାଯୋଗ ବିଭାଗର ଏକ ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଭାବେ ଡ଼ିଜିଟାଲ୍‌ କମୁ୍ୟନିକେସନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି କମିଟି ଟେଲି ଯୋଗାଯୋଗ କମ୍ପାନୀମାନଙ୍କର ଆର୍ଥିକ ବିନିମୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଉଥିବା ନିୟମାବଳୀକୁ ଯେଭଳି ଖୋଲାଖୋଲି ଭାବେ ଉଲଂଘନ କରିଛନ୍ତି ଏହାକୁ ଟେଲି ଯୋଗାଯୋଗ ବିଭାଗ (ଡ଼ିଓଟି) ଅତ୍ୟନ୍ତ ଗୁରୁତର ମନେ କରିଛି । ତେଣୁ ରିଲାଏନ୍ସ୍‌ ଜିଓକୁ ଆନ୍ତଃସ୍ତରୀୟ ଯୋଗାଯୋଗ କରାଇବା ପାଇଁ ବାରଣ କରିବା ଯୋଗୁଁ ଉପରୋକ୍ତ କମ୍ପାନୀମାନଙ୍କ ଉପରେ ଅଧିକ ଜରିମାନା ଲାଗୁ କରିବା ହିଁ ଯଥାର୍ଥ ବୋଲି ଡ଼ିଓଟି କହିଛି । ଯଦିଓ ଏୟାର୍‌ଟେଲ୍‌, ଭୋଡ଼ାଫୋନ୍‌ ଆଇଡ଼ିଆ ଭାରତୀୟ ବଜାରରେ ଏହାର ଟେଲି ଯୋଗାଯୋଗ ବ୍ୟବସାୟ କାରବାର ଆରମ୍ଭ କରିଥିଲେ । ତେବେ ପରବର୍ତ୍ତି ସମୟରେ ରିଲାଏନ୍ସ୍‌ ଜିଓ ବଜାରରେ ପ୍ରବେଶ କରିଥିଲା । ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଉପରୋକ୍ତ କମ୍ପାନୀ ଗୁଡ଼ିକ ଯୋଗାଯୋଗ କରିବା ଦିଗରେ ସହଯୋଗ କରିନଥିଲେ ତେଣୁ ୩୦୫୦ କୋଟି ଟଙ୍କା ହାରରେ କମ୍ପାନୀ ଗୁଡ଼ିକ ଉପରେ ଜରିମାନା ଲଦି ଦିଆଯାଇଥିଲା । ଯାହାକୁ ନେଇ ଆନ୍ତଃ ମନ୍ତ୍ରୀ ସ୍ତରୀୟ ଏକ କମିଟି ଘଟଣାର ସମୀକ୍ଷା କରିବା ପାଇଁ ଭାରତୀୟ ଟେଲି ଯୋଗାଯୋଗ ନିୟନ୍ତ୍ରଣ କର୍ତ୍ତୃପକ୍ଷ (ଟ୍ରାଇ)କୁ ପରାମର୍ଶ ଦେଇଥିଲେ । ଟ୍ରାଇ ମଧ୍ୟ ସଂପୂର୍ଣ୍ଣ ସମୀକ୍ଷା ପରେ ଏୟାର୍‌ଟେଲ୍‌ କମ୍ପାନୀ ଭୋଡ଼ାଫୋନ୍‌ ଓ ଆଇଡ଼ିଆୁପରେ ୩୦୫୦ କୋଟି ଜରିମାନା ଆଦାୟ କରିବା ପାଇଁ ସୁପାରିଶ୍‌ କରିଥିଲା । ମୁଖ୍ୟତଃ ଲାଇସେନ୍ସ୍‌ ଚୁକ୍ତିନାମାକୁ ଉପରୋକ୍ତ କମ୍ପାନୀମାନେ ଉଲଂଘନ କରିଥିବା ଅଭିଯୋଗ ରହିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୭ତମ ଲୋକସଭାର ଛ’ଟି କଥା

୧୭ତମ ଲୋକସଭାର ଛ’ଟି କଥା

Read More...

ସ୍ୱାସ୍ଥ୍ୟସେବାକୁ ଦିଆଯିବ ଅଧିକ ଗୁରୁତ୍ୱ

ସ୍ୱାସ୍ଥ୍ୟସେବାକୁ ଦିଆଯିବ ଅଧିକ ଗୁରୁତ୍ୱ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page