ଡ଼ିଶାରେ ଲାଗୁ ହୋଇପାରେ ମୋଦିଙ୍କ ସ୍କିମ୍‌, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ‘ଆୟୁଷ୍ମାନ ଭାରତ’ ସିଇଓଙ୍କ ଆଲୋଚନା

June 04, 2019, ଓଡ଼ିଶା, , Anupambharat News Bureau


ଡ଼ିଶାରେ ଲାଗୁ ହୋଇପାରେ ମୋଦିଙ୍କ ସ୍କିମ୍‌,  ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ‘ଆୟୁଷ୍ମାନ ଭାରତ’ ସିଇଓଙ୍କ ଆଲୋଚନା
Anupambharat News Bureau
June 04, 2019

ଭୁବନେଶ୍ୱର,୪ା୬ । (ଅନୁପମ ମିଡିଆ): କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଇନ୍ଦୁ ଭୂଷଣଙ୍କ ନେତୃତ୍ୱରେ ଆସିଥିବା ୫ ଜଣିଆ ପ୍ରତିନିଧିଦଳ ମଙ୍ଗଳବାର ଦିନ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନା କାଳରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି ।
ଏହି ଦୁଇ ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ଆମ ରାଜ୍ୟରେ କାର୍ଯ୍ୟକାରୀ ଦେଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶର ଏକ ସବୁଠାରୁ ଭଲ ଯୋଜନା । ଆଜି ସେମାନଙ୍କ ସହିତ ଯେଉଁ ଆଲୋଚନା ହେଲା ତାହା ପ୍ରାଥମିକ ପର୍ଯ୍ୟାୟ ଆଲୋଚନା । ସେମାନେ ବିଧିବଦ୍ଧ ଭାବେ ପ୍ରସ୍ତବ ଦେବା ପରେ ଆମେ ତାଙ୍କର ପ୍ରସ୍ତାବକୁ ତର୍ଜମା କରିବୁ । ଓଡିଶା ଯଦି ରାଜ୍ୟ ଯଦି ବିଶେଷ ଭାବେ ଉପକୃତ ହୋଇ ପାରିବ ତାହା ହେଲେ ବିଚାର କରାଯାଇପାରେ ବୋଲି ଦାସ କହିଛନ୍ତି । ପ୍ରକାଶ ଥାଉକି, ଆମର ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାର ଉପକୃତ ହେଉଛନ୍ତି ।
୨୦୧୮ ମସିହା ଡିସେମ୍ବର ମାସରୁ ବନ୍ଦ ହୋଇଯାଇଥିବା କେନ୍ଦ୍ର ସରକାରଙ୍କ ରଷ୍ଟ୍ରୀୟ ସ୍ୱାସ୍ଥ୍ୟ ବିମା ଯୋଜନାର ୪୪ ଲକ୍ଷ ହିତାଧିକାରୀ ମଧ୍ୟ ଅନ୍ତର୍ଭୁକ୍ତ । ରାଜ୍ୟ ଓ ରାଜ୍ୟ ବାହାରର ୨୧୮ ଟି ଘରୋଇ ଡାକ୍ତରଖାନାରେ ମଧ୍ୟ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସେବା ଉପଲବ୍ଧ କରାଯାଇଛି । ଏହି କେନ୍ଦ୍ରୀୟ ଦଳ ପ୍ରଥମେ ମୁଖ୍ୟ ଶାସନସଚିବ ଆଦିତ୍ୟ ପାଢୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ସଚିବାଳୟ ଠାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା କାଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା , କେନ୍ଦ୍ରରୁ ଆସିଥିବା ମନୁ ଶୁକ୍ଳା , ଆଦିତି ଭାର୍ଗବ , ଆସ୍ଥା ଆରୋରା ଓ ରୋହିତ ଦେଓ ଝାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମନ୍ତ୍ରୀମାନଙ୍କୁ ନବୀନଙ୍କ ନିର୍ଦ୍ଦେଶ, ପ୍ରତିମାସ ୭ରେ ଦେବେ ରିପୋର୍ଟ

ମନ୍ତ୍ରୀମାନଙ୍କୁ ନବୀନଙ୍କ ନିର୍ଦ୍ଦେଶ, ପ୍ରତିମାସ ୭ରେ ଦେବେ ରିପୋର୍ଟ

Read More...

ଆରପାରିରେ ହାସ୍ୟ ଅଭିନେତା ସଲିଲ୍‌ ମିତ୍ର

ଆରପାରିରେ ହାସ୍ୟ ଅଭିନେତା ସଲିଲ୍‌ ମିତ୍ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page