ମନ୍ତ୍ରୀମାନଙ୍କୁ ନବୀନଙ୍କ ନିର୍ଦ୍ଦେଶ, ପ୍ରତିମାସ ୭ରେ ଦେବେ ରିପୋର୍ଟ

June 04, 2019, ଓଡ଼ିଶା, , Anupambharat News Bureau


ମନ୍ତ୍ରୀମାନଙ୍କୁ ନବୀନଙ୍କ ନିର୍ଦ୍ଦେଶ, ପ୍ରତିମାସ ୭ରେ ଦେବେ ରିପୋର୍ଟ
Anupambharat News Bureau
June 04, 2019

ଭୁବନେଶ୍ୱର,୪ ।୬ (ଅନୁପମ ମିଡିଆ): ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଉତ୍ତରଦାୟୀ କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅତ୍ୟନ୍ତ ଗୁରୁତ୍ୱîପୂର୍ଣ୍ଣ ପଦକ୍ଷେପ ଆରମ୍ଭ ହୋଇଛି ।
ପ୍ରତିମାସ ୭ ତାରିଖ ପୂର୍ବରୁ ମନ୍ତ୍ରୀମାନେ ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବରେ କାର୍ଯ୍ୟକାରୀ କରିବା ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି । ସେ ସମ୍ପର୍କରେ ତାଙ୍କୁ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଜୁଲାଇ ୭ ତାରିଖ ମଧ୍ୟରେ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କର ପ୍ରଥମ ରିପୋର୍ଟ ପ୍ରଦାନ କରିବେ ।
ସୂଚନାଯୋଗ୍ୟ ଯେ ମଇ ୨୯ ତାରିଖ ଦିନ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରିମଣ୍ଡଳର ବୈଠକ ବସି ନିର୍ବାଚନ ସମୟରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ତଥା ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରିଥିଲେ । ସେତେବେଳେ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜିଠାରୁ ଠିକ୍‌ ୩୬୫ ଦିନ ପରି ୨୦୨୦ ମଇ ୨୯ ତାରିଖ ଦିନ ଆମେ ଲୋକଙ୍କୁ ଦେଇଥିବା ଆମର ପ୍ରତିଶ୍ରୁତି ଓ ଏହାର ରୂପାୟନ ସମ୍ପର୍କରେ ଜଣାଇବୁ । ମୁଁ ଚାହେଁ ଆମ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଏହି ପ୍ରତିଶ୍ରୁତିଗୁଡ଼ିକର ସଫଳ ରୂପାୟନ ପାଇଁ ନିଜର ଶ୍ରେଷ୍ଠ ଉଦ୍ୟମ କରନ୍ତୁ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶାସନର ତିନୋଟି ମନ୍ତ୍ରୀ ଟିମ ୱାର୍କ, ଟ୍ରାନ୍ସପରେନ୍ସି ଓ ଟେକ୍ନୋଲୋଜି ସହିତ ଟ୍ରାନ୍ସଫର୍ମେସନ ନିମନ୍ତେ ପଞ୍ଚମ ପରିମାପକ ଟାଇମ୍‌ ସମୟକୁ ଅନ୍ତଭୁକ୍ତ କରିଥିଲେ ଏବଂ ଏକ ଗତିଶୀଳ ପ୍ରଶାସନିକ ମଡେଲ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଗରିବୀ ଦୂର କରିବା, ମହିଳାମାନଙ୍କ ବିକାଶ ଏବଂ ଅଭିବୃଦ୍ଧିରେ ସମାନ ଭାଗିଦାରୀ, ଦୁର୍ବଳ ଶ୍ରେଣୀର ଲୋକଙ୍କ ବିକାଶ ଏବଂ ଯୁବକମାନଙ୍କ ସ୍ୱପ୍ନର ସଫଳ ରୂପାୟନ ଜରିଆରେ ଏକ ସଶକ୍ତ ଓଡ଼ିଶା ଗଠନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏହିସବୁ ଦିଗ ଉପରେ ଗୁରୁତ୍ୱ ଆରୋପ କରି ମନ୍ତ୍ରୀମାନେ ସେମାନଙ୍କ ବିଭାଗର ପ୍ରାଥମିକତା କ୍ଷେତ୍ର ଉପରେ ତ୍ୱରିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମନ୍ତ୍ରୀ ଓ ନବ ନିର୍ବାଚିତ ବିଧାୟକ ମାନଙ୍କୁ ପରାର୍ମ ଦେଇଥିଲେ । ତୃଣମୂଳ ସ୍ତରରେ ରହି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରନ୍ତୁ । ଚଳିତ ନିର୍ବାଚନ ଯେଭଳି ଅତ୍ୟନ୍ତ ମୁକାବିଲା ସ୍ୱରୂପ ହୋଇଥିଲା ଏହାକୁ ଆଧାର କରି ଜନତାଙ୍କ ସେବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୃତୁ୍ୟଞ୍ଜୟ ମହାପାତ୍ର ଆଇଏମ୍‌ଡ଼ି ମହାନିର୍ଦ୍ଦେଶକ

ମୃତୁ୍ୟଞ୍ଜୟ ମହାପାତ୍ର ଆଇଏମ୍‌ଡ଼ି ମହାନିର୍ଦ୍ଦେଶକ

Read More...

ଡ଼ିଶାରେ ଲାଗୁ ହୋଇପାରେ ମୋଦିଙ୍କ ସ୍କିମ୍‌,  ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ‘ଆୟୁଷ୍ମାନ ଭାରତ’ ସିଇଓଙ୍କ ଆଲୋଚନା

ଡ଼ିଶାରେ ଲାଗୁ ହୋଇପାରେ ମୋଦିଙ୍କ ସ୍କିମ୍‌, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ‘ଆୟୁଷ୍ମାନ ଭାରତ’ ସିଇଓଙ୍କ ଆଲୋଚନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page