ବାଲି ମାଫିଆଙ୍କ ଦାଦାଗିରୀ ତହସିଲଦାରଙ୍କୁ ମାଡ,ହତ୍ୟା ଧମକ

June 03, 2019, ଓଡ଼ିଶା, , Anupambharat News Bureau


ବାଲି ମାଫିଆଙ୍କ ଦାଦାଗିରୀ ତହସିଲଦାରଙ୍କୁ ମାଡ,ହତ୍ୟା ଧମକ
Anupambharat News Bureau
June 03, 2019

ରସୁଲପୁର,୩ା୬(ଅନୁପମ ମିଡିଆ):ରସୁଲପୁର ତହସିଲ ଅଞ୍ଚଳରେ ବାଲି ମାଫିଆ ମାନେ ଖୁବ୍‌ ସକ୍ରିୟ ହୋଇ ପଡିଛନ୍ତି । ବିଭିନ୍ନ ନଦୀରୁ ବେଧଡକ ଚୋରା ବାଲି ଉଠାଇ ବିକ୍ରୀ କରି ମାଲାମାଲ ହେଉଛନ୍ତି । ସେମାନଙ୍କର ନା ଅଛି ପ୍ରଶାସନକୁ ଭୟ ନାଅଛି ପୋଲିସ ର ଡର । ବିଲକୁଲ ବିନ୍ଦାସ ଢଙ୍ଗରେ ବାଲି ଚୋରିକରି ବିକ୍ରୀ କରୁଛନ୍ତି । ରାଜନୈତିକ ପୃଷ୍ଠପୋଷକତା ସେମାନଙ୍କୁ ଏତେ ପରିମାଣରେ ନିର୍ଭୟ କରିଛିଯେ ବାଲି ମାଫିଆ ମାନେ ଚୋରା ବାଲି ଉଠାଉ ଥିବା ଟ୍ରାକଫର ଜବତ କରିବାକୁ ଯାଇଥିବା ରସୁଲପୁର ତହସିଲଦାରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାସହ ମାଡ ମାରିବାକୁ ପଛାଇ ନାହାନ୍ତି । ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନରେ ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ଏକ ଘରପୋଡି ଘଟଣାର ଅନୁସନ୍ଧାନ କରିବାକୁ ବନ୍ଧ ଡିହ ଯାଉଥିବା ବେଳେ ବ୍ରାହ୍ମଣୀ ନଦୀର କରଜଙ୍ଗା ଘାଟରୁ ବାଲି ଚୋରାରେ ଉଠୁଥିବା ଖବର ପାଇ ସେଠାକୁ ଯାଇଥିଲେ । ୩ଟି ଟ୍ରାକଫର ବାଲି ଉଠାଉଥିଲେ । ଗୋଟିଏ ଟ୍ରାକଫର କୁ ଜବତ କରି ଅନ୍ୟ ଟ୍ରାକଫର ପାଖକୁ ଯାଇଥିବା ବେଳେ ଜବତ ହୋଇଥିବା ଟ୍ରାକଫର ନେଇ ଡ୍ରାଇଭର ସେ ସ୍ଥାନରୁ ଚାଲିଯାଇଥିଲା । ତହସିଲଦାରଙ୍କୁ ଦେଖି ଅନ୍ୟ ୨ଟି ଗାଡିର ଡ୍ରାଇଭର ଗାଡିଛାଡି ଫେରାର ହୋଇଯାଇଥିଲେ । ସେହି ଗାଡି ଗୁଡିକ ତହସିଲଦାର ଜବତ କରିବା ସହ ସେଗୁଡିକୁ ଥାନାକୁ ଆଣିବା ବ୍ୟବସ୍ଥା କରିବା ସମୟରେ ନିକଟସ୍ଥ ଗଙ୍ଗାଧର ପୁର ଗ୍ରାମର ବାସୁଆ ଜେନା ଙ୍କ ୨ପୂଅ ବାବୁଲା ଓ ଦିପୂ ଅନ୍ୟ ୨ଜଣ ଚନ୍ଦନ ମଲିକ ଓ ବଳରାମ ପଲେଇଙ୍କ ପୂଅ କପିଳ ସହିତ ସେଠାରେ ପହଞ୍ଚି ତହସିଲଦାରଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ବାବୁଲା ଜେନା ଜବତ ହୋଇଥିବା ନିଜ ଟ୍ରାକଫରନଂ-ଓଡି ୦୪ ଜେ୮୯୩୩ କୁ ଛାଡି ଦେକୁ ତହସିଲ ଦାରଙ୍କୁ ବାଧ୍ୟ କରିଥିଲେ । ନହେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ସେ କହିଛନ୍ତି । ତହସିଲଦାର ଗାଡି ନଛାଡିବାରୁ ଅଭିଯୁକ୍ତ ମାନେ ତାଙ୍କୁ ଧMା ମାରିଥିଲେ । ତହସିଲଦାର ପୋଲିସ କୁ ଫୋନ୍‌ କରିଥିଲେ । ପୋଲିସ ପହଞ୍ଚିଲା ପରେ ବାବୁଲା ଜେନାର ଟ୍ରାକଫର ସହିତ ଓଡି ୦୪ ଏଫ୍‌ ୦୯୩୮ ନମ୍ବର ଟ୍ରାକଫର କୁ ଥାନାକୁ ନେବାକୁ କହି ତହସିଲଦାର ନିଜ କାମରେ ଯାଇଥିଲେ । ଘଟଣା ସଂପର୍କରେ ତହସିଲଦାର କୁଆଖିଆ ଥାନାରେ ଉପରୋକ୍ତ ୪ ଜଣଙ୍କ ନାମରେ ଏତାଲା ଦେଇଛନ୍ତି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ ପୂର୍ବରୁ ଥରେ ତହସିଲଦାର ସେହି ଘାଟରୁ ଚୋରା ବାଲି ଉଠାଉଥିବା ଏକ ଟ୍ରାକଫରକୁ ଜବତ କରି ତହସିଲ କାର୍ଯ୍ୟାଳୟ ପରିସରରେ ରଖିଥିବା ବେଳେ ମାଫିଆ ମାନେ ଜୋର କରି ସେହି ଟ୍ରାକଫରକୁ ଛଡାଇ ନେଇଥିଲେ । ସେ ସମୟରେ ତହସିଲଦାର ପୋଲିସରେ ଅଭିଯୋଗ କରିନଥିବାରୁ ମାଫିଆ ମାନେ ଏଭଳି କାଣ୍ଡ ଘଟାଇବାକୁ ସାହସ ପାଇଛନ୍ତି । ଏହି ଘଟଣାକୁ ବହୁ ବ୍ୟକ୍ତି ନିନ୍ଦା କରିବା ସହ ଜଣେ ପ୍ରଶାସନିକ ଅଧିକାରୀ ଙ୍କୁ ଶାରିରୀକ ଆକ୍ରମଣ କରି ଥିବା ଅଭିଯୁକ୍ତ ମାନଙ୍କୁ ଦଣ୍ଡ ମିଳିବା ପାଇଁ ଦାବୀକରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଲବାହି ଟ୍ରେନ ଲାଇନଚୁ୍ୟତ ରେଳ ଚଳାଚଳ ବାଧାପ୍ରାପ୍ତ

ମାଲବାହି ଟ୍ରେନ ଲାଇନଚୁ୍ୟତ ରେଳ ଚଳାଚଳ ବାଧାପ୍ରାପ୍ତ

Read More...

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ସଫଳତା ହାର ୫୩.୧୧%

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ସଫଳତା ହାର ୫୩.୧୧%

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page