ଭାରତରେ ବଢ଼ୁଛି ଜାଲ୍‌ ନୋଟ୍‌ କାରବାର

June 02, 2019, ଦେଶ, , Anupambharat News Bureau


ଭାରତରେ ବଢ଼ୁଛି ଜାଲ୍‌ ନୋଟ୍‌ କାରବାର
Anupambharat News Bureau
June 02, 2019

ନୂଆଦିଲ୍ଲୀ: ନୋଟ ବିମୁଦ୍ରାକରଣ ପରେ ଭାରତରେ ଜାଲ୍‌ ନୋଟ କାରବାର ଉପରେ ଏକ ପ୍ରକାର ରୋକ୍‌ ଲାଗିଥିଲା । ଏବେ ପୁଣି ଜାଲ୍‌ ନୋଟ କାରବାର ଦେଶରେ ସକ୍ରିୟ ହୋଇଥିବା ଜଣାପଡ଼ିଛି । ଜାଲ୍‌ ନୋଟ ଚଳାଉଥିବା ଅଭିଯୋଗରେ ନେପାଳରୁ ୟୁନୁସ ଅନସାରୀ ନାମକ ଜଣେ ବ୍ୟକ୍ତିକୁ ଜାତୀୟ ସୁରକ୍ଷା ସଂସ୍ଥା (ଏନଆଇଏ) ଗିରଫ କରିବା ପରେ ଏହି ସୂଚନା ମିଳିଛି । ଏହି ଜାଲ୍‌ ନୋଟ କାରବାର ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ମୋଷ୍ଟ ୱାଣ୍ଟେଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମର ଡି-କମ୍ପାନୀ କରାଉଥିବା ଜଣାପଡ଼ିଛି । ଏନଆଇଏର ସୂଚନା ଅନୁଯାୟୀ ଅନସାରୀ ଡି-କମ୍ପାନୀ ଓ ଆଇଏସଆଇର ନିକଟତମ ବ୍ୟକ୍ତି । ନକଲି ନୋଟ କାରବାର ନେଇ ସୂଚନା ମିଳିବା ପରେ ନେପାଳରୁ ଅନସାରୀ ସହିତ ତିନି ପାକିସ୍ତାନୀ ମହମ୍ମଦ ଅଖତର, ନାଦିଆ ଅନୱର, ନସିରୁଦ୍ଦିନକୁ ଏନଆଇଏ ଗିରଫ କରିଛି । ଗିରଫ ବେଳେ ଅନସାରୀ ଓ ତାର ସହଯୋଗୀ ପାଖରୁ ୭ କୋଟି ଟଙ୍କାର ନକଲି ନୋଟ୍‌ ଜବତ କରିଛି ଏନଆଇଏ । ପଚରା ଉଚରା ପରେ ପାକିସ୍ତାନ ନେପାଳ ପରିବର୍ତ୍ତେ ବାଂଲାଦେଶ ଦେଇ ଭାରତରେ ଜାଲ ନୋଟ କାରବାର କରିବାକୁ ଚେଷ୍ଟା କରୁଛି ବୋଲି ଜଣାପଡ଼ିଛି । ପୁଣି ଜାଲ୍‌ ନୋଟ କାରବାର ଦେଶରେ ସକ୍ରିୟ ହୋଇଥିବା ଜଣାପଡ଼ିଛି । ଜାଲ୍‌ ନୋଟ ଚଳାଉଥିବା ଅଭିଯୋଗରେ ନେପାଳରୁ ୟୁନୁସ ଅନସାରୀ ନାମକ ଜଣେ ବ୍ୟକ୍ତିକୁ ଜାତୀୟ ସୁରକ୍ଷା ସଂସ୍ଥା (ଏନଆଇଏ) ଗିରଫ କରିବା ପରେ ଏହି ସୂଚନା ମିଳିଛି । ଏହି ଜାଲ୍‌ ନୋଟ କାରବାର ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ମୋଷ୍ଟ ୱାଣ୍ଟେଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମର ଡି-କମ୍ପାନୀ କରାଉଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫେକ୍‌ ଡିଗ୍ରୀ ମାମଲରେ ଫସିଲେ ମାନବ ସମ୍ବଳ ମନ୍ତ୍ରୀ

ଫେକ୍‌ ଡିଗ୍ରୀ ମାମଲରେ ଫସିଲେ ମାନବ ସମ୍ବଳ ମନ୍ତ୍ରୀ

Read More...

ଭିସା ଆବେଦନ ନିୟମରେ ପରିବର୍ତ୍ତନ

ଭିସା ଆବେଦନ ନିୟମରେ ପରିବର୍ତ୍ତନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page