ଭିସା ଆବେଦନ ନିୟମରେ ପରିବର୍ତ୍ତନ

June 02, 2019, ଦେଶ, , Anupambharat News Bureau


ଭିସା ଆବେଦନ ନିୟମରେ ପରିବର୍ତ୍ତନ
Anupambharat News Bureau
June 02, 2019

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ବିଭାଗର ନୂଆ ନିୟମ ଅନୁଯାୟୀ, ଆମେରିକା ପାଇଁ ଭିସା ଆବେଦନ କରୁଥିବା ବ୍ୟକ୍ତିଙ୍କୁ ତାଙ୍କର ସୋଶାଲ ମିଡିଆ ଆକାଉଣ୍ଟର ତଥ୍ୟ ଦେବାକୁ ପଡ଼ିବ । ବିଦେଶ ବିଭାଗର ନୂଆ ନିୟମ ଅନୁଯାୟୀ ଭିସା ଆବେଦନକାରୀଙ୍କୁ ସର୍ବନିମ୍ନ ୫ ବର୍ଷ ବ୍ୟବହାର କରିଥିବା ଇ-ମେଲ୍‌ ଆଇଡି, ଫୋନ୍‌ ନମ୍‌ୱର, ସୋଶାଲ ମିଡିଆ ଆଇଡି ଆଦି ଦେବାକୁ ପଡ଼ିବ । ଗତବର୍ଷ ଏବାବଦରେ ଆମେରିକା ପ୍ରସ୍ତାବ ଆଣିଥିଲାଛ ଏହାଦ୍ୱାରା ୧.୪୭ କୋଟି ଲୋକ ପ୍ରଭାବିତ ହେବେ ବୋଲି ଆକଳନ କରାଯାଇଛି । ତେବେ ବିବିସି ରିପୋର୍ଟ ଅନୁଯାୟୀ ସୋଶାଲ ମିଡିଆ ସମ୍ପର୍କିତ ତଥ୍ୟ ଦାଖଲ ବ୍ୟବସ୍ଥା ଉଚ୍ଚ ଶିକ୍ଷା ଏବଂ ଭ୍ରମଣ ଉଦ୍ଦେଶ୍ୟରେ ଆମେରିକା ଯାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଲାଗୁ ହେବ ବୋଲି ଜଣାପଡ଼ିଛି । ଆମେରିକୀୟଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଉଥିବା ଆମେରିକାର ବୈଦେଶିକ ବିଭାଗ କହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତରେ ବଢ଼ୁଛି ଜାଲ୍‌ ନୋଟ୍‌ କାରବାର

ଭାରତରେ ବଢ଼ୁଛି ଜାଲ୍‌ ନୋଟ୍‌ କାରବାର

Read More...

କିଏ ହେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

କିଏ ହେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page