ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ

June 02, 2019, ଓଡ଼ିଶା, , Anupambharat News Bureau


ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ
Anupambharat News Bureau
June 02, 2019

କଣାସ,୨ା୬ (ଅନୁପମ ମିଡିଆ): ଗତ ମେଁ ମାସର ତିନି ତାରିଖରେ ପ୍ରଳୟଙ୍କାରୀ ଫନୀବାତ୍ୟାରେ ରାଜ୍ୟର ୧୩ଟି ଜିଲ୍ଲାରେ ଅନେକ ଗୃହ,ଫସଲ,ଗଛ ଆଦି ଅକଳନୀୟ କ୍ଷତିଘଟାଇଥିଲାବେଳେ ବିଦ୍ୟୁତ ବିଭାଗ ସଂପୂର୍ଣ ନଷ୍ଟ ହୋଇଯାଇଥିଲା । ଯେଉଁଥି ପାଇଁକି କର୍ମଚାରୀମାନଙ୍କର ଦିବାରାତ୍ର ଅକ୍ଳାନ୍ତ ,ଅବିଶ୍ରାନ୍ତ ପରିଶ୍ରମ ଫଳରେ ଦୀର୍ଘ ୨୫ଦିନପରେ କଣାସରେ ବିଜୁଳି ଆଲୁଅ ଜଳିଥିଲା । ମାତ୍ର ଦୁଃଖର କଥା ଏଲଫି ଲାଇନର ଖଣ୍ଡେ ଛିଣ୍ଡାତାର ଓହଳି ରହିଯାଇଥିଲା । ଆଜି ସକାଳୁ କଣାସର ନିଶାମଣୀ ସେଠୀ ଫୁଲ ତୋଳିବାକୁଯାଇ ହଠାତ ତାରଟି ତାଙ୍କଠି ବାଜିବାରୁ ଏକ ଚିତ୍କାର କରିଥିଲେ ଏବଂ ସଙ୍ଗସଙ୍ଗେ ତାଙ୍କ ସ୍ୱାମୀ ଗୋକୁଳ ସେଠୀ (୬୫ ବର୍ଷ) କିଛି ବୁଝିନପାରୀ ନିଶାମଣୀ (୫୮ବର୍ଷ)ଙ୍କୁ କୋଳେଇ ନେବାରୁ ସେ ମଧ୍ୟ ସେଠାରେ ଲାଗି ରହିଲେ । କିଛି ପଡୋଶୀ ଚିତ୍କାର ଶୁଣି ଅନ୍ୟମାନଙ୍କୁ ଡାକିଥିଲେ ଏବଂ ବିଦ୍ୟୁତ କାଟି ଉକ୍ତ ଦମ୍ପତିଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାରେ କାର୍ଯ୍ୟରତ ଡାକ୍ତର ଆହତ ଦୁଇଜଣଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ରେଫର କରିଥିଲେ,ମାତ୍ର ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତଖବରପାଇ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ବିଦ୍ୟୁତ ବିଭାଗ ସାମନାରେ ଟାୟାର ଜାଳି ପ୍ରତିବାଦ କରିଥିଲେ । ଖବରପାଇ କଣାସ ଥାନାଧିକାରୀ ସୁଶାନ୍ତ ବେହେରା,ବିଡିଓ ପ୍ରତିଭା ସାହୁ,ତହସିଲଦାର ଅନୀତା ପଣ୍ଡା ,ଫେଡକୋର ଉପରିସ୍ଥ ଅଧିକାରୀ ଭବାନୀ ଶଙ୍କର ନନ୍ଦ,ମିତ୍ରଭାନୁ ନାୟକ,ରଣଜିତ ମହାରାଜ , ସ୍ଥାନୀୟ ସରପଂଚଙ୍କ ପ୍ରତିନିଧି ଭଗବାନ ସୁବୁଦ୍ଧି,ଓ ସାମ୍ବାଦିକମାନଙ୍କ ଉପସ୍ଥିତିରେ ରେଡକ୍ରସ ପାଣ୍ଠିରୁ ଦଶହଜାର ଲେଖାଏଁ,ଫେଡକୋରୁ ଷାଠିଏ ହଜାର ଲେଖାଏଁ ,ଏକମାତ୍ର ପୁଅକୁ ପMାଘର ପ୍ରଦାନ ଏବଂ ନିଶାମଣି ଅଙ୍ଗନବାଡିରେ ସହାୟିକାରୂପେ କାର୍ଯ୍ୟରତଥିବାରୁ ତାଙ୍କ ବୋହୁକୁ ଚାକିରୀଟିଏ ଦେବାପାଇଁ ପ୍ରତିଶୃତି ମିଳିବାପରେ ଲୋକମାନେ ପ୍ରତିବାଦରୁ ବିରତ ରହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଣିରେ ବୁଡି ଶିଶୁକନ୍ୟା ମୃତ

ପାଣିରେ ବୁଡି ଶିଶୁକନ୍ୟା ମୃତ

Read More...

ମହିଳାଙ୍କୁ ବିକ୍ରି ଅଭିଯୋଗ

ମହିଳାଙ୍କୁ ବିକ୍ରି ଅଭିଯୋଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page