ମହିଳାଙ୍କୁ ବିକ୍ରି ଅଭିଯୋଗ

June 02, 2019, ଓଡ଼ିଶା, , Anupambharat News Bureau


ମହିଳାଙ୍କୁ ବିକ୍ରି ଅଭିଯୋଗ
Anupambharat News Bureau
June 02, 2019

ଅନୁଗୋଳ,୨ା୬ (ଅନୁପମ ମିଡିଆ): ଅନୁଗୋଳ ଜିଲ୍ଳା ହଣ୍ଡପା ଥାନା ଅନ୍ତର୍ଗତ ଆନନ୍ଦମୁଣ୍ଡାର ଜଣେ ମହିଳା ନିଖୋଜ ଥିବାବେଳେ ପରିବାର ଲୋକେ ତାଙ୍କୁ ବିକ୍ରି କରିଦିଆଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଥାନାରେ ଅଭିଯୋଗ କରିବାର ଦେଢ଼ ମାସ ଅତିକ୍ରାନ୍ତ ହେବା ପରେ ବି ହଣ୍ଡପା ଥାନା ପୁଲିସ ନିରବ ରହିଛି । ଏଭଳି ସ୍ଥିତିରେ ନ୍ୟାୟ ପାଇଁ ପୀଡ଼ିତାଙ୍କ ପରିବାର ଲୋକେ ଆଜି ଅନୁଗୋଳ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନିଖୋଜ ମହିଳାଙ୍କ ମାଙ୍କ ଅଭିଯୋଗ ହେଲାଯେ ଗତ ୧୯ ଅପ୍ରେଲ ଦିନ ୧୦ଟାରେ ମହିଳା ଜଣଙ୍କ ତାଙ୍କ ଶାୁଘର ଗ୍ରାମ ଇଚ୍ଛାପୁର ଗ୍ରାମରୁ ବଇଣ୍ଡା ଷ୍ଟେଟ ବ୍ୟାଙ୍କକୁ ଯାଉଛି ବୋଲି କହି ଘରୁ ବାହାରିଥିଲେ ।
ଆଉ ସେ ଘରକୁ ଫେରିନାହାଁନ୍ତି ବୋଲି ମହିଳାଙ୍କ ସ୍ୱାମୀ ଘଟଣାର ୨ଦିନ ପରେ ଫୋନ କରି କହିଥିଲେ । କି;ୁ ଏହି ଘଟଣାର ୫ ଦିନ ପରେ ନିଖୋଜ ମହିଳାଙ୍କ ସ୍ୱାମୀ ଆହୁରି କହିଥିଲେ ଯେ ବିବାହ ସମୟରେୀ ୧ଲକ୍ଷ ଟଙ୍କା ସହିତ ଦୁଇ ଗୁଣw ଜମି ମଧ୍ୟ ଦେବାକୁ କହିଥିଲେ । ମାତ୍ର ବିବାହ ପରେ ଆଉ ଜମି ଦେଇନଥିଲେ । ତେଣୁ ତାକୁ ବିକ୍ରି କରିଦେଇଛ ବୋଲି କହିଥିଲେ । କି;ୁ ଏବେ ସେ କହୁଛନ୍ତି ଯେ ଏକ ରୋଗରେ ଆକ୍ରାନ୍ତ ହୋଇଥିବାରୁ ଲୁହାମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ସେ ଚିକିତ୍ସା ପାଇଁ ସମ୍ବଲପୁର ଯାଇଥିଲେ । ଆଉ ସେଠାରୁ ଫେରିନାହାଁନ୍ତି ବୋଲି କହୁଛନ୍ତି ।
ଜ୍ୱାଇଁ ବାରମ୍ବାର କଥା ବଦଳାଉ ଥିବାରୁ ତାଙ୍କ ଝିଅକୁ କେଉଁଠି ବିକ୍ରି କରିଦେଇଥିବା ସେ ସନ୍ଦେହ ପ୍ରକଟ କରିଛନ୍ତି । ସେ ଆହୁରି କହିଚନ୍ତି ଯେ ବିବାହ ସମୟରେ ଜ୍ୱାଇଁଙ୍କ ମନ ଖୁସି ପାଇଁ ୧ଲକ୍ଷ ଟଙ୍କା ଦେଇଥିଲେ ।
ଝିଅ ନିଖୋଜ ହେବା ସଂକ୍ରାନ୍ତରେ ଦେଢ଼ ମାସ ତଳେ ହଣ୍ଡପା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ହେଁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ତାଙ୍କ ମା ଆଜି ଏସପି ଅଫିସକୁ ଆସି ଲିଖିତ ଭାବେ ଅଭିଯୋଗ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ

ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ

Read More...

ପିପିଲି ସାମ୍ବାଦିକଙ୍କୁ ଆକ୍ରମଣ

ପିପିଲି ସାମ୍ବାଦିକଙ୍କୁ ଆକ୍ରମଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page