ଖାଦ୍ୟରେ ବିଷ ମିଶେଇଲା ନାବାଳକ: ଅଳ୍ପକେ ବର୍ତ୍ତିଲେ ସ୍ୱାମୀ-ସ୍ତ୍ରୀ

May 31, 2019, ଓଡ଼ିଶା, , Anupambharat News Bureau


ଖାଦ୍ୟରେ ବିଷ ମିଶେଇଲା ନାବାଳକ: ଅଳ୍ପକେ ବର୍ତ୍ତିଲେ ସ୍ୱାମୀ-ସ୍ତ୍ରୀ
Anupambharat News Bureau
May 31, 2019

ସୋର, ୩୧ା୫ (ଅନୁପମ ମିଡିଆ): ଆଜି ମଧ୍ୟାହ୍ନରେ ସୋର ଅଞ୍ଚଳରେ ଏକ ଅଭାବନୀୟ ଘଟଣାରୁ ଗୋଟିଏ ଦମ୍ପତ୍ତିଙ୍କର ଜୀବନ ରକ୍ଷା ପାଇଯାଇଛି । ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ ଅନ୍ତର୍ଗତ ବଇଁଶୀଖାର୍ଜୀ ଗ୍ରାମର ଜନୈକ ବ୍ୟକ୍ତିଙ୍କ ବାଡ଼ିରୁ ଖଜିରକୋଳି ବିଛେଇବାକୁ ମନା କରିବାରୁ ସେମାନଙ୍କ ଅନୁପସ୍ଥିତିରେ ରନ୍ଧା ଖାଦ୍ୟରେ ସେହି ଗ୍ରାମର ୨ ଜଣ ନାବାଳକ ଏକ କୁକୁଫର୍ମର ତଳି ବିଷ ଆଣି ପକେଇ ଦେଇଥିବା ବେଳେ ସ୍ୱାମୀ-ସ୍ତ୍ରୀ ଘରକୁ ଫେରି ଖାଇବା ସମୟରେ ଏକ ଉତ୍କଟ ଗନ୍ଧ ବାହାରୁଥିବା ଜାଣିପାରି ସେଥିରେ ଉତ୍କଟ ବିଷ ମିଶିଥିବା ଜାଣିପାରି ଖାଇ ନଥିଲେ ।
ଏହି ଗ୍ରାମର ରେଗା ସିଂ ଏବଂ ତାଙ୍କ ସ୍ତ୍ରୀ ଦୁଃଖି ସିଂ ସକାଳେ ସେମାନଙ୍କର ଖାଇବା ରାନ୍ଧିସାରି ତାଙ୍କ ୧୨ଜଣ ପିଲାଙ୍କ ସହିତ ବିଲକୁ କାମ କରିବାକୁ ଯାଇଥିଲେ । ଫେରିବା ପରେ ଖାଦ୍ୟରୁ ଗନ୍ଧ ବାହାରୁଥିବା ବେଳେ ନିକଟରେ ଏକ ପତ୍ର ପୁଡ଼ିଆରେ ବିଷ ଲାଗିଥିବା ଜାଣିପାରି ସେମାନେ ସନ୍ଦେହରେ ସେହି ଦୁଇ ନାବାଳକଙ୍କୁ ଧରି ପଚରାପଚରି କରିବା ପରେ ସେ ଏହି କାମ କରିଥିବା ସ୍ୱୀକାର କରିଥିଲା । ଏ ସଂପର୍କରେ ନାବାଳକଙ୍କ ପିତାମାତାଙ୍କୁ ଜଣେଇ ଗାଁରେ ଏକ ବୈଠକ ବସିଛି । ପିଲାଟି ନାବାଳକ ହୋଇଥିବାରୁ ଏହାର ସମାଧାନ କରିଦିଆଯବା ପାଇଁ ଗ୍ରାମବାସୀମାନେ ଚେଷ୍ଟା ଚଳେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଓଭରବ୍ରିଜରେ ଶତାଧିକ ଗଛ, ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ

ଓଭରବ୍ରିଜରେ ଶତାଧିକ ଗଛ, ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ

Read More...

ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଲା ସ୍ୱାମୀ

ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଲା ସ୍ୱାମୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page