ଶରଣାର୍ଥୀ ଶିବିରରେ ନିଆଁ ଲାଗି ୨୧ ମୃତ

November 18, 2022, ବିଦେଶ, , Anupambharat News Bureau


ଶରଣାର୍ଥୀ ଶିବିରରେ ନିଆଁ ଲାଗି ୨୧ ମୃତ
Anupambharat News Bureau
November 18, 2022


ନୂଆଦିଲ୍ଲୀ: ଇସ୍ରାଏଲର ଗାଜାପଟ୍ଟିରେ ସହରର ଜନବସତି ଅଞ୍ଚଳରେ ଥିବା ଏକ ଶରଣାର୍ଥୀ ଶିବିରରେ ଗତ ବିଳମ୍ବିତ ରାତ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଘଟଣାସ୍ଥଳରେ ହିଁ ୨୧ ଜଣଙ୍କ ମୃତୁ୍ୟ ଘଟିଛି । ଅଗ୍ନିକାଣ୍ଡରର କିଛି କ୍ଷଣ ମଧ୍ୟରେ ସମ୍ପୂର୍ଣ୍ଣ ୪ ମହଲା ବିଶିଷ୍ଟ ଭୂତଳ କୋଠାରେ ନିଆଁ ବ୍ୟାପି ଯାଇଥିଲା । ସ୍ଥାନୀୟ ପ୍ରଶାସନ ଓ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ଏହି ଭୟାବହ ଅଗ୍ନିକାଣ୍ଡରେ ୭ ଜଣ ଛୋଟ ଶିଶୁ ମଧ୍ୟ ମୃତୁ୍ୟବରଣ କରିଥିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା ଆଚମ୍ବିତ କରିଛି । ଶରଣାର୍ଥୀ ଶିବିରରେ ଥିବା ଗ୍ୟାସୋଲିନ୍‌ ଯୋଗୁ ନିଆଁ ଲାଗିଥିବା ଜଣାପଡ଼ିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ତଥ୍ୟ ଅନୁଯାୟୀ, ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ଶିବିରରେ ଆଶ୍ରୟ ନେଇଥିବା ଲୋକଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଇସ୍ରାଏଲ ସରକାର ଏହି ଦୁଃଖଦ ଘଟଣାକୁ ନେଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହିତ ଗୋଟିଏ ଦିନ ଶୋକ ଦିବସ ରୂପେ ଘୋଷଣା କରିଛନ୍ତି । ଗାଜାର ଏହି ଶରଣାର୍ଥୀ ଶିବିର ଜନବସତି ଅଞ୍ଚଳରେ ରହିଛି । ଏଠାରେ ସ୍ଥାନୀୟ ଲୋକେ ଗ୍ୟାସୋଲିନ, ଡିଜେଲର ଭଣ୍ଡାର କରିଛନ୍ତି । ମାତ୍ରାଧିକ ଗ୍ୟାସୋଲିନ୍‌ ଯୋଗୁ ନିଆଁ ଲାଗିଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କମିବ ଶୀତ:  ଲଘୁଚାପ କ୍ଷେତ୍ର ସକ୍ରିୟ

କମିବ ଶୀତ: ଲଘୁଚାପ କ୍ଷେତ୍ର ସକ୍ରିୟ

Read More...

  ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ଗିରଫ ହେଲେ ଡ୍ରାଇଭର

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ଗିରଫ ହେଲେ ଡ୍ରାଇଭର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page