ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ଗିରଫ ହେଲେ ଡ୍ରାଇଭର

November 18, 2022, ଦେଶ, , Anupambharat News Bureau


  ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ଗିରଫ ହେଲେ ଡ୍ରାଇଭର
Anupambharat News Bureau
November 18, 2022


ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନକୁ ଭାରତର ଗୋପନୀୟ ତଥ୍ୟ ପ୍ରଘଟ କରିବା ଘଟଣା କେନ୍ଦ୍ର ସରକାରଙ୍କ ଏକ ଡ୍ରାଇଭର ପାଇଁ ମହଙ୍ଗା ପଡିଛି । ଏପରି ଜଣେ ବ୍ୟକ୍ତିଙ୍କୁ ଆଜି ଦିଲ୍ଲୀ ପୋଲିସର ଗୋଇନ୍ଦା ସଂସ୍ଥା ସହଯୋଗରେ ଗିରଫ କରାଯାଇଥିବା ଘଟଣା ଚର୍ଚ୍ଚାକୁ ଆସିଛି । ଏହା ମଧ୍ୟ ସବୁଠାରୁ ଆଲୋଚନାର କେନ୍ଦ୍ରକୁ ଆସିଛି ଯେ, ଗିରଫ ବ୍ୟକ୍ତି ଜଣକ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲା । ସେ ପଡ଼ୋଶୀ ପାକିସ୍ତାନକୁ କିଛି ଗୁପ୍ତ ତଥ୍ୟ ଯୋଗାଇ ଦେଇଥିବାରୁ ତାକୁ ଗିରଫ କରାଯାଇଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଦ୍ୱାରା ବିଛା ଯାଇଥିବା ହନି ଟ୍ରାପରେ ଫସି ବ୍ୟକ୍ତି ଜଣକ ଦେଶ ସହିତ ବିଶ୍ୱାସଘାତକତା କରିଥିବା ଜଣାପଡିଛି ।
ବୈଦେଶିକ ମନ୍ତ୍ରଣାଳୟର ଡ୍ରାଇଭର ଗିରଫ ହେବା ପରେ ହଇଚଇ ସୃଷ୍ଟି ହୋଇଛି । ଏବେ ମନ୍ତ୍ରଣାଳୟର ଆଉ କୌଣସି କର୍ମଚାରୀ କିମ୍ବା ଅଧିକାରୀ ଏହି ମାମଲାରେ ଜଡ଼ିତ ଅଛନ୍ତି କି ନାହିଁ, ତା’ର ତଦନ୍ତ ପୋଲିସ୍‌ ଓ ଗୁଇନ୍ଦା ବିଭାଗ ଆରମ୍ଭ କରିଛି । ଏତେ ଘଟଣା ଘଟିବା ପରେ ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ଏଯାଏ ମୁହଁ ଖୋଲିନାହିଁ । ସୂଚନା ଅନୁଯାୟୀ, ଆଜି ମନ୍ତ୍ରଣାଳୟରେ ଡ୍ରାଇଭର ଭାବେ କାମ କରୁଥିବା ଜଣେ ବ୍ୟକ୍ତିକୁ ଜବାହରଲାଲ ନେହରୁ ଭବନରୁ ଗିରଫ କରାଯାଇଛି । ଏହି ବ୍ୟକ୍ତି ଜଣକ ପାକିସ୍ତାନର ଗୁପ୍ତଚରଙ୍କ ଦ୍ୱାରା ବିଛା ଯାଇଥିବା ଜାଲରେ ଫସି ଯାଇଥିଲେ । ପୂନମ ଶର୍ମା ଓରଫ ପୂଜା ନାମରେ ଜଣେ ପାକିସ୍ତାନ ଗୁପ୍ତଚର ଡ୍ରାଇଭର ଜଣକୁ ନିଜ ମିଠାମିଠା କଥା କହି ନିଜ ପ୍ରେମରେ ଫସାଇଥିଲା । ଏହାପରେ ଟଙ୍କା ଓ ପ୍ରେମ ଲୋଭରେ ସେ ଗୁପ୍ତଚର ପୂଜାକୁ କିଛି ସମ୍ବେଦନଶୀଳ ଦସ୍ତାବିଜ ପଠାଇଥିଲା । ତେବେ କେଉଁ ସବୁ ଦସ୍ତାବିଜ ପଠାଇଥିଲା ଓ ତା’ ପରିଚୟ ପୋଲିସ୍‌ ଏଯାଏ ସାର୍ବଜନୀନ କରିନାହିଁ । ଏହାପୂର୍ବରୁ ଚଳିତ ବର୍ଷ ଅଗଷ୍ଟ ମାସରେ ରାଜସ୍ଥାନ ପୋଲିସ୍‌ ଦିଲ୍ଲୀରୁ ଜଣେ ୪୬ ବର୍ଷୀୟ ବ୍ୟକ୍ତିକୁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରିଥିଲା । ସେ ଭାରତରେ ରହି ପାକିସ୍ତାନ ପାଇଁ କାମ କରୁଥିବା ଜଣାପଡିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶରଣାର୍ଥୀ ଶିବିରରେ ନିଆଁ ଲାଗି ୨୧ ମୃତ

ଶରଣାର୍ଥୀ ଶିବିରରେ ନିଆଁ ଲାଗି ୨୧ ମୃତ

Read More...

ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗ, ଇସ୍ରୋ ପଠାଇଲା ପ୍ରଥମ ଘରୋଇ ରକେଟ

ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗ, ଇସ୍ରୋ ପଠାଇଲା ପ୍ରଥମ ଘରୋଇ ରକେଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page