ଜଜାଙ୍ଗ ଖଣିରେ ଶ୍ରମିକ ବିଦ୍ରୋହ, ପୋଲିସ ମୁତୟନ

May 27, 2019, ଓଡ଼ିଶା, , Anupambharat News Bureau


 ଜଜାଙ୍ଗ ଖଣିରେ ଶ୍ରମିକ ବିଦ୍ରୋହ, ପୋଲିସ ମୁତୟନ
Anupambharat News Bureau
May 27, 2019

ଯୋଡ଼ା୨୭ା୫ (ଅନୁପମ ମିଡ଼ିଆ):କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ଖଣିରେ ବର୍ଦ୍ଧିତ ଦରମା ପ୍ରଦାନ ଦାବୀରେ ସୋମବାର ଶହସ୍ରାଧିକ ଶ୍ରମିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଉକ୍ତ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ବିଦ୍ୟାଧର ପାତ୍ର,ରତ୍ନାକର ହଂସ,ଗଣେଷ ପାତ୍ର ପ୍ରମୁଖ ଅଭିଯୋଗରେ କହିଛନ୍ତି ଯେ,ଖଣି କଂପାନୀ,ଆସିଷ୍ଟାନଫ ଲେବର କମିଶନର ଓ ଖଣିର ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।ଚୁକ୍ତି ଅନୁଯାୟୀ ପ୍ରତି ୪ବର୍ଷରେ ବାର୍ଷିକ ବର୍ଦ୍ଧିତ ଦରମା ଶ୍ରମିକ ମାନଙ୍କୁ ଦିଆଯିବା ପାଇଁ ସ୍ଥିର ହୋଇଥିଲା ।ଏହି କଂପାନୀ ୨୦୧୨ ମସିହାରେ ଏହି ବର୍ଦ୍ଧିତ ଦରମା ମଧ୍ୟ ଶ୍ରମିକମାନଙ୍କୁ ଦେଇସାରିଛି ।ତେବେ ଆଜିକୁ ୪ବର୍ଷ ବିତିଯାଇଥିଲେ ହେଁ କଂପାନୀ ଏହି ବର୍ଦ୍ଧିତ ଦରମା ପ୍ରଦାନ କରୁ ନାହିଁ ।ଏ ନେଇ ଶ୍ରମିକମାନେ କଂପାନୀ ଓ ଶ୍ରମିକ ସଂଗଠନ ର ଦୃଷ୍ଟି ଆକର୍ଷଣ କରିବାରୁ ଚଳିତ ନିର୍ବାଚନ ପରେ ଏହା ପ୍ରଦାନ କରାଯିବାର ପ୍ରତିଶୃତି ଦିଆଯାଇଥିଲା ।ତେବେ ନିର୍ବାଚନ ଶେେ ହୋଇଯାଇଥିଲେ ହେଁ କଂପାନୀ କତୃପକ୍ଷ ଏହାର କୌଣସି ସମାଧାନ ନ କରିବାରୁ ବାଧ୍ୟ ହୋଇ ଖଣିରେ କାର୍ଯ୍ୟ କରୁଥିବା ପ୍ରାୟ ୧୮ଶହରୁ ଉର୍ଦ୍ଧ୍ୱ ଶ୍ରମିକ ରବିବାର ଦିନ ପ୍ରାୟ ୧୧ଟା ସମୟରୁ କାର୍ଯ୍ୟବନ୍ଦ କରି ଖଣିର ଫାଟକ ସମ୍ମୁଖରେ ବସିରହିଥିବା ପ୍ରକାଶ କରିଛନ୍ତି ।ଘଟଣାସ୍ଥଳରେ ଯୋଡ଼ା ଆଇଆଇସି ମନୋଜ ରାଉତ,ବାମେବାରୀ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ପୋଲିସ ଫୋର୍ସ ସହିତ ପହଁଚି ଆନ୍ଦୋଳନକାରୀ ଶ୍ରମିକଙ୍କ ସହିତ ଆଲୋଚନା କରିଥିଲେ ।ତେବେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ସଂପର୍କରେ ଲିଖିତଭାବେ ପୋଲିସକୁ କିମ୍ବା କଂପାନୀ କତୃପକ୍ଷଙ୍କୁ ଜଣାଇ ନ ଥିବା ଆଇଆଇସି ମନୋଜ ରାଉତ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।ରବିବାର ଠାରୁ ଏହି ଆନ୍ଦୋଳନ ହୋଇଥିଲେ ହେଁ କଂପାନୀ କର୍ତୃପକ୍ଷ କିଛି ଶୁଣୁ ନ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ।ଏହାର ସମାଧାନ କରା ନ ଗଲେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରୀ ରହିବ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି । ଶ୍ରମିକଙ୍କ ଦାବୀ ସଂପର୍କରେ ଆଲୋଚନା କରି ଏହାର ସମାଧାନ କରାଯିବ ବୋଲି କଂପାନୀ ପକ୍ଷରୁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୋର୍ଡ଼ ପରୀକ୍ଷାରେ ଫେଲ୍‌ ପରେ ଛାତ୍ର ନିଖୋଜ

ବୋର୍ଡ଼ ପରୀକ୍ଷାରେ ଫେଲ୍‌ ପରେ ଛାତ୍ର ନିଖୋଜ

Read More...

ନାବାଳିକାକୁ ଦୁଷ୍କର୍ମ ,ଜଣେ ଗିରଫ

ନାବାଳିକାକୁ ଦୁଷ୍କର୍ମ ,ଜଣେ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page