ପରମାଣୁ ଯୁଦ୍ଧ ଆଶଙ୍କା : ରୁଷର ଆଣବିକ ସମରାଭ୍ୟାସ ଘୋଷଣା

October 26, 2022, ବିଦେଶ, , Anupambharat News Bureau


ପରମାଣୁ ଯୁଦ୍ଧ ଆଶଙ୍କା : ରୁଷର ଆଣବିକ ସମରାଭ୍ୟାସ ଘୋଷଣା
Anupambharat News Bureau
October 26, 2022


ମସ୍କୋ ,୨୬ା୧୦:ଦୀର୍ଘ ଦିନ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଅଧିକ ଜଟିଳ ହୋଇପଡିଛି । ନାଟୋ ସଦସ୍ୟଙ୍କ ହସ୍ତକ୍ଷପ ଫଳରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅତ୍ୟନ୍ତ ବିବ୍ରତ ହୋଇ ପରମାଣୁ ବୋମାର ଧମକ ଦେଇଛନ୍ତି । ତେବେ ଏହାକୁ ଖାତିର ନକରି ୟୁକ୍ରେନ ସେନା ଗତକାଲି ଋଷର ଏକ ମିସାଇଲ କେନ୍ଦ୍ର ଉପରେ ଆକ୍ରମଣ କରିବା ଯୋଗୁଁ ଅନେକ ଋଷ ସୈନିକ ପ୍ରାଣ ହରାଇଛନ୍ତି । ଏହାକୁ ଅତ୍ୟନ୍ତ ଭୟଙ୍କର ଭାବେ ଋଷ ଏହାର ପ୍ରତିକ୍ରିୟା ଦେଖାଇଛି । ଆଣବିକ ଅସ୍ତ୍ରର ଅଭ୍ୟାସ ଆରମ୍ଭ କରିଛି ଋଷ ସେନା । ୟୁକ୍ରେନ ଯୁଦ୍ଧରେ ଆଣବିକ ବୋମାର ପ୍ରୟୋଗ ଆଶଙ୍କା ମଧ୍ୟରେ ଋଷ ପୂର୍ବ ର୍ନିଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ନିଜର ଆଣବିକ ବାହିନୀର ସମରାଭ୍ୟାସ କରିବ । ଏ ନେଇ ରୁଷ ପକ୍ଷରୁ ଆମେରିକାକୁ ଅବଗତ କରାଯାଇଛି । ଋଷ ଓ ଆମେରିକା ମଧ୍ୟରେ ହୋଇଥିବା ଷ୍ଟାର୍ଟ ଚୁକ୍ତି ଅନୁସାରେ ଉଭୟ ପକ୍ଷ ଆଣବିକ ପରୀକ୍ଷା, କିମ୍ବା ଆଣବିକ ବାହିନୀର ସମରାଭ୍ୟାସ କଲେ ପରସ୍ପରକୁ ପୂର୍ବରୁ ସୂଚୀତ କରିବେ । ଏହି ଚୁକ୍ତିକୁ ପାଳନ କରି ରୁଷ ପକ୍ଷରୁ ଆମେରିକାକୁ ସମରାଭ୍ୟାସ ସମ୍ପର୍କରେ ପ୍ରାକ୍‌ ସୂଚନା ଦେଇଛି । ୟୁକ୍ରେନ ଉପରେ ଆବଶ୍ୟକ ପଡ଼ିଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂର୍ବରୁ ଧମକ ଦେଇସାରିଛନ୍ତି । ଏହି ଧମକକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ ଥିବାବେଳେ ଏହି ସ୍ୱତନ୍ତ୍ର ସମରାଭ୍ୟାସ ସ୍ଥିତିକୁ ଜଟିଳ କରିଛି । ଗତ ମଙ୍ଗଳବାରଦିନ ଋଷ ପକ୍ଷରୁ ଜାତିସଂଘରେ କୁହାଯାଇଥିଲା ଯେ ଏକ ଡାର୍ଟି ବମ୍‌ ପ୍ରୟୋଗ କରିବାକୁ ୟୁକ୍ରେନ ଯୋଜନା କରୁଛି । ଏ ସଂପର୍କରେ ରୁଷ ପକ୍ଷରୁ ଭାରତ ଓ ଚୀନକୁ ବି ଅବଗତ କରାଯାଇଛି ଛ କି;ୁ ୟୁକ୍ରେନ ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ଋଷର ଏହି ଦାବିକୁ ଖାରଜ କରିଦେଇଛନ୍ତି । ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି କହିଛନ୍ତି ଯେ ରୁଷର ଏହି ଅଭିଯୋଗରୁ ମନେହେଉଛି ଋଷ ନିଜେ ଏପରି ଏକ ବୋମା ପ୍ରୟୋଗ କରିବାକୁ ଯାଉଛି । ସୂଚନାଯୋଗ୍ୟ ଯେ, ଆଧୁନିକ ସାମରିକ ଭାଷାରେ ଡାର୍ଟି ବମର ଅର୍ଥ ହେଉଛି ତେଜସ୍କ୍ରିୟ ସାମଗ୍ରୀ ବହନ କରୁଥିବା ଏକ ପାରମ୍ପରିକ ବୋମା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୁଣିଗାରେଡ଼ି ସନ୍ଦେହ: ପିଟିପିଟି ମହିଳାଙ୍କୁ ହତ୍ୟା

ଗୁଣିଗାରେଡ଼ି ସନ୍ଦେହ: ପିଟିପିଟି ମହିଳାଙ୍କୁ ହତ୍ୟା

Read More...

 କଂଗ୍ରେସରେ  ‘ଖାଡଗେ ଯୁଗ’

କଂଗ୍ରେସରେ ‘ଖାଡଗେ ଯୁଗ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page