କଂଗ୍ରେସରେ ‘ଖାଡଗେ ଯୁଗ’

October 26, 2022, ଦେଶ, , Anupambharat News Bureau


 କଂଗ୍ରେସରେ  ‘ଖାଡଗେ ଯୁଗ’
Anupambharat News Bureau
October 26, 2022


ନୂଆଦିଲ୍ଲୀ,୨୩୬ା୧୦: ଅଖିଳ ଭାରତୀୟ କଂଗ୍ରେସ କମିଟିର ନୂତନ ମୁଖ୍ୟ ଭାବେ ମଲ୍ଲିକାର୍ଜୁନ ଖାଡଗେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ସେ କଂଗ୍ରେସ ଦଳର ସଭାପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଦଳର ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧି ନୂତନ ସଭାପତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହାଠାରୁ କଂଗ୍ରେସରେ ଆରମ୍ଭ ହୋଇଛି ଅଣଗାନ୍ଧି ପରିବାରର ନୂତନ ଅଧ୍ୟାୟ ।
ଯାହାକୁ ଦଳରେ ଖାଡଗେ ଯୁଗ ବୋଲି ପ୍ରଚାରପ୍ରସାର କରାଯାଉଛି । ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ଅଣ ଗାନ୍ଧୀ ଅଧ୍ୟକ୍ଷ ମିଳିଛି । ମଲ୍ଲିକାର୍ଜୁନ ଖାଡଗେଙ୍କୁ ଅନୁଷ୍ଠାନିକ ଭାବେ କଂଗ୍ରେସର ମଙ୍ଗ ଧରାଇବା ପରେ ସୋନିଆ ଗାନ୍ଧି ଦଳ ଆଗରେ ରହିଥିବା ଚ୍ୟାଲେଞ୍ଜ ବିଷୟରେ ଚର୍ଚ୍ଚା କରିଛନ୍ତି । ଏଥିସହ ନୂଆ କଂଗ୍ରେସ ଅଧ୍ୟକ୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମଲ୍ଲିକାର୍ଜୁନ ଖାଡଗେ ଅଧ୍ୟକ୍ଷ ହେବା ପରେ ସୋନିଆ ଆଶ୍ୱସ୍ତୀ ଅନୁଭବ କରୁଥିବା କହିଛନ୍ତି । ଏଥିସହ ସହଯୋଗ ଓ ସମର୍ଥନ ପାଇଁ ସେ କଂଗ୍ରେସ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତିଛ । କଂଗ୍ରେସର ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧିଙ୍କ ସମେତ ରାହୁଲ ଗାନ୍ଧି ଓ ଅନେକ ବରିଷ୍ଠ ନେତା ସାମିଲ ଥିଲେ । କଂଗ୍ରେସ ଅଧ୍ୟକ୍ଷ ପଦ ଦାୟିତ୍ୱ ଗ୍ରହଣ କରିବା ପରେ ଖଡଗେଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ । ଗୋଟିଏ ପଟେ ରାଜସ୍ଥାନରେ ରାଜନୈତିକ ସଂକଟ ବଡ଼ ଆହ୍ୱାନ ସୃଷ୍ଟି କରିଥିବା ବେଳେ ସେପଟେ ଆଗାମୀ କିଛି ସପ୍ତାହ ପରେ ଗୁଜରାଟ ଓ ହିମାଚଳ ପ୍ରଦେଶରେ ହେବାକୁଥିବା ବିଧାନସଭା ନିର୍ବାଚନ ମଧ୍ୟ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ଆଜି ଦାୟିତ୍ୱ ନେବା ପୂର୍ବରୁ ରାଜଘାଟ ଯାଇ ମହାତ୍ମାଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଖାଡଗେ । ସେହିପରି ପୂର୍ବ ପ୍ରଧାମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମାଧି ସ୍ଥଳ ଶକ୍ତି ସ୍ଥଳ ଏବଂ ଜବାହାରଲାଲ ନେହେରୁଙ୍କୁ ସମାଧି ସ୍ଥଳ ଶାନ୍ତି ବନ ଯାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ ମଲ୍ଲିକାର୍ଜୁନ ଖଡଗେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରମାଣୁ ଯୁଦ୍ଧ ଆଶଙ୍କା : ରୁଷର ଆଣବିକ ସମରାଭ୍ୟାସ ଘୋଷଣା

ପରମାଣୁ ଯୁଦ୍ଧ ଆଶଙ୍କା : ରୁଷର ଆଣବିକ ସମରାଭ୍ୟାସ ଘୋଷଣା

Read More...

 ବିଶ୍ୱର ସବୁଠାରୁ ଅପରିଷ୍କାର ବ୍ୟକ୍ତିଙ୍କ ପରଲୋକ

ବିଶ୍ୱର ସବୁଠାରୁ ଅପରିଷ୍କାର ବ୍ୟକ୍ତିଙ୍କ ପରଲୋକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page