୩୦ରେ ଶପଥ ନେବେ ମୋଦ

May 27, 2019, ଦେଶ, , Anupambharat News Bureau


୩୦ରେ ଶପଥ ନେବେ ମୋଦ
Anupambharat News Bureau
May 27, 2019

ନୂଆଦିଲ୍ଲୀ, ୨୬ା୫: ଭାରତୀୟ ଗଣତନ୍ତ୍ରର ସପ୍ତଦଶ ଲୋକସଭା ନିର୍ବାଚନ ପରେ ସଂଖ୍ୟା ଗରିଷ୍ଠତା ହାସଲ କରି ଭାରତୀୟ ଜନତାପାର୍ଟି (ବିଜେପି) ସରକାର ଗଠନ କରିବା ପାଇଁ ସ୍ଥିର କରିଛି ।
ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ଭାବେ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ହିଁ ପୁଣିଥରେ ଶାସନ କ୍ଷମତା ହାସଲ କରିବେ । ଏଣୁ ଚଳିତମାସ ୩୦ ତାରିଖରେ ନରେନ୍ଦ୍ର ମୋଦି ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ଭାବେ ନିଜ ପଦ ଓ ଗୋପନୀୟତାର ଶପଥପାଠ ଗ୍ରହଣ କରିବେ । ଚଳିତମାସ ୩୦ ତାରିଖ ଠାରୁ ମୋଦି ନିଜର ଦ୍ୱିତୀୟପାଳି ସରକାର ଆରମ୍ଭ କରିବେ । ଏସମ୍ପର୍କରେ ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବିବୃତିରେ ସ୍ପଷ୍ଟ କରାଯାଇଛି । କାରଣ ୩୦ ତାରିଖରେ ରାଷ୍ଟ୍ରପତି ଭବନରେ ହିଁ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀଙ୍କୁ ଶପଥପାଠ କରାଇବେ । ତାହାଙ୍କ ସହିତ କେତେକ କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ଶପଥପାଠ କରାଇବା କାର୍ଯ୍ୟକ୍ରମ ଧାର୍ଯ୍ୟ ରହିଛି । ପ୍ରାପ୍ତ ସୂଚନା ମୁତାବକ ଉକ୍ତଦିନ ସନ୍ଧ୍ୟା ସାତଟା ବେଳେ ଏହି ଶପଥ ଗ୍ରହଣ ଉତ୍ସବ ଧାର୍ଯ୍ୟ କରାଯାଇଛି । ଇତି ମଧ୍ୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍‌ଡିଏର ନେତା ଭାବେ ନରେନ୍ଦ୍ର ମୋଦିଙ୍କୁ ନିଦ୍ୱନ୍ଦରେ ନିର୍ବାଚିତ କରାଯାଇଛି । ଏହାପରେ ପରେ ବିଜେପି ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦି ବୋଲି ରାଷ୍ଟ୍ରପତିଙ୍କୁ ଜଣାଇ ଦିଆଯାଇଛି ।
ସାମ୍ବିଧାନିକ ରୀତି ଅନୁଯାୟୀ ଭାରତର ପ୍ରଧାନମନ୍ତ୍ରୀଙ୍କ ଜରିଆରେ ହିଁ କେନ୍ଦ୍ରରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ କାହାକୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଯିବ ଏହା ରାଷ୍ଟ୍ରପତି ପରାମର୍ଶ ନେଇ ସ୍ଥିର କରିବେ । ସୂଚନା ଥାଉକି ୫୪୩ ଲୋକସଭା ସଦସ୍ୟଙ୍କୁ ମଧ୍ୟରୁ ୫୪୨ ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା । ଏଥିରେ ଏନ୍‌ଡିଏକୁ ୩୫୩ଟି ଆସନରେ ସଫଳତା ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଭିଜିଲାନ୍ସ ଜାଲରେ ଥାନାଧିକାରୀ

ଭିଜିଲାନ୍ସ ଜାଲରେ ଥାନାଧିକାରୀ

Read More...

ମାଉଣ୍ଟ ଏଭେରେଷ୍ଟରେ ଏବେ ସୁଦ୍ଧା୧୦ଜଣଙ୍କ ପର୍ବତାରୋହୀଙ୍କ ମୃତୁ୍ୟ

ମାଉଣ୍ଟ ଏଭେରେଷ୍ଟରେ ଏବେ ସୁଦ୍ଧା୧୦ଜଣଙ୍କ ପର୍ବତାରୋହୀଙ୍କ ମୃତୁ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page