ଟ୍ୱିଟର ବି ଦେବ ଏଡିଟ୍ ସୁବିଧା

September 01, 2022, ଦେଶ, , Anupambharat News Bureau


ଟ୍ୱିଟର ବି ଦେବ ଏଡିଟ୍ ସୁବିଧା
Anupambharat News Bureau
September 01, 2022


ନୂଆଦିଲ୍ଲୀ: ଫେସ୍‌ବୁକ୍‌ ଓ ଇନ୍‌ଷ୍ଟଗ୍ରାମ ଭଳି ଟ୍ୱିଟର କିନ୍ତୁ ଏଡିଟ୍ ସୁବିଧା ନାହିଁ। ଥରେ ଯାହା ଟ୍ୱିଟ୍ କଲେ ତାହା ଆଉ ଏଡିଟ୍ କରିହୁଏନା। ପ୍ରଥମ ଟ୍ୱିଟ୍‌ରେ ଭୁଲ୍ ଥିଲେ ଏହାକୁ ଡିଲିଟ୍ କରି ପୁଣିଥରେ ନୂଆ ଟ୍ୱିଟ୍ କରିବାକୁ ପଡ଼େ। ଏଥିପାଇଁ ଅନେକ ସମୟରେ ଟ୍ୱିଟରରେ ଏଡିଟ୍ ବଟନ ଆଣିବାକୁ ଦାବି ହୋଇ ଆସୁଛି। ୟୁଜରଙ୍କ ଦାବିକୁ ଦେଖି ଟ୍ୱିଟର ଏବେ ଏଡିଟ୍ ପିକଳ୍ପ ଆଣିବାକୁ ଯାଉଛି। ହେଲେ ଏହା କିଛି ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ପାଇଁ ହେବ ଓ ଏଥିପାଇଁ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଉଛି।

ଏଡିଟ୍ ବଟନ ନେଇ ପରୀକ୍ଷଣ କରାଯାଉଥିବା ଟ୍ୱିଟର ସୂଚନା ଦେଇଛି। ଏନେଇ କମ୍ପାନୀ କହିଛି ଯେ ଏଡିଟେଡ୍ ବଟନ ପରୀକ୍ଷଣ କରୁଥିବାରୁ ଆପଣ ହୁଏତ ଏଡିଟେଡ୍ ଟ୍ୱିଟ୍(ସମ୍ପାଦିତ ଟ୍ୱିଟ୍) ଦେଖିପାରନ୍ତି। ତେବେ ଏହି ଏଡିଟ୍ ବଟନ କେବଳ ସେମାନଙ୍କ ପାଇଁ ରହିବ ଯେଉଁମାନେ ଏଥିପାଇଁ ମୂଲ୍ୟ ଦେବାକୁ ରାଜି ହେବେ। ଏହାର ଅର୍ଥ ହେଲା ଟ୍ୱିଟରରେ ଏଡିଟ୍ ଅପସନ ଅନ୍ୟ ସୋସିଆଲ୍ ମିଡିଆ ଭଳି ମାଗଣ ହେବ ନାହିଁ। ଏଥିପାଇଁ ପଇଶା ଦେବାକୁ ପଡିବ।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ୱିଟର ବ୍ଲୁ ସବ୍ସସ୍କ୍ରାଇବରଙ୍କ ପାଇଁ ଏହି ସୁବିଧା ମିଳିବ। ଏନେଇ କମ୍ପାନୀ କହିଛି “ ଟ୍ୱିଟ୍‌କୁ ଏଡିଟ୍ କରିବା ପାଇଁ ପରୀକ୍ଷଣ ଚାଲିଛି। ଏହାପରେ ଆସନ୍ତା ସପ୍ତାହରେ କେବଳ ଟ୍ୱିଟର ବ୍ଲୁ ସବ୍ସସ୍କ୍ରାଇବରଙ୍କ ପାଇଁ ଦିଆଯିବ।” ତେବେ ଟ୍ୱିଟ୍ ଏଡିଟ୍ ହେଲେ ସମସ୍ତେ ଦେଖିପାରିବେ ବୋଲି କମ୍ପାନୀ କହିଛି।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩ ଦିନରେ ୩ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

୩ ଦିନରେ ୩ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

Read More...

ନୂଆଖାଇରେ ଚାଷୀଙ୍କୁ କାଳିଆ ଟଙ୍କା

ନୂଆଖାଇରେ ଚାଷୀଙ୍କୁ କାଳିଆ ଟଙ୍କା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page