ନୂଆଖାଇରେ ଚାଷୀଙ୍କୁ କାଳିଆ ଟଙ୍କା

August 30, 2022, ଓଡ଼ିଶା, , Anupambharat News Bureau


ନୂଆଖାଇରେ ଚାଷୀଙ୍କୁ କାଳିଆ ଟଙ୍କା
Anupambharat News Bureau
August 30, 2022


ଭୁବନେଶ୍ୱର, ୩୦ା୮ (ଅନୁପମ ମିଡିଆ): ­ ନୂଆଖାଇରେ ଚାଷୀମାନଙ୍କୁ କାଳିଆ ଟଙ୍କା ମିଳିବ । କାଳିଆ ଯୋଜନାର କିସ୍ତି ବାବଦରେ ସମୁଦାୟ ୮୬୯ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ଏହାଦ୍ୱାରା ରାଜ୍ୟର ୪୧ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । ପ୍ରତ୍ୟେକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ସିଧାସଳଖ ସେମାନଙ୍କ ଆକାଉଣ୍ଟକୁୁ ଦିଆଯିବ । ଉଲ୍ଲେଖଯୋଗ୍ୟ, ଗତବର୍ଷ ମଧ୍ୟ ନୂଆଖାଇରେ ରାଜ୍ୟ ସରକାର କାଳିଆ ଟଙ୍କା ଦେଇଥିଲେ । ଏହା ପୂର୍ବରୁ ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଗତ ମେ ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୃଷକମାନଙ୍କୁ କାଳିଆ ଯୋଜନାର ସହାୟତା ପ୍ରଦାନ କରିଥିଲେ । ଏହାଦ୍ୱାରା ଝାରସୁଗୁଡା ବ୍ୟତୀତ ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପାଖାପାଖି ୮୦୦ କୋଟି ଟଙ୍କା ସିଧାସଳଖ ପ୍ରଦାନ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟ୍ୱିଟର ବି ଦେବ ଏଡିଟ୍ ସୁବିଧା

ଟ୍ୱିଟର ବି ଦେବ ଏଡିଟ୍ ସୁବିଧା

Read More...

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page