୧.୨୦ ଲକ୍ଷ ହେକଫର ଚାଷଜମି କ୍ଷତିଗ୍ରସ୍ତ

August 30, 2022, ଓଡ଼ିଶା, , Anupambharat News Bureau


୧.୨୦ ଲକ୍ଷ ହେକଫର ଚାଷଜମି କ୍ଷତିଗ୍ରସ୍ତ
Anupambharat News Bureau
August 30, 2022


ଭୁବନେଶ୍ୱର, ୩୦ା୮ (ଅନୁପମ ମିଡିଆ): ଚଳିତ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି । ଚଳିତ ବନ୍ୟାରେ ୧ ଲକ୍ଷ ୨୦ ହଜାର ହେକଫର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ଓ ବର୍ଷାରେ ରାଜ୍ୟର ୨୪ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି । ୧୦ଟି ଜିଲ୍ଲାର ଚାଷୀଙ୍କର ଅଧିକ କ୍ଷୟକ୍ଷତି ହୋଇଛି ବୋଲି ରିପୋର୍ଟରୁ ଜଣାପଡ଼ିଛି । ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ଅଧିକ ଜମିରେ ଚାଷ କ୍ଷତି ହୋଇଥିବା ସୂଚନା ରହିଛି । ଜଗତସିଂହପୁରରେ ସର୍ବାଧିକ ଚାଷ ଜମି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ସୂଚନାଯୋଗ୍ୟ ଯେ ଗତକାଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବନ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ । ମନ୍ତ୍ରୀ ସ୍ୱାଇଁ ପ୍ରଭାବିତ ଅଂଚଳରେ ସଅଳ କିସମ ଫସଲର ବିହନ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେବା ସହ ଡାଲିଜାତୀୟ ବିହନ ସେପେଫମ୍ବର ମାସ ସୁଦ୍ଧା ଚାଷୀମାନଙ୍କୁ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଚାଷୀମାନଙ୍କୁ ହାଇବ୍ରିଡ୍‌ ପନିପରିବା ବିହନ, ବନ୍ଧାକୋବି, ଫୁଲକୋବି ଆଦିର ବିହନ କିପରି ସୁବିଧାରେ ଯୋଗାଇ ଦିଆଯାଇପାରିବ ସେ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେପେଫମ୍ବର ସୁଦ୍ଧା ଚାଷୀମାନଙ୍କୁ ଚିନାବାଦମ ବିହନ ଯୋଗାଇଦେବା ପାଇଁ ମନ୍ତ୍ରୀ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ବ୍ୟତୀତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଖୁବ୍‌ଶୀଘ୍ର ଫସଲବୀମା କ୍ଷତିପୂରଣ ରାଶି ପ୍ରଦାନ କରିବା ନିମନ୍ତେ ବୀମା କମ୍ପାନୀମାନଙ୍କ ସହ ଆଲୋଚନା କରିବା ପାଇଁ ମନ୍ତ୍ରୀ ସଂପୃକ୍ତ ଅଧିକାରୀମାନଙ୍କୁ ନର୍ଦ୍ଦେଶ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ନବୀନଙ୍କ ପ୍ୟାକେଜ୍‌ ରାଜନୀତି : ଦକ୍ଷିଣ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି କେବେ?

ନବୀନଙ୍କ ପ୍ୟାକେଜ୍‌ ରାଜନୀତି : ଦକ୍ଷିଣ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି କେବେ?

Read More...

ବିକ୍ରି ହେବ ଶ୍ରୀଲଙ୍କା ଏୟାରଲାଇନ୍ସ

ବିକ୍ରି ହେବ ଶ୍ରୀଲଙ୍କା ଏୟାରଲାଇନ୍ସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page