ସମସ୍ତ ଜାତୀୟ ରାଜପଥରୁ ହଟିବ ଟୋଲ୍‌ ପ୍ଲାଜା

August 25, 2022, ଦେଶ, , Anupambharat News Bureau


ସମସ୍ତ ଜାତୀୟ ରାଜପଥରୁ ହଟିବ ଟୋଲ୍‌ ପ୍ଲାଜା
Anupambharat News Bureau
August 25, 2022


ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାର ଭାରତର ସମସ୍ତ ଜାତୀୟ ରାଜମାର୍ଗରୁ ଟୋଲ ପ୍ଲାଜା ହଟାଇବାକୁ ଯୋଜନା କରିଛନ୍ତି । ଟୋଲ୍‌ ପ୍ଲାଜା ବଦଳରେ ଅଟୋମେଟିକ ନମ୍ବର ପ୍ଲେଟ୍‌ ରିଡର(ଏନପିଆର) କ୍ୟାମେରା ଲଗାଯିବ । ଏହି କ୍ୟାମେରା ଗାଡିଗୁଡିକର ନମ୍ବର ପ୍ଲେଟର ରିଡ୍‌ କରି ମାଲିକଙ୍କ ଲିଙ୍କ୍‌ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟରୁ ନିଜେ ଟଙ୍କା କାଟି ନେବ । ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଏହାର ସୂଚନା ଦେଇ କହିଛନ୍ତି ଏହି ଯୋଜନାର ପାଇଲଟ୍‌ ପ୍ରୋଜେକଫ ଚାଲିଛି ଏବଂ ଏହାକୁ ସୁବିଧାଜନକ କରିବା ପାଇଁ ଆଇନରେ ସଂଶୋଧନ କରାଯାଉଛି । ଏକ ଖବର କାଗରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗଡକରୀ କହିଛନ୍ତି ସରକାର ୨୦୧୯ରେ ଏକ ନିୟମ ପ୍ରସ୍ତୁତ କରିଥିଲେ ଯେ ସମସ୍ତ କାରରେ କମ୍ପାନୀର ଫଟେଡ୍‌ ନମ୍ବର ପ୍ଲେଟ୍‌ ଲାଗିବ । ସେହି ହିସାବରେ ଗତ ଚାରି ବର୍ଷରେ ଯେତେ ଗାଡି ଆସିଛି ସେଥିରେ ଭିନ୍ନ ଧରଣର ନମ୍ବର ପ୍ଲେଟ୍‌ ଲାଗିଛି । ତେଣୁ ବର୍ତ୍ତମାନର ଯୋଜନା ଅନୁସାରେ ରାଜମାର୍ଗରେ ଲାଗିଥିବା ସମସ୍ତ ଟୋଲ୍‌ ପ୍ଲାଜାକୁ ହଟାଯାଇ ଉକ୍ତ ସ୍ଥାନରେ ଅତ୍ୟାଧୁନିକ କ୍ୟାମେରା ଲଗାଯିବ । ଏହି କ୍ୟାମେରା କାରର ନମ୍ବର ପ୍ଲେଟ ରିଡ୍‌ କରିବା ମାତ୍ରେ ମାଲିକଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅକେଫାବର ୧୨ ସୁଦ୍ଧା ୫-ଜି ସେବା:ମନ୍ତ୍ରୀ

ଅକେଫାବର ୧୨ ସୁଦ୍ଧା ୫-ଜି ସେବା:ମନ୍ତ୍ରୀ

Read More...

ହୀରାକୁଦ ଡ୍ୟାମରେ ଫାଟ !

ହୀରାକୁଦ ଡ୍ୟାମରେ ଫାଟ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page