ଆୟୁଷ୍ମାନ ଓ ଜନ ଆରୋଗ୍ୟ ଯୋଜନା: କିନ୍ନରଙ୍କୁ ପାଞ୍ଚଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା

August 24, 2022, ଦେଶ, , Anupambharat News Bureau


ଆୟୁଷ୍ମାନ ଓ ଜନ ଆରୋଗ୍ୟ ଯୋଜନା: କିନ୍ନରଙ୍କୁ ପାଞ୍ଚଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା
Anupambharat News Bureau
August 24, 2022


ନୂଆଦିଲ୍ଲୀ, ୨୪ା୮: ଏକ ଐତିହାସିକ ନିଷ୍ପତ୍ତି କ୍ରମେ କିନ୍ନରଙ୍କୁ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚ୍‌ଏ) ଓ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ର ଫଳରେ ଦେଶର ସମସ୍ତ କିନ୍ନରଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ସେବା ସୁବିଧା ମିଳିବ ।
ଏହି ବୁଝାମଣାପତ୍ରରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସିଇଓ ଡକଫର ଆର୍‌ ଆର୍‌ ଶର୍ମା ଏବଂ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗର ସଚିବ ଆର. ସୁବ୍ରମଣ୍ୟମ୍‌ , କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକଫର ମନସୁଖ ମାଣ୍ଡଭିୟ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡକଫର ବୀରେନ୍ଦ୍ର କୁମାରଙ୍କ ଉପସ୍ଥିତିରେ ସ୍ୱାକ୍ଷର କରିଛନ୍ତି । ଏହାକୁ ଏକ ଐତିହାସିକ ଦିବସ ଭାବେ ବର୍ଣ୍ଣନା କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକଫର ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଆଜିର ବୁଝାମଣାପତ୍ର ଦେଶର କିନ୍ନର ସମୁଦାୟଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ଯୋଗାଣରେ ସହାୟକ ହେବ । ଏହା ଦ୍ୱାରା ସେମାନେ ସମାଜରେ ଉପଯୁକ୍ତ ମର୍ଯ୍ୟାଦାଜନକ ସ୍ଥାନ ପାଇପାରିବେ । ଆଜିର ଦିନଟି ମୌଳିକ ସାମାଜିକ ପରିବର୍ତ୍ତନ ପାଇଁ ସରକାରଙ୍କ ନିର୍ଣ୍ଣାୟକ ନଷ୍ପତ୍ତିର ଏକ ସ୍ମରଣୀୟ ଦିବସ ହୋଇ ରହିବ । ଯେଉଁମାନେ ତୃତୀୟଲିଙ୍ଗ ବା କିନ୍ନର ସାର୍ଟିଫିକେଟ ପାଇଛନ୍ତି ସେମାନେ ଆଜିର ବୁଝାମଣାପତ୍ରର ଲାଭ ସ୍ୱରୂପ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଲାଭ ପାଇପାରିବେ । କିନ୍ନର ପ୍ରମାଣପତ୍ର ଏଥିପାଇଁ ଉଦ୍ଦିଷ୍ଟ ଜାତୀୟ ପୋର୍ଟାଲରୁ ଉପଲବ୍ଧ ହେଉଛି । ପ୍ରତ୍ୟେକ ସାର୍ଟିଫିକେଟଧାରୀ ଅନ୍ୟାନ୍ୟ ଉଦ୍ଦିଷ୍ଟବର୍ଗଙ୍କ ଭଳି ଉନ୍ନତ ହସ୍ପିଟାଲରେ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇପାରିବେ ।
ଏହାଛଡା ସେମାନଙ୍କୁ ସେକ୍ସ ରିଆସାଇନମେ ସର୍ଜରୀ ପାଇଁ ମଧ୍ୟ ଏହି ଯୋଜନାର ଲାଭ ମିଳିବ । ଏହାଛଡା ସେମାନେ ଅନ୍ୟାନ୍ୟ କେନ୍ଦ୍ର ଓ ରାଜ୍ୟ ପ୍ରାୟୋଜିତ ଯୋଜନାର ଲାଭ ମଧ୍ୟ ଉଠାଇପାରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡକଫର ବୀରେନ୍ଦ୍ର କୁମାର ସମେତ ଦୁଇ ମନ୍ତ୍ରଣାଳୟର ଅନେକ ବରିଷ୍ଠ ଅଧିକାରୀ ଓ କିନ୍ନର ସମୁଦାୟର ସଦସ୍ୟଗଣ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହୀରାକୁଦ ଡ୍ୟାମରେ ଫାଟ !

ହୀରାକୁଦ ଡ୍ୟାମରେ ଫାଟ !

Read More...

ଆସ୍ଥା ଜିଣିଲେ ନୀତିଶ

ଆସ୍ଥା ଜିଣିଲେ ନୀତିଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page