ବଜାରକୁ ଆସିଲା ପ୍ରଥମ ଉଡ଼ନ୍ତା କାର୍‌

August 17, 2022, ବିଜ୍ଞାନ ଓ ପ୍ରଯୁକ୍ତି, , Anupambharat News Bureau


ବଜାରକୁ ଆସିଲା ପ୍ରଥମ ଉଡ଼ନ୍ତା କାର୍‌
Anupambharat News Bureau
August 17, 2022


ନୁ୍ୟୟର୍କ: ବିଜ୍ଞାନ ଓ କାଳ୍ପନିକ ଫିଲ୍ମରେ ଦେଖିଥିବା ଉଡ଼ନ୍ତା କାର୍‌ ଏବେ ସତରେ ରୂପାନ୍ତରିତ ହୋଇଛି । ଏବେ ଆପଣ ଉଡ଼ନ୍ତା କାର୍‌ କିଣିପାରିବେ । ଏହି କାର୍‌ ରାସ୍ତାରେ ଯିବା ସହିତ ଆକାଶରେ ବି ଉଡ଼ିବ । ଆମେରିକା ବଜାରକୁ ଆସିଛି ପ୍ରଥମ ଉଡ଼ନ୍ତା କାର୍‌ ସ୍ୱୱିଚେଡ୍‌ । ବଜାର ପ୍ରବେଶ ହେବା ମାତ୍ରେ ହଜାର ହଜାର ସଂଖ୍ୟାରେ ଲୋକେ ଏହାକୁ ବୁକ୍‌ କରିଛନ୍ତି । ଏହାର ନିର୍ମାତା ହେଉଛି ସାମ୍ସନ୍‌ ସ୍କାଇ ।
ଦୀର୍ଘ ୧୪ ବର୍ଷର ପରିଶ୍ରମ ପରେ କମ୍ପାନିର ଉଡ଼ନ୍ତା କାର୍‌ ପ୍ରୋଜେକଫ ସଫଳ ହୋଇଛି । ଉଡ଼ାଣ ନିମନ୍ତେ କମ୍ପାନିକୁ ଫେଡେରାଲ ଆଭିଏସନ୍‌ ଆଡ୍ମିନିଷ୍ଟ୍ରେସନ୍‌ (ଏଫ୍‌ଏଏ) ପକ୍ଷରୁ ଅନୁମତି ମିଳିଛି ।ସମସ୍ତ ସୁରକ୍ଷାମୂଳକ ପରୀକ୍ଷାରେ ସ୍ୱୱିଚେଡ୍‌ ପାସ୍‌ କରିଛି । ଗୋଟିଏ ବଟନ୍‌ ଦବାଇବାର ମାତ୍ର ୩ ମିନିଟ୍‌ ମଧ୍ୟରେ ଦ୍ରୁତ ବେଗର ଏହି ୩ ଚକିଆ ସ୍ପୋର୍ଟସ କାର୍‌ ବିମାନରେ ରୂପାନ୍ତରିତ ହୋଇଯିବ ।
ଏଫ୍‌ଏଏ ପ୍ରମାଣପତ୍ର ଓ ଆମେରିକା ବଜାରରେ ବିକ୍ରି ପାଇଁ ଉପଲବ୍ଧ ପ୍ରଥମ ଉଡ଼ନ୍ତା କାର୍‌ ହୋଇଛି ସ୍ୱୱିଚେଡ୍‌ । ଏହାର ଏକ ପ୍ରତ୍ୟାହାରଯୋଗ୍ୟ ଲାଞ୍ଜ ଓ ମୋଡ଼ିହେବା ଯୋଗ୍ୟ ଡେଣା ରହିଛି । ଘଣ୍ଟା ପ୍ରତି ୩୨୧ କିମି ବେଗରେ ୧୬,୦୦୦ ଫୁଟ ଉଚ୍ଚରେ ଉଡ଼ିବାରେ ଏହା ସକ୍ଷମ । ତେବେ ରାସ୍ତାରେ ଘଣ୍ଟା ପ୍ରତି ଶୀର୍ଷ ୨୦୧ ବେଗରେ ଏହା ଗତି କରିପାରେ ।
ଏକ ଜଟିଳ ହାଇବ୍ରିଡ୍‌ ଇଲେକଫ୍ରିକ୍‌ ପାୱାର୍ଟ୍ରେନ୍‌ ଦ୍ୱାରା ଚାଳିତ ସ୍ୱୱିଚେଡ ୧୯୦ ହର୍ସପାୱାରଯୁକ୍ତ ୧.୬ ଲଟରଯୁକ୍ତ ପେଟ୍ରୋଲ ଇଞ୍ଜିନ୍‌ ରହିଛି । ଏକ ଇଲେକଫ୍ରିକ୍‌ ପ୍ରପ୍‌ ମୋଟର ବି ଲାଗିଛି । ୩ ଚକିଆ ହୋଇଥିବାରୁ ଏହାକୁ ଏକ ମୋଟରସାଇକେଲ ରୂପେ ପଞ୍ଜୀକୃତ କରାଯାଇପାରେ, ଯାହା ୯୧ ଅକେଫନ୍‌ ଗ୍ୟାସେରେ ଚାଲିବାରେ ସକ୍ଷମ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଯୁଦ୍ଧ ପାଇଁ ଚୀନର ଜୋରଦାର ପ୍ରସ୍ତୁତି:ସେନାରେ ନୂତନ ନିଯୁକ୍ତି

ଯୁଦ୍ଧ ପାଇଁ ଚୀନର ଜୋରଦାର ପ୍ରସ୍ତୁତି:ସେନାରେ ନୂତନ ନିଯୁକ୍ତି

Read More...

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ:   ଓଡ଼ିଶାର ସଫଳତା ଅନ୍ୟଙ୍କ ପାଇଁ ମାର୍ଗଦର୍ଶନ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ: ଓଡ଼ିଶାର ସଫଳତା ଅନ୍ୟଙ୍କ ପାଇଁ ମାର୍ଗଦର୍ଶନ: ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page