ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ: ଓଡ଼ିଶାର ସଫଳତା ଅନ୍ୟଙ୍କ ପାଇଁ ମାର୍ଗଦର୍ଶନ: ମୁଖ୍ୟମନ୍ତ୍ରୀ

August 17, 2022, ଓଡ଼ିଶା, , Anupambharat News Bureau


ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ:   ଓଡ଼ିଶାର ସଫଳତା ଅନ୍ୟଙ୍କ ପାଇଁ ମାର୍ଗଦର୍ଶନ: ମୁଖ୍ୟମନ୍ତ୍ରୀ
Anupambharat News Bureau
August 17, 2022


ଭୁବନେଶ୍ୱର, ୧୬ା୮(ଅନୁପମ ମିଡ଼ିଆ): ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଆଜି ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌ -୩ସ୍ଥିତ ଇଡ୍‌ କୋ ପ୍ରଦର୍ଶନୀ ପଡ଼ିଆଠାରେ ପାଳିତ ହୋଇଯାଇଛି । କୋଭିଡ୍‌ ମାର୍ଗଦର୍ଶିକାର ଅନୁପାଳନ ଅନୁଯାୟୀ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ ପରେ ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ଆରକ୍ଷୀ, ଓଡ଼ିଶା ସ୍ୱତନ୍ତ୍ର ସୁରକ୍ଷା ବାହିନୀ, ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟନିର୍ବାହୀ ବଳ ଓ ପୋଲିସ ବ୍ୟାଣ୍ଡଙ୍କଠାରୁ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିଥିଲେ ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ବରପୁତ୍ରମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦେଶର ଅଖଣ୍ଡତା ଓ ଶାନ୍ତି ରକ୍ଷା ପାଇଁ ସହିଦ ହୋଇଥିବା ଅମର ଜବାନ ଏବଂ କରୋନା ଲଢ଼େଇରେ ଶହୀଦ ହୋଇଥିବା କୋଭିଡ୍‌ ଯୋଦ୍ଧାମାନଙ୍କ ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଥିଲେ ଯେ ଗତ ୭୫ ବର୍ଷରେ ଦେଶ ଅନେକ ମାଇଲ ଷ୍ଟୋନ ହାସଲ କରିଛି । ଆମ ଓଡିଶା ମଧ୍ୟ ଦେଶର ବିକାଶ ସହିତ ତାଳ ଦେଇ ଆଗେଇ ଚାଲିଛି । ୭୫ ବର୍ଷରେ ଓଡିଶା ଅନେକ ସଫଳତା ହାସଲ କରି ଦେଶକୁ ରାସ୍ତା ଦେଖାଇଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ପୁଣି କହିଥିଲେ ଯେ ଓଡିଶାରେ ଆଜି ରୂପାନ୍ତରଣର ନୂଆ ଯୁଗ ଆରମ୍ଭ ହୋଇଛି । ଓଡିଶାର ସଫଳତା ଅନ୍ୟମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି । ଖାଦ୍ୟଶସ୍ୟ ଉତ୍ପାଦନରେ ଏକ ବଳକା ରାଜ୍ୟ ହେବା, ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱ ପାଇଁ ଆଦର୍ଶ ସୃଷ୍ଟି କରିବା, କ୍ରୀଡ଼ା ହବ୍‌ ଭାବରେ ପରିଚୟ ସୃଷ୍ଟି କରିବା ଓ ୭୦ ଲକ୍ଷ ମା’ଙ୍କୁ ସଶକ୍ତ କରିବା ଆଦି ଉଲ୍ଲେଖନୀୟ ସଫଳତା ଆମ ଓଡିଶାର ଜୟଯାତ୍ରାର ପ୍ରତୀକ । ଶିକ୍ଷା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଗୁଣାତ୍ମକ ଶିକ୍ଷାର ଦୃଢ ପ୍ରତିଶ୍ରୁତି ବହନ କରୁଛି ବୋଲି ପ୍ରକାଶ କରିଥିଲେ । କୋଟିଆରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଆଜି ଏକ ଲକ୍ଷ ପିଲା ପାଠ ପଢୁଛନ୍ତି । ଆଜି ଏହି ଅବସରରେ ୫ ହଜାର ଝିଅ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟରେ ୫୦ଟି ହଷ୍ଟେଲ ନିର୍ମାଣ କରାଯାଇଛି ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଉ ୨୫ ବର୍ଷ ପରେ ଆମେ ସ୍ୱାଧୀନତାର ଶତାବ୍ଦୀ ବର୍ଷ ପାଳନ କରିବା । ସେଥିପାଇଁ ଆମକୁ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହେବାକୁ ହେବ । ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ସମାପ୍ତ ହେବା ପରେ ପ୍ୟାରେଡ୍‌ କମାଣ୍ଡର କ ୍ୱାମୀନାରା ଓ ଜୟହିନ୍ଦ୍‌ର ଧ୍ୱନୀ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱାଧୀନତା ଦିବସ ଅବସରରେ ସାରାରାଜ୍ୟରେ ପରିକ୍ରମା କରିବାକୁ ଥିବା ଭ୍ରାମ୍ୟମାଣ ଭିଡ଼ିଓ ରଥ ଅଭିଯାନ ‘ଅହିଂସା ରଥ’ର ଶୁଭାରମ୍ଭ କରିଥିଲେ । ଭାରତର ମୁକ୍ତି ଆନ୍ଦୋଳନରେ ଓଡ଼ିଶାର ଭୂମିକା ଏବଂ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତ ତଥା ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଅନେକ ତଥ୍ୟ ଓ ସୂଚନା ସଂପର୍କିତ ବହୁ ବିରଳ ଫଟୋ ସମ୍ବଳିତ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଉନ୍ମୋଚନ କରିଥିଲେ । ଏହି ପ୍ରଦର୍ଶନୀ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ ଉନ୍ମୁକ୍ତ ରହିବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱରାଷ୍ଟ୍ର ବିଭାଗ ପ୍ରମୁଖ ଶାସନ ସଚିବ ଦେଓରଞ୍ଜନ ସିଂହ, ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ଉନ୍ନୟନ କମିଶନର ପ୍ରଦୀପ ଜେନା, ରାଜ୍ୟ ପ୍ରଶାସନର ବରିଷ୍ଠ ପଦାଧିକାରୀବୃନ୍ଦ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-‘ଟି’) ଭିକେ ପାଣ୍ଡିଆନ୍‌, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଏବଂ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ଡ. ମୃତୁ୍ୟଞ୍ଜୟ ରଥ ଏବଂ ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଜାରକୁ ଆସିଲା ପ୍ରଥମ ଉଡ଼ନ୍ତା କାର୍‌

ବଜାରକୁ ଆସିଲା ପ୍ରଥମ ଉଡ଼ନ୍ତା କାର୍‌

Read More...

ଜାତୀୟ ରାଜପଥରେ ପୋଲ ଭୁଶୁଡ଼ିଲା

ଜାତୀୟ ରାଜପଥରେ ପୋଲ ଭୁଶୁଡ଼ିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page