ଜିଓ,ଏୟାରଟେଲ ଓଡ଼ିଶାରେ ଯୋଗାଇବେ ୫ଜି ସେବା

August 03, 2022, ଓଡ଼ିଶା, , Anupambharat News Bureau


ଜିଓ,ଏୟାରଟେଲ ଓଡ଼ିଶାରେ ଯୋଗାଇବେ ୫ଜି ସେବା
Anupambharat News Bureau
August 03, 2022


ଭୁବନେଶ୍ୱର: ଗତକାଲି ୫ଜି ସ୍ପେକଫ୍ର ମ୍‌ ନିଲାମ ପ୍ରକ୍ରିୟା ଶେଷ ହେବା ସହ କେଉଁ କଂପାନି କେଉଁ ଟେଲିକମ୍‌ ସର୍କଲର ସ୍ପେକଫ୍ର ମ୍‌ ହାସଲ କରିଛନ୍ତି ତାହାର ତାଲିକା ଜାରି ହୋଇଛି । ଓଡ଼ିଶା ପାଇଁ କେବଳ ରିଲାଏନ୍ସ ଜିଓ ଓ ଭାରତୀ ଏୟାରଟେଲ୍‌ ୫ଜି ସ୍ପେକଫ୍ର ମ୍‌ କିଣିଛନ୍ତି । ଭୋଡାଫୋନ୍‌ ଆଇଡିଆ ଓ ଆଦାନି ଡାଟା ନେଟ୍‌ୱର୍କସ୍‌ ଓଡ଼ିଶାରେ ସ୍ପେକଫ୍ର ମ୍‌ ହାସଲ କରିବା ଲାଗି ଆଗ୍ରହ ଦେଖାଇନଥିଲେ । ତେଣୁ ଆଗାମୀ ଦିନରେ ରାଜ୍ୟରେ କେବଳ ଜିଓ ଓ ଏୟାରଟେଲ ର ୫ଜି ସେବା ଉପଲବ୍ଧ ହେବ ।
ଟେଲିକମ୍‌ ବିଭାଗ ତଥ୍ୟ ଅନୁଯାୟୀ, ମୁକେଶ ଅମ୍ବାନିଙ୍କ ସଂସ୍ଥା ରିଲାଏନ୍ସ ଜିଓ ଓଡ଼ିଶାରେ ୭୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍ର ସ୍ପେକଫ୍ର ମ୍‌ ହାସଲ କରିଛି । ରାଜ୍ୟରେ ଏହି ସବୁ ବ୍ୟାଣ୍ଡ୍ର ସ୍ପେକଫ୍ର ମ୍‌ ପାଇବା ଲାଗି କଂପାନି ୧୫୯୦ କୋଟି ଟଙ୍କା ବ୍ୟୟ କରିଛ । ୭୦୦ ମେଗାହର୍ଜ ବ୍ୟାଣ୍ଡ୍ର ସ୍ପେକଫ୍ର ମ୍‌ କିଣିବା ଲାଗି କଂପାନି ସର୍ବାଧିକ ୬୨୦ କୋଟି ଟଙ୍କା ଖର୍ଚ୍ଚ କରିଛି । ସେହିପରି, ସୁନିଲ ମିତ୍ତଲଙ୍କ ସଂସ୍ଥା ଏୟାରଟେଲ୍‌ ଓଡ଼ିଶାରେ ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍ର ସ୍ପେକଫ୍ରମ୍‌ କିଣିଛି । ଏଥିପାଇଁ କଂପାନି ୭୭୯ କୋଟି ଟଙ୍କା ଖର୍ଚ୍ଚ କରିଛି ।
୭୦୦ ମେଗାହର୍ଜ ବ୍ୟାଣ୍ଡPୁ ୫ଜି ସେବା ପାଇଁ ସବୁଠୁ ପ୍ରଭାବୀ ବ୍ୟାଣ୍ଡ୍‌ ଭାବେ ବିଚାର କରାଯାଉଛି । ଆମେରିକା ଓ ୟୁରୋପୀୟ ସଂଘ ଏହି ବ୍ୟାଣ୍ଡPୁ ପ୍ରିମିୟମ୍‌ ବର୍ଗରେ ସ୍ଥାନ ଦେଇଛନ୍ତି । ଓଡ଼ିଶା ପାଇଁ କେବଳ ଜିଓ ଏହି ବ୍ୟାଣ୍ଡ୍ର ସ୍ପେକଫ୍ରମ୍‌ ହାସଲ କରିଛି । ଏଥିରେ କମ୍‌ ଟାୱାର ସ୍ଥାପନ କରିବାକୁ ପଡ଼େଛ ଗୋଟିଏ ଟାୱାରର କଭରେଜ୍‌ ପ୍ରାୟ ୧୦ କିମି ପର୍ଯ୍ୟନ୍ତ ରହିଥାଏ । ଘର ଭିତରେ, ବାହାରେ, ଭିଡ଼ ସ୍ଥାନରେ ଓ ଅଧିକ ଡାଟା ବ୍ୟବହାର ହେଉଥିବା ଅଞ୍ଚଳରେ ଏହା ବହୁତ ଭଲ ଭାବେ କାମ କରିଥାଏ ।ଟେଲିକମ୍‌ ମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ କହିଛନ୍ତି ଯେ ଚଳିତ ବର୍ଷ ଅକେଫାବର ସୁଦ୍ଧା ଦେଶରେ ୫ଜି ସେବା ଆରମ୍ଭ ହେବ । ସେହି ସମୟ ଭିତରେ ଓଡ଼ିଶାରେ ମଧ୍ୟ ୫ଜି ଉପଲବ୍ଧ ହେବ ବୋଲି ଆଶା କରାଯାଇପାରେ । ୫ଜି ମୋବାଇଲ୍‌ ସେବାର ସବୁଠୁ ଗୁରୁିବପୂର୍ଣ୍ଣ ଦିଗ ହେଉଛି ଡାଟାର ସ୍ପିଡ୍‌ । ଅତି ଦ୍ରୁତ ଗତିରେ ଡାଟା ପ୍ରବାହ ରହିବ । ଫଳରେ ବହୁ ଗୁରୁିବପୂର୍ଣ୍ଣ କାର୍ଯ୍ୟ ଅତି ସହଜରେ ସମ୍ପାଦିତ ହୋଇପାରିବ । ଏହାର ଡାଉନ୍ଲୋଡ୍‌ ସ୍ପିଡ୍‌ ୪ଜି ତୁଳନାରେ ବହୁ ଗୁଣା ଅଧିକ ରହିବ । କି;ୁ ବାସ୍ତବ ଅନୁଭୂତି କେବଳ ୫ଜି ସେବା ଆରମ୍ଭ ହେବା ପରେ ଜଣାପଡ଼ିବ । ସର୍ବଭାରତୀୟ ସ୍ତରରେ ୫ଜି ସ୍ପେକ ଫ୍ରମ୍‌ ପାଇବା ଲାଗି ଚାରିଟି କଂପାନି ଜିଓ, ଏୟାରଟେଲ୍‌, ଭୋଡାଫୋନ୍‌ ଆଇଡିଆ ଓ ଆଦାନି ଡାଟା ନେଟ୍‌ୱର୍କସ୍‌ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ଜିଓ ସର୍ବାଧିକ ୮୮,୦୭୮ କୋଟି ଟଙ୍କା, ଏୟାରଟେଲ୍‌ ୪୩,୦୮୪ କୋଟି ଟଙ୍କା, ଭୋଡାଫୋନ୍‌ ଆଇଡିଆ ୧୮,୭୯୯ କୋଟି ଟଙ୍କା ଓ ଆଦାନି ୨୧୨ କୋଟି ଟଙ୍କାର ୫ଜି ସ୍ପେକଫ୍ର ମ୍‌ କିଣିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବାତିଲ ସମସ୍ତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ

ବାତିଲ ସମସ୍ତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ

Read More...

ଯାହା କହିଛୁ, ତାହା କରିବୁ:ଚୀନ

ଯାହା କହିଛୁ, ତାହା କରିବୁ:ଚୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page