ଯାହା କହିଛୁ, ତାହା କରିବୁ:ଚୀନ

August 03, 2022, ବିଦେଶ, , Anupambharat News Bureau


ଯାହା କହିଛୁ, ତାହା କରିବୁ:ଚୀନ
Anupambharat News Bureau
August 03, 2022


ବେଜିଂ:ଏକ ଚୀନ ନୀତି ଉଲ୍ଲଂଘନ କରାଯାଇଥିବାରୁ ଆମେରିକା ଓ ତାଇୱାନ ବିରୋଧରେ ଶକ୍ତ ଓ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଚୀନ ଚେତାବନୀ ଦେଇଛି । ଚୀନର ଚେତାବନୀକୁ ନମାନି ଆମେରିକୀୟ ପ୍ରତିନିଧି ସଭାର ବାଚସ୍ପତି ନାନସୀ ପେଲୋସି ତାଇୱାନ ଗସ୍ତ କରି ଫେରିବା ପରେ ଆଜି ଚୀନ ଏଭଳି ସାନି ଚେତାବନୀ ଦେଇଛି । ଯାହା କହିଥିଲୁ, ତାହା କରିବୁ, ଅପେକ୍ଷା କରି ଦେଖ ବୋଲି ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁ୍ୟଆଙ୍ଗ କହିଛନ୍ତି । କୁଟନୈତିକ ସ୍ତରରେ ପ୍ରତିବାନ, ସାମରିକ ଡ୍ରିଲ ଓ ତାଇୱାନ ବିରୋଧରେ ବାଣିଜ୍ୟ କଟକଣା ବ୍ୟତିତ ଚୀନ କଣ ପ୍ରତିବଦଳ ପଦକ୍ଷେପ ଗ୍ରହଣ କରିବ ବୋଲି ପ୍ରଶ୍ନ ହେବାରୁ ସେ ଏହି ଉତ୍ତର ଦେଇଛନ୍ତି ।
ପେଲୋସିଙ୍କ ତାଇୱାନ ଗସ୍ତ ଯୋଗ୍‌ୁଁ ରାଗରେ ଜଳୁଛି ଚୀନ । ଆମେରିକା ଏବଂ ତାଇୱାନକୁ ନିରନ୍ତର ଧମକ ଚୀନ ଦେଉଛି । କେବଳ ଏତିକି ନୁହେଁ, ସେ ତାଇୱାନକୁ ଘେରି ରହିଥିବା ୬ଟି ସ୍ଥାନରେ ସମରାଭ୍ୟାସ ଆରମ୍ଭ କରିଛି । ତାଇୱାନକୁ ଶିକ୍ଷା ଦେବା ପାଇଁ ଚୀନ୍‌ ମଧ୍ୟ ଏକ ଆକ୍ରମଣ କରିପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଛି । କି;ୁ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଏହା ବର୍ତ୍ତମାନ ସମୟରେ କରିହେବନି । ଏହାର କାରଣ ହେଉଛ ଚୀନ ବର୍ତ୍ତମାନ ନିଜକୁ ଏଭଳି ପରିସ୍ଥିତିରେ ଦେଖିବାକୁ ଅସମର୍ଥ ଯେ ତାଇୱାନ ଉପରେ ଆକ୍ରମଣ କରି ଏହା ଅନେକ କିଛି ହାସଲ କରିବ ।
ଏଭଳି ପରିସ୍ଥିତିରେ, ଆର୍ଟ ଅଫ୍‌ ୱାର୍‌ ଅଧୀନରେ ସେ ବିନା ଯୁଦ୍ଧରେ ତାଇୱାନ ଜିତିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ବାସ୍ତବରେ ଆର୍ଟ ଅଫ୍‌ ୱାର୍‌ ହେଉଛି ଶୂନ ଟୁଜୁଙ୍କର ଏକ ସିଦ୍ଧାନ୍ତ । ଯାହାକୁ ଚାଇନାର ସାମରିକ ରଣନୀତିଜ୍ଞ ବୋଲି କୁହାଯାଏ । ସେ ୫୦୦ ଖ୍ରୀଷ୍ଟପୂର୍ବ ସେ ସମାନ ନାମରେ ଏକ ପୁସ୍ତକ ଲେଖିଥିଲେ ଯେଉଁଥିରେ ସେ କହିଥିଲେ ଯେ ଶତ୍ରୁ ସହିତ ମୁକାବିଲା କରିବା ପାଇଁ ଆମକୁ ଏତେ ପ୍ରସ୍ତୁତ ହେବା ଉଚିତ ଯେ ଆମକୁ ଯୁଦ୍ଧ କରିବାକୁ ପଡିବ ନାହିଁ ।
ଏହାର ଅର୍ଥ ପ୍ରତିପକ୍ଷ ଉପରେ ଏତେ ଚାପ ପକାଇବା ଏବଂ ତାଙ୍କୁ ଘେରି ରହିବା ଯାହା ଫଳରେ ସେ ନିଜକୁ ବିଚ୍ଛିନ୍ନ କରିବେ ବା ଆତ୍ମସମର୍ପଣ କରିବେ । ଚୀନର ଯୁଦ୍ଧ ରଣନୀତିରେ ଏହି ଆର୍ଟ ଅଫ୍‌ ୱାର୍‌ ର ଛାପ ସବୁବେଳେ ଦୃଶ୍ୟମାନ ହୋଇଆସୁଛି । ଡୋକଲାମ, ଲଦାଖ ପରି ଅଞ୍ଚଳରେ ସୀମାନ୍ତରେ ଏନକାଉଣ୍ଟର କରି ଭାରତ ସହ ମାସେ ଧରି ଟେନସନ ବଜାୟ ରଖିବା , ଏହାକୁ ଚପରେ ଆଣିବାକୁ ଚେଷ୍ଟା କରିବା ମଧ୍ୟ ଏଭଳି ରଣନୀତିର ଏକ ଅଂଶ ।
ପରିଣାମ ଶୋଚନୀୟ ହେବ:ଆମେରିକା
ତାଇୱାନରେ ପେଲୋସି କହିଛନ୍ତି ଯେ ଆମେ ତାଇୱାନ ସହିତ ଅଛୁ ଏବଂ ଏହା ପ୍ରତି ଆମର ପ୍ରତିବଦ୍ଧତା ଛାଡିବୁ ନାହିଁ । ତାଇୱାନର ନେତା ତାଇ ଇଙ୍ଗ େୱଙ୍ଗ କହିଛନ୍ତି ଯେ ଆମେ ଶାନ୍ତି ଏବଂ ସ୍ଥିରତା ପାଇଁ ପ୍ରତିବଦ୍ଧ । ଏଥି ସହିତ ପେଲୋସି କହିଛନ୍ତି ଯେ ତାଇୱାନକୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବୁ ଏବଂ ପ୍ରତ୍ୟେକ ସ୍ତରରେ ଏହା ରହିବ । ଏଥିସହିତ ମିଳିତ ଜାତିସଂଘରେ ଚୀନ ପ୍ରତିନିଧୀ ଝୁଆଙ୍ଗ ଜୁନ୍‌ ଏହାକୁ ଏକ ଉତ୍ତେଜନାମୂଳକ କାର୍ଯ୍ୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଆମେ ଯେପରି ଦେଖୁଛୁ, ଏହି ଯାତ୍ରା ଅତ୍ୟନ୍ତ ବିପଜ୍ଜନକ । ଏହା ଚୀନର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ କ୍ଷୁଣ୍ଣ କରିଛି । ଚୀନର ଧମକର ଉତ୍ତରରେ ଆମେରିକା ପକ୍ଷରୁ ପ୍ରତିବଦଳ ଧମକ ଦିଆଯାଇ କୁହାଯାଇଛି ଯେ ଚୀନ କୌଣସି ପ୍ରକାର ଦୁଃସାହସ କଲେ ପରିଣାମ ଶୋଚନୀୟ ହେବ । ଯଦିଓ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଚୀନ୍‌ ତାଇୱାନ ଉପରେ କୌଣସି ଆକ୍ରମଣ କରିବ ନାହିଁ ।
ଆମେରିକାର ସମରାଭ୍ୟାସ
ପେଲୋସୀଙ୍କ ତାଇୱାନ ଗସ୍ତକୁ ନେଇ ଚୀନ ଏବେ ତାଇୱାନକୁ ଘେରିବାକୁ ଉଦ୍ୟମ କରୁଛି । ଏଥିଲାଗି ଏକ ବିଶାଳ ସମରାଭ୍ୟାସ ମଧ୍ୟ ଆରମ୍ଭ କରିଛି । ତେବେ ପ୍ରଶାନ୍ତ ମହାସାଗରରେ ଆମେରିକା ଚଳାଇଥିବା ରିମପ୍ୟକ୍‌ ସମରାଭ୍ୟାସ କଥା ଭୁଲି ଯାଇଛି ।ପ୍ରଶାନ୍ତ ମହାସାଗରରେ ଚଲିଥିବା ଆମେରିକାର ବିଶାଳ ନୌ ସମରାଭ୍ୟାସରେ ୨୬ ଦେଶ ଓ ୨୫ ହଜାରରୁ ଅଧିକ ସୈନିକ ଅଂଶଗ୍ରହଣ କରିଛନ୍ତି । ସବୁଠୁ ଯାହା ବଡ଼ କଥା ତାହା ହେଉଛି ଆମେରିକାର ଏହି ରିମପ୍ୟାକରେ ଭାରତୀୟ ନୌସେନା ଓ ସ୍ପେଶାଲ ଫୋର୍ସେସ୍‌ ମଧ୍ୟ ଯୋଗଦେଇଛନ୍ତ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଓ,ଏୟାରଟେଲ ଓଡ଼ିଶାରେ ଯୋଗାଇବେ ୫ଜି ସେବା

ଜିଓ,ଏୟାରଟେଲ ଓଡ଼ିଶାରେ ଯୋଗାଇବେ ୫ଜି ସେବା

Read More...

 ନବନିଯୁକ୍ତ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଶିକ୍ଷକତା ଚାକିରୀ  ନୁହେଁ ଏକ ସଂକଳ୍ପ

ନବନିଯୁକ୍ତ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଶିକ୍ଷକତା ଚାକିରୀ ନୁହେଁ ଏକ ସଂକଳ୍ପ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page