୨୯ ପ୍ରାର୍ଥୀ ହରାଇଛନ୍ତି ଅମାନତ, ଲୋକସଭାରେ ୫ ଓ ବିଧାନସଭାରେ ୨୪ ପ୍ରାର୍ଥୀ

May 25, 2019, ଓଡ଼ିଶା, , Anupambharat News Bureau


୨୯ ପ୍ରାର୍ଥୀ ହରାଇଛନ୍ତି ଅମାନତ,  ଲୋକସଭାରେ ୫ ଓ ବିଧାନସଭାରେ ୨୪ ପ୍ରାର୍ଥୀ
Anupambharat News Bureau
May 25, 2019

ଭଦ୍ରକ,,୨୫ା୫(ଅନୁପମ ମିଡିଆ): ଭୋଟ ଗଣତି ପରେ ଏବେ ଫଳ ପ୍ରକାଶ ପାଇଛି । ଭଦ୍ରକ ଜିଲାରେ ୫ଟି ବିଧାନସଭା ଓ ଲୋକସଭା ଆସନର ଏହି ଫଳରୁ ଜଣାପଡିଛି । ନିର୍ବାଚନୀ ମଇଦାନରେ ଛିଡା ହୋଇଥିବା ୪୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ପ୍ରାର୍ଥୀ ଅମାନତ ହରାଇଛନ୍ତି । ଲୋକସଭା ସିଟ୍‌ରେ ଛିଡା ହୋଇଥିବା ୮ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ ଅମାନତ ହରାଇଥିବାବେଳେ ବିଧାନସଭାର ଲଢିଥିବା ୩୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୪ ଜଣ ପ୍ରାର୍ଥୀ ଅମାନତ ହାରିଛନ୍ତି । ସେମାନେ ହେଲେ ପ୍ରାକ୍ତନ ସାଂସଦ ଓ ଏବେକାର ପ୍ରାର୍ଥୀ ମୁରଲୀଧର ଜେନା- ୪୭୦୮, ତୃଣମୂଳ ପ୍ରାର୍ଥୀ ତିଳୋତ୍ତମା ଜେନା - ୩୩୨୭, କମୁ୍ୟନିଷ୍ଟ ପ୍ରାର୍ଥୀ କୀର୍ତ୍ତନ ମଲ୍ଲିକ -୧୪୩୦, କଳିଙ୍ଗସେନାର ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ଜେନା - ୧୫୫୬, ସ୍ୱାଧୀନ ପ୍ରାର୍ଥୀ ପିତାମ୍ବର ସେଠଈ - ୨୫୭୯ ଭୋଟ୍‌ ପାଇ ନିଜର ଅମାନତ ହରାଇଛନ୍ତି । ସେହିପରି ଚାନ୍ଦବାଲି ଆସନରେ ମୋଟ ୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ଅମାନତ ହରାଇଛନ୍ତି । ସେମାନେ ହେଲେ ବିଏସ୍‌ପିର ଅଜୟ ମହାଳିକ- ୧୦୮୩, କମୁ୍ୟନିଷ୍ଟ ପାର୍ଟିର ଜୟନ୍ତୀ ବିଶ୍ୱାଳ - ୫୧୫, କଳିଙ୍ଗ ସେନାର ସ୍ୱାତିଶ ରଂଜନ ସାହୁ ୨୨୫, ସ୍ୱାଧୀନ ପ୍ରାର୍ଥୀ ସତ୍ୟବ୍ରତ ସାହୁ - ୩୦୧ ଖଣ୍ଡ ଭୋଟ୍‌ ପାଇ ନିଜର ଅମାନତ ହରାଇଛନ୍ତି । ସେହିପରି ବାସୁଦେବପୁର ଆସନରେ ମୋଟ ୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ । ଏମାନଙ୍କ ମଧ୍ୟରୁ ୩ ଜଣ ପ୍ରାର୍ଥୀ ଅମାନତ ହରାଇଛନ୍ତି, ସେମାନେ ହେଲେ ତୃଣମୂଳ ପ୍ରାର୍ଥୀ ନାଥ ବୈରାଗୀ - ୫୨୯ ଖଣ୍ଡ ଭୋଟ୍‌, ବିଏସ୍‌ପିର ନିର୍ମଳ ମଲ୍ଲିକ - ୫୭୪, ସ୍ୱାଧୀନ ପ୍ରାର୍ଥୀ ସବିତାରାଣୀ ପାକଳ - ୩୮୧ ଭୋଟ୍‌ ପାଇଛନ୍ତି । ସେହିପରି ଧାମନଗର ଆସନରେ ମୋଟ ୮ ଜଣ ପ୍ରାର୍ଥୀ ନିଜର ଅମାନତ ହରାଇଛନ୍ତି । ସେମାନେ ହେଲେ କଂଗ୍ରେସ ପ୍ରାର୍ଥୀ ବିଦ୍ୟାଧର ଜେନା - ୭୩୦୩, ବିଏସ୍‌ପି ପ୍ରାର୍ଥୀ ବୁଦ୍ଧିରାମ ସାମଲ - ୭୭୯, ହିନ୍ଦୁ ମହାସଭାର ପ୍ରାର୍ଥୀ ପ୍ରସନ୍ନ ଦାସ - ୪୮୫, କଳିଙ୍ଗ ସେନାର ପ୍ରାର୍ଥୀ ଶେଷଦେବ ମହାଳିକ - ୧୯୧, ସ୍ୱାଧୀନ ପ୍ରାର୍ଥୀ ଗଣେଶ ଦାସ-୩୧୪ ଖଣ୍ଡ ଭୋଟ୍‌ ପାଇଛନ୍ତି । ସେହିପରି ଭଦ୍ରକ ଆସନରେ ମୋଟ ୮ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ ଏମାନଙ୍କ ମଧ୍ୟରୁ ୫ ଜଣ ଅମାନତ ହରାଇଛନ୍ତି । ସେମାନେ ହେଲେ ବିଏସ୍‌ପିର ସସ୍ମିତା ପାତ୍ର - ୬୦୧, ତୃଣମୂଳର ମହମ୍ମଦ ଅଲ୍ଲୀ ଜିନା - ୫୪୯, ଅମ୍ବେଦକର କଂଗ୍ରେସ ଫାତିମା - ୩୭୪, କଳିଙ୍ଗସେନାର ରଂଜନ ପଣ୍ଡା- ୩୧୮, ସ୍ୱାଧୀନ ପ୍ରାର୍ଥୀ କାହ୍ନì ବାରିକ - ୬୩୩ ଖଣ୍ଡ ଭୋଟ୍‌ ପାଇଛନ୍ତି । ସେହିପରି ଭଣ୍ଡାରିପୋଖରୀ ଆସନରେ ମୋଟ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ ଏମାନଙ୍କ ମଧ୍ୟରୁ ୭ ଜଣ ଅମାନତ ହରାଇଛନ୍ତି । ସେମାନେ ହେଲେ ବିଏସ୍‌ପିର ରାଜୀବ ଜେନା- ୬୦୦, ତୃଣମୂଳ କଂଗ୍ରେସର ଶିବ ବିଶ୍ୱାଳ - ୩୨୮, କମୁ୍ୟନିଷ୍ଟ ପାର୍ଟିର ଦିଗମ୍ବର ସ୍ୱାଇଁ - ୨୯୮, କଳିଙ୍ଗ ସେନାର ମନୋଜ ଜେନା-୧୯୮, ପ୍ରୋଟେଷ୍ଟ ଇଣ୍ଡିଆ ପାର୍ଟିର ସାର୍ଥକ ବିଶ୍ୱାଳ - ୧୯୨, ସ୍ୱାଧୀନ ପ୍ରାର୍ଥୀ ଅଶୋକ ରାଉତ - ୧୭୯ ଓ ସ୍ୱାଧୀନ ପ୍ରାର୍ଥୀ ପତଞ୍ଜଳି କରଶର୍ମା - ୩୭୬ ଖଣ୍ଡ ଭୋଟ୍‌ ପାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁରର ବୋହୂ ହେଲେ ଆନ୍ଧ୍ରର ବିଧାୟିକା

ବ୍ରହ୍ମପୁରର ବୋହୂ ହେଲେ ଆନ୍ଧ୍ରର ବିଧାୟିକା

Read More...

ଆଠଗଡରେ ତାପମାତ୍ରାର ପାରା ୪୪ ଛୁଇଁଲା

ଆଠଗଡରେ ତାପମାତ୍ରାର ପାରା ୪୪ ଛୁଇଁଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page