ଆଠଗଡରେ ତାପମାତ୍ରାର ପାରା ୪୪ ଛୁଇଁଲା

May 25, 2019, ଓଡ଼ିଶା, , Anupambharat News Bureau


ଆଠଗଡରେ ତାପମାତ୍ରାର ପାରା ୪୪ ଛୁଇଁଲା
Anupambharat News Bureau
May 25, 2019

ଆଠଗଡ,୨୫ା୫(ଅନୁପମ ମିଡିଆ): ସାରା ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ପାଣିପାଗ ବିଭାଗର ସୁଚନା ଅନୁଯାୟୀ ଗ୍ରୀଷ୍ମ ପ୍ରବାହର ଅଧିକ ବୃଦ୍ଧି ପାଇବା ସହିତ ଆଗକୁ ଆହୁରି ୪ ଦିନ ଧରି ଲାଗିବ ଗରମ ଲାଗିରହିବ ପ୍ରକାଶ ପାଇବା ପରେ ସାରା ଆଠଗଡ ଉପଖଣ୍ଡର ଜନସାଧାରଣଙ୍କ ମଧ୍ୟରେ ଏକ ରକମର ଚିନ୍ତା ବଢିଯାଇଛି । ଅଂଶୁଘାତକୁ ନେଇ ଉପଖଣ୍ଡ ପ୍ରଶାସନର କୌଣଷି ପ୍ରକାରର ବ୍ୟବସସ୍ଥା ଅଦ୍ୟାବଧି କରାଯାଇ ନଥିବା ଜଣାଯାଏ । ଉପଖଣ୍ଡ ପ୍ରଶାସନ ସାଧାରଣ ନିର୍ବାଚନରେ ଏତେ ମଜ୍ଜି ଯାଇଛି ଯେ ସାଧାରଣ ଜନଜୀବନ ପ୍ରତି ଗୁରୁତ୍ୱ ବହନ କରିନାହିଁ । ଆଜି ସାରାଆଠଗଡରେ ପାରା ୪୪ ଡିଗ୍ରୀକୁ ଛୁଇଁବା ସହ ଅସହ୍ୟ ଗରମ ଅନୁଭୁତ ହେଉଛି ଯାହାଫଳରେ ଜନଜୀବନ ଅସ୍ତବସ୍ତ୍ୟ ହୋଇପଡିଛି । ଅନ୍ୟ ପକ୍ଷରେ ସାରା ରାଜ୍ୟରେ ଚଳିତ ବର୍ଷ ବିଦୁ୍ୟତ କାଟ୍‌ କରାନଯିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ଆଠଗଡ ସେସୁ ବିଭାଗ ଖୁଲମଖୁଲା ବେଖାତରି କରିଛି । ଗୋଟିଏ ପଟରେ ଅସହ୍ୟ ଗରମରେ ଆଠଗଡ ସିଜୁ ଥିବାବେଳେ ଏଠାରେ ବାରମ୍ବାର କରାଯାଉଥିବା ଅଘୋଷିତ ବିଦୁ୍ୟତ କାଟ୍‌ ସମସ୍ୟାକୁ ଅଧିକ ଜଟିଳ କରିଦେଉଛି । ମଧ୍ୟାହ୍ନ ସମୟରେ ଘରେ କି ବାହାରେ ରହିବା କଷ୍ଟସାଧ୍ୟ ହୋଇ ପଡୁଛି । ବିଦୁ୍ୟତ କାଟକୁ ନେଇ ବିଭାଗିୟ ଯନ୍ତ୍ରୀ ମାନଙ୍କ ସହିତ ଯୋଗ ଯୋଗ କଲେ ବିଭାଗ ପକ୍ଷରୁ ଦିଆଯାଇଥିବା ସେମାନଙ୍କର ଫୋନ ଗୁଡିକ ଅଚଳ ରହୁଛି । ପରେ ଖବର ନେବାରେ ଜଣାଯାଏ ଆଜିର ବିଦୁ୍ୟତ କାଟ ଗ୍ରୀଡ୍‌ ଲାଗିଥିବା ଯନ୍ତ୍ରାଂଶ ଜନିତ ଏବଂ ଏଠାରେ ଆବଶ୍ୟକିୟ ସେସୁ କର୍ମଚାରୀ ନଥିବାରୁ କଟକରୁ ବିଭାଗିୟ କର୍ମଚାରୀ ଆସି ସଜାଡିବାରେ ବିଦ୍ୟୁତ ପ୍ରବାହ ସ୍ୱାଭବିକ ହୋଇଥିଲା । ଗରମ ଏପରି ଭାବେ ଅନୁୁଭୁତ ହେଉଛିକି ଦିନ ୧୦ ଘଟିକା ପରେ ବଜାର ସମେତ ରାସ୍ତା ଘାଟ ସଂମ୍ପୁର୍ଣ୍ଣ ଭାବେ ଶୂନଶାନ ହୋଇ ପଡୁଛି । ଆଠଗଡ ବିଜ୍ଞାପିତ ପରିଷଦର ପ୍ରତ୍ୟକ ୱାର୍ଡ ଏବଂ ବ୍ଳକର ସମସ୍ତ ପଂଚାୟତ ମାନଙ୍କରେ ଜଳଛତ୍ର ଖୋଲାଯିବାର ବ୍ୟବସ୍ଥା କରଯାଇଥିବା ବ୍ଳକ ପ୍ରଶାସନ କହୁଥିବା ବେଳେ ଜଳଛତ୍ରର ବ୍ୟବସ୍ଥା କୌଣଷି ଠାରେ ନଜରକୁ ଆସିନାହିଁ । କାଁ ଭାଁ କଛି ସ୍ଥାନ ମାନଙ୍କରେ ଖାଲି ମାଠିଆ ପଡି ରହି ଥିବାର ନଜରକୁ ଅସିଛି । ଉପଖଣ୍ଡର ପ୍ରତ୍ୟକ ଚିକିତ୍ସାଳୟରେ ଏକ ଅଂଶୁଘାତ ନିରାକରଣ କକ୍ଷ ରଖାଯିବାସହ ସେଥିରେ ଏ.ସି.ବା କୁଲର ବ୍ୟବସ୍ଥା କରାଯାଇ ତାହା ସଂମ୍ପୁର୍ଣ୍ଣ ଅଂଶୁଘାତ ଜନିତ ରୋଗି ମାନଙ୍କ ନିମନ୍ତେ ସଂରକ୍ଷଣ ରଖାଯିବାର ବ୍ୟବସ୍ଥା ରହିବାକଥା । ମାତ୍ର ସାଧାରଣ ରୋଗିମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଇ ଡାକ୍ତରଖାନା ପକ୍ଷରୁ ଏହି କକ୍ଷରେ ରୋଗି ମାନଙ୍କୁ ରଖାଯାଉ ଥିବାର ଅଭିଯୋଗ ହେଉଛି । ସେହିଭଳି ଦିନ ୧୧ ଘଟିକାରୁ ଅପରାହ୍ନ ୩ ଘଟିବା ପର୍ଯ୍ୟନ୍ତ ଖରାରେ ଶ୍ରମିକ ମାନେ ଯେପରି କାମ ନକରନ୍ତି ସେଥିପ୍ରତି ଦୃଷ୍ଟିଦେବା ନିମନ୍ତେ ବ୍ୟବସ୍ଥା ଥିଲେ ମଧ୍ୟ ଯାଞ୍ଚ ଅଧିକାରୀ ମାନଙ୍କର ନିଷ୍କ୍ରୀୟତା ପାଇଁ ଏହି ନୟମକୁ ଖୋଲାଖୋଲି ଉଲଘଂନ କରାଯାଇ ଶ୍ରମିକ ମାନଙ୍କୁ ଖରାରେ କାମ କରାଯାଉଥିବା ଦେଖାଯାଉଛି । ଅଂଶୁଘାତର ନିରାକରଣ ନିମନ୍ତେ ପ୍ରଶାସନ ପକ୍ଷରୁ ସାଧାରଣରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କାରାଯିବାସହ ସମସ୍ତ ଗ୍ରାମ ଓ ଏନଏସିର ୱାର୍ଡ ମାନଙ୍କରେ ଶୁଦ୍ଧ ପାନିୟ ଜଳ ବ୍ୟବସ୍ଥା ଏବଂ ଅଚଳ ଥିବା ହ୍ୟାଣ୍ଡ ପମ୍ପ ଦୁଡିକର ମରାମତି ଯେପରିକି ଆଠଗଡ ହାଉସିଂବୋର୍ଡରେ ଦୀର୍ଘ ବର୍ଷମାନ ଧରି ଖରାପ ହୋଇ ପଡିରହିଥିବା ନଳକୂପ ଏବଂ ମାଟିରେ ପୋତି ହୋଇ ରହିଥିବା ନଳକୂପ ମାନଙ୍କର ପୁର୍ନଉଦ୍ଦାର କରିବାକୁ ସାଧାରଣରେ ଦାବି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୯ ପ୍ରାର୍ଥୀ ହରାଇଛନ୍ତି ଅମାନତ,  ଲୋକସଭାରେ ୫ ଓ ବିଧାନସଭାରେ ୨୪ ପ୍ରାର୍ଥୀ

୨୯ ପ୍ରାର୍ଥୀ ହରାଇଛନ୍ତି ଅମାନତ, ଲୋକସଭାରେ ୫ ଓ ବିଧାନସଭାରେ ୨୪ ପ୍ରାର୍ଥୀ

Read More...

ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ

ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page