ହ ୍ରାସ ପାଉଛି ବୈଦେଶିକ ମୁଦ୍ରାଭଣ୍ଡାର

July 23, 2022, ଶିଳ୍ପ ବାଣିଜ୍ୟ, , Anupambharat News Bureau


ହ ୍ରାସ ପାଉଛି ବୈଦେଶିକ ମୁଦ୍ରାଭଣ୍ଡାର
Anupambharat News Bureau
July 23, 2022


ମୁମ୍ବାଇ:ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ୧୫ ଜୁଲାଇରେ ସମାପ୍ତ ସପ୍ତାହରେ ୭.୫୪୧ ବିଲିୟନ ଡଲାର ଖସି ୫୭୨.୭୧୨ ବିଲିୟନ ଡଲାରରେ ପହଞ୍ଚିଛି । ଟଙ୍କାର ମୂଲ୍ୟ ହ ୍ରାସ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କ ବାରମ୍ବାର ହସ୍ତକ୍ଷେପ ଯୋଗୁ ଏପରି ପରିସ୍ଥିତି ଉପୁଜିଛି । ରିଜର୍ଭ ବ୍ୟାଙ୍କର ଅନୁସାରେ ଏହା ପୂର୍ବରୁ ୮ ଜୁଲାଇରେ ସମାପ୍ତ ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାର ୮.୦୬୨ ବିଲିୟନ ଡଲାର ଖସି ୫୮୦.୨୫୨ ବିଲିୟନ ଡଲାରରେ ପହଞ୍ଚିଥିଲା ।
ଶୁକ୍ରବାର ଡଲାର ତୁଳନାରେ ଟଙ୍କା ୫ ପଇସା ହ ୍ରାସ ସହ ପ୍ରତି ଡଲାର ଟଙ୍କା ମୂଲ୍ୟ ୭୯.୯୦ରେ ବନ୍ଦ ହୋଇଥିଲା । ତେବେ ୮ ଜୁଲାଇରେ ସମାପ୍ତ ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାରରେ ଦେଖା ଯାଇଥିବା ହ ୍ରାସ ବୈଦେଶିକ ମୁଦ୍ରାର ପରିସମ୍ପତ୍ତି ହ ୍ରାସ ଯୋଗୁ ହୋଇଥିଲା । ଏହା ଛଡା ସଂରକ୍ଷିତ ସ୍ୱ୍ୱର୍ଣ୍ଣ ଭଣ୍ଡାରରେ ହ ୍ରାସ ମଧ୍ୟ ବୈଦେଶିକ ମୁଦ୍ରା ପାଣ୍ଠିର ହ ୍ରାସର କାରଣ ପାଲଟିଛି । ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଜାରି କରିଥିବା ସାପ୍ତାହିକ ତଥ୍ୟ ଅନୁସାରେ ସମୀକ୍ଷାଧୀନ ସପ୍ତାହରେ ବୈଦେଶିକ ମୁଦ୍ରା ପରିସମ୍ପତ୍ତି ( ଏଫସିଏ) ୬.୫୨୭ ବିଲିୟନ ଡଲାର ହ ୍ରାସ ହୋଇ ୫୧୧.୫୬୨ ବିଲିୟନ ଡଲାରକୁ ପହଞ୍ଚିଥିଲା ।
ଡଲାର ଅଭିବ୍ୟକ୍ତିରେ ବୈଦେଶିକ ମୁଦ୍ରାଭଣ୍ଡାରରେ ରଖାଯାଇଥିବା ପରିସମ୍ପତ୍ତି ଯେପରିକି ୟୁରୋ, ପାଉଣ୍ଡ ଓ ୟୈନ ଭଳି ଅଣ ଆମେରିକୀୟ ମୁଦ୍ରାର ମୂଲ୍ୟ ବୃଦ୍ଧି ଅଥବା ହ ୍ରାସ ଯୋଗୁ ଏପରି ପରିସ୍ଥିତି ଉପୁଜିଥିବା କୁହାଯାଇଛି । ସେହିପରି ଆଲୋଚ୍ୟ ସପ୍ତାହରେ ସ୍ୱର୍ଣ୍ଣ ଭଣ୍ଡାରର ମୂଲ୍ୟ ମଧ୍ୟ ୮୩ କୋଟି ଡଲାର ହ ୍ରାସ ହୋଇ ୩୮.୩୫୬ ବିଲିୟନ ଡଲାରରେ ପହଞ୍ଚିଛି । ସମୀକ୍ଷାଧୀନ ସପ୍ତାହରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ରେ ଜମା ବିଶେଷ ଆହରଣ ଅଧିକାର (ଏସଡିଆର) ୧୫.୫ କୋଟି ଡଲାର ହ ୍ରାସ ହୋଇ ୧୭.୮୫୭ ବିଲିୟନ ଡଲାରକୁ ପହଞ୍ଚିଛ । ଆଇଏମଏଫରେ ଗଚ୍ଛିତ ଦେଶର ମୁଦ୍ରାଭଣ୍ଡାର ମଧ୍ୟ ୨.୯ କୋଟି ଡଲାର ହ ୍ରାସ ହୋଇ ୪.୯୩୭ ବିଲିୟନ ଡଲାରକୁ ପହଞ୍ଚି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଚ୍ଚା ଘରେ ୧୨ ଲକ୍ଷରୁ ଅଧିକ ପରିବାର

କଚ୍ଚା ଘରେ ୧୨ ଲକ୍ଷରୁ ଅଧିକ ପରିବାର

Read More...

 ଭାରତର ସ୍ଥିତି ଭଲ ରହିିିଛି :ଶକ୍ତିକାନ୍ତ

ଭାରତର ସ୍ଥିତି ଭଲ ରହିିିଛି :ଶକ୍ତିକାନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page