ଭାରତର ସ୍ଥିତି ଭଲ ରହିିିଛି :ଶକ୍ତିକାନ୍ତ

July 23, 2022, ଶିଳ୍ପ ବାଣିଜ୍ୟ, , Anupambharat News Bureau


 ଭାରତର ସ୍ଥିତି ଭଲ ରହିିିଛି :ଶକ୍ତିକାନ୍ତ
Anupambharat News Bureau
July 23, 2022


ମୁମ୍ବାଇ: ସାରା ବିଶ୍ୱର ଅର୍ଥନୀତି ସଙ୍କଟ ଦେଇ ଗତି କରୁଥିବା ବେଳେ ଭାରତ କି;ୁ ଅନ୍ୟମାନଙ୍କ ତୁଳନାରେ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି । ବ୍ୟାଙ୍କ ଅଫ୍‌ ବରୋଦାର ବାର୍ଷିକ ବ୍ୟାଙ୍କିଙ୍ଗ୍‌ କନେP୍ଲଭ୍‌ ୨୦୨୨କୁ ଭର୍ଚୁ୍ୟଆଲ୍‌ ମାଧ୍ୟମରେ ସମ୍ବୋଧିତ କରି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ସେ କହିଲେ, ଆର୍ଥିକ ବ୍ୟବସ୍ଥାରେ ପର୍ଯ୍ୟାପ୍ତ ପୁଞ୍ଜି ରହିଛି । ସମ୍ପତ୍ତି ମାନରେ ଉନ୍ନତି ପରିଲକ୍ଷିତ ହୋଇଛି । ବାଲାନ୍ସ ସିଟ୍‌ ଦୃଢ଼ ହୋଇଥିବା ବେଳେ ବ୍ୟାଙ୍କଗୁଡ଼ିକ ଲାଭ କରୁଛନ୍ତି । ଋଣ ଚାହିଦାରେ ମଧ୍ୟ ବୃଦ୍ଧି ହେଉଛି । ବିଶ୍ୱ ବଜାରରେ ଘଟୁଥିବା ଘଟଣାର ପ୍ରଭାବ ମୁକାବିଲା ଲାଗି ଭାରତୀୟ ବ୍ୟାଙ୍କଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ସେ କହିଛନ୍ତି ।
ଡଲାର ତୁଳନାରେ ଭାରତୀୟ ମୁଦ୍ରାର ଦୁର୍ବଳ ସ୍ଥିତି ସମ୍ପର୍କରେ ସେ କହିଛନ୍ତି ଯେ ଏହାକୁ ନେଇ ବହୁତ ବିତର୍କ ହେଉଛି । ବିଦେଶୀ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଟଙ୍କା ଦୁର୍ବଳ ହେଉଥିବା କୁହାଯାଉଛି । କି;ୁ, ଅନ୍ୟ ବିକାଶଶୀଳ ଓ ବିକଶିତ ଦେଶର ମୁଦ୍ରା ତୁଳନାରେ ଟଙ୍କା ମଧ୍ୟ ଭଲ ସ୍ଥିତିରେ ରହିଛି । ମୁଦ୍ରା ବିନିମୟ ବଜାରରେ ଟଙ୍କାକୁ ନେଇ କେଣସି ଘୋର ଅସ୍ଥିରତା ଦେଖାଦେଉ ବୋଲି ରିଜର୍ଭ ବ୍ୟାଙ୍କ ଚାହୁନାହିଁ । ସେଭଳି ସ୍ଥିତିକୁ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି । ରିଜର୍ଭ ବ୍ୟାଙ୍କର ହସ୍ତକ୍ଷେପ ପରେ ଟଙ୍କା ମୂଲ୍ୟରେ ସୁଧାର ଘଟିଛି । ରିଜର୍ଭ ବ୍ୟାଙ୍କର ଆଭିମୁଖ୍ୟ ବୁଝାଇବା ଲାଗି ସେ କହିଥିଲେ ଯେ ବର୍ଷା ହେଲେ ଆମେ ବ୍ୟବହାର କରିବା ଲାଗି ଛତା କିଣିଥାଉ । ସେହିପରି ଦରକାର ସମୟରେ ରିଜର୍ଭ ବ୍ୟାଙ୍କ ମୁଦ୍ରା ମୂଲ୍ୟରେ ସ୍ଥିରତା ଆଣିବା ଲାଗି ହସ୍ତକ୍ଷେପ କରୁଛନ୍ତି । ବଜାର ଚାହିଦା ପୂରଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ଡଲାର ଯୋଗାଣ କରୁଛି ବୋଲି ସେ କହିଛନ୍ତି । କିଛି ଦିନ ପୂର୍ବେ ଡଲାର ତୁଳନାରେ ଭାରତୀୟ ଟଙ୍କା ସର୍ବକାଳୀନ ରେକର୍ଡ ନିମ୍ନ ସ୍ତର ୮୦ ଟଙ୍କା ୬ ପଇସାରେ ପହଞ୍ଚିଥିଲା । ଆଜି ମଧ୍ୟ କାରବାର ସମୟରେ ଡଲାର ତୁଳନାରେ ଟଙ୍କା ଏହି ସ୍ତରକୁ ଖସିଯାଇଥିଲା । କି;ୁ କାରବାର ଶେଷ ବେଳକୁ ସେଥିରେ ସୁଧାର ହୋଇଥିଲା । ଏକ ଡଲାର ଦାମ୍‌ ଆଜି ୭୯ ଟଙ୍କା ୯୨ ପଇସା ରହିଛିଛ । ଶକ୍ତିକାନ୍ତ ସ୍ପଷ୍ଟ କରିଛନ୍ତି ଯେ ଟଙ୍କା ମୂଲ୍ୟ ଏକ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ଆଣିବା ଲାଗି ଆମର କେଣସି ଯୋଜନା ନାହିଁ । ପର୍ଯ୍ୟାୟକ୍ରମେ ମୁଦ୍ରା ମୂଲ୍ୟରେ ସୁଧାର ହେବ । ଆମେ କେବଳ ଘୋର ଅସ୍ଥିରତା ରୋକିବାକୁ ଉଦ୍ୟମ ଜାରି ରଖିବୁ ।
ବ୍ୟାଙ୍କ ସମ୍ପର୍କରେ ଶକ୍ତିକାନ୍ତ କହିଛନ୍ତି ଯେ ବ୍ୟାଙ୍କଗୁଡ଼ିକ ସ୍ୱତନ୍ତ୍ର । ଅନ୍ୟ ବାଣିଜ୍ୟିକ ସଂସ୍ଥା ସହ ବ୍ୟାଙ୍କକୁ ତୁଳନା କରାଯାଇପାରିବ ନାହିଁ । ଅଂଶଧନକାରୀମାନଙ୍କ ସ୍ୱାର୍ଥ ରକ୍ଷା ବ୍ୟତୀତ ଜମାକାରୀଙ୍କ ସ୍ୱାର୍ଥ ରକ୍ଷାକୁ ବ୍ୟାଙ୍କଗୁଡ଼ିକ ଅଧିକ ଗୁରୁିବ ଦେବା ଦରକାରଛ ବ୍ୟାଙ୍କ ଯାହା ବି ପାଣ୍ଠି ମୂତୟନ କରୁଛନ୍ତି ତାହା ଜମାକାରୀଙ୍କ ଟଙ୍କା । କେଣସି ବ୍ୟାଙ୍କ ଏହା ଭୁଲିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ପ୍ରଯୁକ୍ତି ଜ୍ଞାନକେଶଳ ବ୍ୟବହାର ପରେ ବ୍ୟାଙ୍କ ସେବାରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ଆଗାମୀ ଦିନରେ ଏହି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିବଛ ସେଥିଲାଗି ପ୍ରସ୍ତୁତ ରହିବାକୁ ଶକ୍ତିକାନ୍ତ ବ୍ୟାଙ୍କଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହ ୍ରାସ ପାଉଛି ବୈଦେଶିକ ମୁଦ୍ରାଭଣ୍ଡାର

ହ ୍ରାସ ପାଉଛି ବୈଦେଶିକ ମୁଦ୍ରାଭଣ୍ଡାର

Read More...

ପ୍ରକୃତିଙ୍କୁ ଟଣା ଓଟରା କଲେ ବାବୁସାନଙ୍କ ପତ୍ନୀ

ପ୍ରକୃତିଙ୍କୁ ଟଣା ଓଟରା କଲେ ବାବୁସାନଙ୍କ ପତ୍ନୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page