୧୭ଟି ପ୍ରସ୍ତାବକୁ ଅନୁମୋଦନ

July 19, 2022, ଓଡ଼ିଶା, , Anupambharat News Bureau


୧୭ଟି ପ୍ରସ୍ତାବକୁ ଅନୁମୋଦନ
Anupambharat News Bureau
July 19, 2022


ଭୁବନେଶ୍ୱର,୧୯ା୭ (ଅନୁପମ ମିଡିଆ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ଦିଆ ଯାଇଛି । ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଜାରୀ ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ ଏ ସମମ୍ପର୍କରେ ସୂଚନା ଦେଇଥିଲେ ।
ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନ ୧୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ୧୭ଟି ପ୍ରସ୍ତାବ ପାରିତ ହୋଇଛି । ପାଇକ ସ୍ମାରକୀ ପାଇଁ ଜିମି ଦେଲେ ସରକାର । ବରୁଣେଇରେ ସହିଦ ସ୍ମାରକି ପାଇଁ ସରକାର ୯.୬୮ ଏକର ଜମି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏଥିସହିତ ସେହିଭଳି କ୍ୟାବିନେଟରେ ପ୍ରକଳ୍ପ ନିର୍ମାଣ ପାଇଁ ୧୪୯.୬୦ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଅନୁମୋଦନ ହୋଇଛି ।
କ୍ୟାବିନେଟ ବୈଠକରେ ୨୦୨୨ ଆଇଟି ପଲିସିକୁ କ୍ୟାବିନେଟ ଅନୁମୋଦନ ଦେଇଛି । ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ଓ ପୁଞ୍ଜିନିବେଶର ଲକ୍ଷ୍ୟ ରଖି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ପାରିତ ହୋଇଛି ।
ସେହିପରି ପୁରୀ ଅବଢ଼ା’ ଯୋଜନାର ଧର୍ମାଶାଳା ନିର୍ମାଣ ପାଇଁ ୧୩୫ କୋଟି ଟଙ୍କା ଅନୁମୋଦନ ପ୍ରଦାନ କରାଯାଇଛି । । ରାୟଗଡ଼ା ୧୫ଟି ପାନୀୟଜଳ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ହୋଇଛି । ସେହିଭଳି ଓଡ଼ିଶା ଲୋକାୟୁକ୍ତଙ୍କର ୨୦୨୧ ବର୍ଷର ବାର୍ଷିକ ରିପୋର୍ଟକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।
ସେହିପରି ରାଜ୍ୟ ସରକାର ୪ ଜିଲ୍ଲାକୁ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ ଯୋଗାଇ ଦେବେ । ବଲାଙ୍ଗିର, କଳାହାଣ୍ଡି, ବରଗଡ଼, ନୂଆପଡ଼ାର ୨୦ ବ୍ଲକରେ ଲାଗୁ ହେବ । ଦାଦନ ପ୍ରବଣ ବ୍ଲକରେ କାମ ଯୋଗାଇବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ସେହିଭଳି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ - ଜଳ ଜୀବନ ମିଶନ’କୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି । ୨୪ ମାସ ମଧ୍ୟ କାମ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସେହିଭଳି ଓଡିଶା ଡିପ୍ଳୋମା ଯାନ୍ତ୍ରିକ ସେବା( ନିଯୁକ୍ତ ପଦ୍ଧତି ଏବଂ ସେବା ର୍ସାବଳୀ) ନୟମାବଳୀ-୨୦୧୨ ରୁ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।
ନଦୀ ଗର୍ଭରେ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକ¬ର ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ପ୍ରକଳ୍ପ ନିର୍ମାଣ ପାଇଁ ୧୪୯ କୋଟି ୬୦ ଲକ୍ଷ ବ୍ୟତୀତ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣବକ୍ଷଣ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା ଟେଣ୍ଡରକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ପ୍ରଦାନ କରାଯାଇଛି । ଏହାକୁ ୩୬ ମାସ ମଧ୍ୟ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି ।
ଗଞ୍ଜାମ ଜିଲ୍ଲା ଦେଇ ପ୍ରବାହିତ ଋଷିକୂଲ୍ୟା ନଦୀର ବରଦା ଗ୍ରାମ ନିକଟରେ ନଦୀରେ ଆନିକଟ ନିର୍ମାଣ କରାଯିବ । ଏହି ନିର୍ମାଣ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏହି ନିର୍ମାଣ ବାବଦରେ ୧୪୯ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି । ଏହାଦ୍ୱାରା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସମେତ ବିଭିନ୍ନ ସହରକୁ ପାନୀୟ ଜଳ ଯୋଗାଣ ଏବଂ କୃଷି କ୍ଷେତ୍ରକୁ ଜଳସେଚନ ବ୍ୟବସ୍ଥା ହୋଇପାରିବ ବୋଲି ଆଶା କରାଯାଉଛି ।
ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ତହସିଲ ଅନ୍ତର୍ଗତ ରାମଚନ୍ଦ୍ରପୁର ମୌଜାରେ ମୋଟ ଏକର ୭.୯୭୫ଡି ସରକାରୀ ଜମିକୁ ବିଡିଏକୁ ଦେବା ପାଇଁ ରାଜ୍ୟ ସରାକର ନିଷ୍ପତି ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ଏକକ ୪.୧୪୮ଡି ସରକାରୀ ଜିମକୁ ଲିଜ ସୂତ୍ରେ ଏବଂ ଏକର ୩.୪୪୭ ଜିମକୁ ସର୍ବସାଧାରଣ ବ୍ୟବହାର ନିମନ୍ତେ ଅନୁମତି ପ୍ରାପ୍ତ ଅଧିଗ୍ରହଣ ଦୋବପାଇଁ ନିଷ୍ପତି ନିଆଯାଇଛି । ଏଥିନିମନ୍ତେ ମୋଟ ୬୧୭ କୋଟି ୯୭ ହାଜର ଟଙ୍କା ରାଜସ୍ୱ ଦେୟ ଛାଡ଼ ପାଇଁ କ୍ୟାବିନେଟର ଅନୁମୋଦନ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରତିଶ୍ରୁତି ପାଣିର ଗାର : ଗଡ଼ିଲାନି ନୂଆ ଟ୍ରେନ୍‌, ୫-ଜି ସ୍ୱପ୍ନ ଏବେ ବି ଅଧୂରା

ପ୍ରତିଶ୍ରୁତି ପାଣିର ଗାର : ଗଡ଼ିଲାନି ନୂଆ ଟ୍ରେନ୍‌, ୫-ଜି ସ୍ୱପ୍ନ ଏବେ ବି ଅଧୂରା

Read More...

ହତ୍ୟା ମାମଲା:  ୨୦ଜଣଙ୍କୁ ଆଜୀବନ

ହତ୍ୟା ମାମଲା: ୨୦ଜଣଙ୍କୁ ଆଜୀବନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page