ନୋଟାରେ ୧୨ ହଜାର ଭୋଟର

May 25, 2019, ଓଡ଼ିଶା, , Anupambharat News Bureau


ନୋଟାରେ ୧୨ ହଜାର ଭୋଟର
Anupambharat News Bureau
May 25, 2019

ଅନୁଗୋଳ,୨୫ା୫(ଅନୁପମ ମିଡିଆ): ଅଭିବକ୍ତ ଢ଼େଙ୍କାନାଳ ଜିଲ୍ଲାର ୯ଟି ବିଧାନସଭା କ୍ଷେତ୍ରରେ ୧୨ ହଜାର ୪୭୦ ଭୋଟରଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥିମାନଙ୍କୁ ପସନ୍ଦକୁ ଆସିନାହିଁ । ସେମାନେ କୌଣସି ପ୍ରାର୍ଥୀ ସପକ୍ଷରେ ଭୋଟ ଦେଇନାହାଁନ୍ତି । ସେମାନଙ୍କ ମତରେ ସେମାନଙ୍କ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା କୌଣସି ନେତା ଯୋଗ୍ୟ ନୁହଁନ୍ତି । ତେଣୁ ସେମାନେ ଇଭିଏମରେ ଥିବା ପ୍ରାର୍ଥି ତାଲିକାର ସବା ଶେଷରେ ଥିବା ନୋଟା (ଉପରୋକ୍ତ ପ୍ରାର୍ଥଙ୍କ ମଧ୍ୟରୁ କାହାରିକୁ ପସନ୍ଦ ନୁହେଁ)କୁ ଦେଇଛନ୍ତି । ଅନୁଗୋଳ ବିଧାନସଭା କ୍ଷେତ୍ରରେ ୧୦୧୯ ଜଣ ଭୋଟର ନୋଟାରେ ଭୋଟ ଦେଇଥିବା ବେଳେ ପାଲଲହଡ଼ା ବିୀଧାନସଭା କ୍ଷେତ୍ରର ୧୨୩୪, ତାଳଚେର ବିଧାନସଭା କ୍ଷେତ୍ରର ୭୮୦, ଆଠମଲ୍ଳିକ ବିଧାନସଭା କ୍ଷେତ୍ର ୧୭୧୬ଜଣ ଓ ଛେଣ୍ଡିପଦା ନିର୍ବାଚନ କ୍ଷେତ୍ରର ୧୩୮୬ଜଣ ନୋଟାରେ ଭୋଟ ଦେଇଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ଯେ ଏଥର ଛେଣ୍ଡିପଦା ବିଧାନସଭା କ୍ଷେତ୍ରରେ ୮ଜଣ ପ୍ରାର୍ଥୀ, ଆଠମଲ୍ଲିକ ରେ ୬ଜଣ ପ୍ରାର୍ଥି ତାଳଚେର ବିଧାନସଭାକ୍ଷେତ୍ରରେ ୮ଜଣ ପ୍ରାର୍ଥୀ, ପାଲଲହଡ଼ାରେ ୯ଜଣ ପ୍ରାର୍ଥୀ ଓ ଅନୁଗୋଳରେ ୧୦ ଜଣ ପ୍ରାର୍ଥୀଏଥର ନିର୍ବାଚନ ଳଢ଼ୁଥିଲେ । ସେହିପରି ଢ଼େଙ୍କାନାଳ ବିଧାନସଭା କ୍ଷେତ୍ରରେ ୧୧ଜଣ ପ୍ରାର୍ଥି ଥିବା ବେଳେ୧୨୬୫ଜଣ ନୋଟାରେ ଭୋଟ ଦେଇଛନ୍ତି । ହିନ୍ଦୋଳ ବିଡ଼ଧାନସଭା କ୍ଷେତ୍ରରେ ୨୦୯୮ ଜଣ ଭୋଟର ନୋଟାକୁ ଦେଇଛନ୍ତି । ଏହି ବିଧାନସଭା କ୍ଷେତ୍ରରେ ୬ଜଣ ପ୍ରାର୍ଥୀ ଥିଲେ । କାମାକ୍ଷାନଗର ବିଧାନସଭା କ୍ଷେତ୍ରରେ ୭ଜଣ ପ୍ରାର୍ଥୀ ଥିବା ବେଳେ ୧୪୫୩ ଜଣ ଭୋଟର କାହାରିକୁ ପସନ୍ଦ କରିନାହାଁନ୍ତି । ଏହି ଭୋଟରମାନେ ନୋଟା କୁ ଭୋଟ ଦେଇଛନ୍ତି । ପର୍ଜଙ୍ଗ ବିଧାନସଭା କ୍ଷେତ୍ରରେ ନୋଟାକୁ ଭୋଟ ଦେଇଥିବା ଭୋଟରଙ୍କ ସଂଖ୍ୟା ହେୁଛି ୧୫୧୮ ଏହି ବିଧାନସଭା କ୍ଷେତ୍ରରେ ୬ଜଣ ପ୍ରାର୍ଥୀ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଧର୍ମେନ୍ଦ୍ରଙ୍କ ଘରେ ହାରିଲା ବିଜେପି

ଧର୍ମେନ୍ଦ୍ରଙ୍କ ଘରେ ହାରିଲା ବିଜେପି

Read More...

 ପ୍ରେମରେ ବିଫଳ ହେବାରୁ ଉଭୟଙ୍କ ଆତ୍ମହତ୍ୟା

ପ୍ରେମରେ ବିଫଳ ହେବାରୁ ଉଭୟଙ୍କ ଆତ୍ମହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page