ପ୍ରେମରେ ବିଫଳ ହେବାରୁ ଉଭୟଙ୍କ ଆତ୍ମହତ୍ୟା

May 25, 2019, ଓଡ଼ିଶା, , Anupambharat News Bureau


 ପ୍ରେମରେ ବିଫଳ ହେବାରୁ ଉଭୟଙ୍କ ଆତ୍ମହତ୍ୟା
Anupambharat News Bureau
May 25, 2019

ଅନୁଗୋଳ ,୨୫ା୫(ଅନୁପମ ମିଡିଆ): ଅନୁଗୋଳ ଥାନା ଅନ୍ତର୍ଗତ କୁମଣ୍ଡଠାରେ ଶଳା ଭାଉଜକୁ ପ୍ରେମ କରି ବିଫଳ ହେବା ଫଳରେ ଉଭୟଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କୁମଣ୍ଡ ଗାଁ ରଞ୍ଜନ ସାହୁ ବାଳୁଅକଟା ଗାଁରେ ବିବାହ କରିଥିଲେ । ବିବାହ ପରେ ନିଜର ସନ୍ତାନ ଥିଲେ ମଧ୍ୟ ରଞ୍ଜନ ବାଳୁଅକଟା ଗାଁ ଶଳା ଭାଉଜ ସସ୍ମିତା ସାହୁଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ପ୍ରେମରେ ଅନ୍ଧ ହୋଇ ୨ଜଣ ଏକାଠି ରହିବ ବୋଲି ନିଷ୍ପତ୍ତି ନେଇଥିଲେ । ଏଥିରେ ପରିବାର ଲୋକ ପ୍ରତିବାଦ କରିବାରୁ ଗତକାଲି ସନ୍ଧ୍ୟାଠାରୁ ୨ଜଣ ନିଖୋଜ ଥିଲେ । ଆଜି ସକାଳେ ଉଭୟଙ୍କୁ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀମାନେ ଦେଖିଥିଲେ । ପରିବାର ଲୋକେ ଜାଣିପାରି ପୁଲିସକୁ ସୂଚନା ଦେଇଥିଲେ ।
ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟ ଝୁଲନ୍ତା ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏହି ଘଟଣା ସ୍ଥାନୀୟରେ ଚର୍ଚ୍ଚାର ବିଷୟ ପାଲଟିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୋଟାରେ ୧୨ ହଜାର ଭୋଟର

ନୋଟାରେ ୧୨ ହଜାର ଭୋଟର

Read More...

କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ : ୨୦ ଛାତ୍ରଛାତ୍ରୀ ମୃତ

କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ : ୨୦ ଛାତ୍ରଛାତ୍ରୀ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page