ମମିତା ହତ୍ୟାକାଣ୍ଡ ଘଟଣା : ବିରୋଧୀଙ୍କ ହାଲ୍ଲାବୋଲ ଜାରି

October 28, 2021, ଓଡ଼ିଶା, , Anupambharat News Bureau


ମମିତା ହତ୍ୟାକାଣ୍ଡ ଘଟଣା : ବିରୋଧୀଙ୍କ ହାଲ୍ଲାବୋଲ ଜାରି
Anupambharat News Bureau
October 28, 2021


ଭୁବନେଶ୍ୱର, ୨୮ା୧୦(ଅନୁପମ ମିଡ଼ିଆ): ମହାଲିଙ୍ଗ ସନସାଇନ ପାବ୍ଳିକ ସ୍କୁଲ୍‌ର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିରୋଧୀ ବିଜେପି ଓ କଂଗ୍ରେସର ହାଲ୍ଲାବୋଲ ଜାରି ରହିଛି । ତେବେ ଏହି ପ୍ରସଙ୍ଗରେ ସରକାର ବର୍ତ୍ତମାନ ବେକ୍‌ଫୁଟରେ ରହିଥିବା ପରିଲକ୍ଷିତ ହେଉଛି । ଏହି ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ବିରୋଧୀ ସରକାରଙ୍କ ଉପରେ ବର୍ଷିବାରେ ଲାଗିଛନ୍ତି । ଆଜି କଂଗ୍ରେସର ଏକ ଟିମ୍‌ ମୃତ ମମିତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ତାଙ୍କୁ ନ୍ୟାୟ ଦେବାକୁ ଆନ୍ଦୋଳନକୁ ବ୍ୟାପକ କରିବ ବୋଲି କହିଛି । ଏପରିକି ନିର୍ଭୟା ପରି ମମିତା ମେହେର ହତ୍ୟାକାଣ୍ଡ ଅତ୍ୟନ୍ତ ନୃସଂଶ ଓ ହୃଦୟ ବିଦାରକ । ଏହି ଘଟଣାରେ ଅପରାଧୀକୁ ସହଯୋଗ କରୁଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଦଫା ୩୦୨ ଓ ୧୨୦ ବି ଲଗାଯାଉ । ନିରପେକ୍ଷ ତଦନ୍ତ ଲାଗି ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରାଯାଉ । ଏସଆଇଟି ଗଠନ ସହ ୯୦ ଦିନ ମଧ୍ୟରେ ତଦନ୍ତ ଶେଷ କରାଯାଉ । ଏଥିସହ ମମିତାଙ୍କ ପରିବାରକୁ କୋଟିଏ ଟଙ୍କା ସହ ଭାଇକୁ ଚାକିରି ମିଳୁ ବୋଲି କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯେ୍ୟୱାଲା ଦାବି କରିଛନ୍ତି । ସେହିପରି ମମିତା ହତ୍ୟା ମାମଲା ସଂସଦରେ ଉଠାଇବୁ ବୋଲି ସେ କହିଛନ୍ତି ।
କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ବିଜେଡିରେ ଅପରାଧ ଏକ ବ୍ୟାପାର ହୋଇଯାଇଥିବା କହିବା ଭୁଲ୍‌ ହେବନାହିଁ । ଓଡ଼ିଶାରେ ପ୍ରତିଦିନ ୪ ହତ୍ୟା, ୪ ବଳାକିାର, ୧୧ ଅପହରଣ, ୧୨ ହତ୍ୟା ଉଦ୍ୟମ ହେଉଛି । ସମଗ୍ର ଦେଶରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ଦର ଓଡ଼ିଶାରେ ସବୁଠାରୁ ଅଧିକ । ଓଡ଼ିଶାରେ ମହିଳାଙ୍କ ବିରୋଧରେ ଅପରାଧ ଦିନକୁ ଦିନ ବଢିଚାଲିଛି । ସମସ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୌନ ରହୁଛନ୍ତି । ନବୀନ କାହିଁକି ନୀରବ ରହୁଛନ୍ତି?ସରକାରଙ୍କୁ କିଭଳି ନିଦ ହେଉଛି? ନବୀନ ମୌନ ଭାଙ୍ଗି ଦୋଷୀ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର;ୁ । ନବୀନ ମୌନ ଭାଙ୍ଗି ଦୋଷୀ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର;ୁ ବୋଲି ସେ ଦାବି କରିଛନ୍ତି ।
ଓଡ଼ିଶା ପ୍ରଭାରୀ ତଥା ଡ. ଏ ଚେଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସନ୍ତୋଷ ସିଂ ସାଲୁଜା, ଏଆଇସିସି ସଂପାଦକ ଜି. ରୁଦ୍ର ରାଜୁ, ଜାତୀୟ କଂଗ୍ରେସ ମିଡ଼ିଆ ବିଭାଗର ମୁଖ୍ୟ ସଂଯୋଜକ ପ୍ରଣବ ଝା, ପ୍ରଦେଶ କଂଗ୍ରେସ ମିଡ଼ିଆ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ଆବାହକ ସତ୍ୟପ୍ରକାଶ ନାୟକ, ପିସିସି ଉପସଭାପତି ଶିବାନନ୍ଦ ରାୟ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
ସେହିଭଳି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ସହିତ ଏହି ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବା ଦାବିରେ ୨୯, ୩୦ ଓ ୩୧ ତାରିଖ ତିନି ଦିନ ଧରି ରାଜ୍ୟର ସମସ୍ତ ୬୨୫ଟି ପୋଲିସ ଥାନାରେ ବିଜେପି ତରଫରୁ ଘେରାଓ, ପ୍ରତିବାଦ ଓ ଏଫଆଇଆର ରୁଜୁ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ସେହିପରି ଏହି ଘଟଣା ସମ୍ପର୍କରେ ବାସ୍ତବ ସ୍ଥିତି ଜାଣିବା ପାଇଁ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡିଶା ଆସୁଛନ୍ତି । ଏହି ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ବନଥୀ ଶ୍ରୀନିବାସନ, ସାଂସଦ ସୁନୀତା ଦୁଗଲ ଏବଂ ବିଧାୟିକା ରୁପା ମିତ୍ର ଚୌଧୁରୀ ସାମିଲ ଅଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଅତୀତରେ
ସାମାନ୍ୟ ଅଭିଯୋଗ ହେଲେ ମନ୍ତ୍ରୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ମୁଖ୍ୟମନ୍ତ୍ରୀ ଏହି ବିଭତ୍ସ ହତ୍ୟାକାଣ୍ଡ ପ୍ରସଙ୍ଗରେ କାହିଁକି ନୀରବ ରହୁଛନ୍ତି ? ମନ୍ତ୍ରୀ ମିଶ୍ରଙ୍କ ସହ ଘନିଷ୍ଠ ସମ୍ପର୍କ କାରଣରୁ ଅଭିଯୁକ୍ତ ଗୋବିନ୍ଦ ସାହୁ ବିନା କୌଣସି ବାଧାବିଘ୍ନରେ ଲୋକସେବା ଭବନ ଓ ନବୀନ ନିବାସ ଯାଉ ନଥିଲେ କି ? ତଦନ୍ତ ଆଳରେ ସମସ୍ତ ତଥ୍ୟପ୍ରମାଣକୁ ଲିପାପୋଛା କରି ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଖସାଇ ଦେବାର ପୂର୍ଣ୍ଣ ଉଦ୍ୟମ କରାଯାଉ ନାହିଁ ତ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବାଣ ଫୁଟା ନିଷିଦ୍ଧ : ନିର୍ଦ୍ଦେଶନାମାକୁ  କଡ଼ାକଡ଼ି ପାଳନ କରାଯାଉ

ବାଣ ଫୁଟା ନିଷିଦ୍ଧ : ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରାଯାଉ

Read More...

ଭିଜିଲାନ୍ସ ଜାଲରେ ପ୍ରସନ୍ନ

ଭିଜିଲାନ୍ସ ଜାଲରେ ପ୍ରସନ୍ନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page