ଭିଜିଲାନ୍ସ ଜାଲରେ ପ୍ରସନ୍ନ

October 28, 2021, ଓଡ଼ିଶା, , Anupambharat News Bureau


ଭିଜିଲାନ୍ସ ଜାଲରେ ପ୍ରସନ୍ନ
Anupambharat News Bureau
October 28, 2021


ଭୁବନେଶ୍ୱର, ୨୮ା୧୦(ଅନୁପମ ମିଡ଼ିଆ): କମିଶନରେଟ୍‌ ପୋଲିସର ପୂର୍ବତନ କନଷ୍ଟେବଳ ପ୍ରସନ୍ନ କୁମାର ବେହେରାଙ୍କ କଳ୍ପନା ଛକସ୍ଥିତ ସରକାରୀ କ ୍ୱାର୍ଟସ ଓ ପୈତୃକ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ ବେଳେ ପ୍ରସନ୍ନଙ୍କ ନାଁରେ ଆଖି ତରାଟିଲା ଭଳି ସମ୍ପତ୍ତି ରହିଥିବା ସାମ୍ନାକୁ ଆସିଛି । ଡୁମଡୁମାରେ ପ୍ରସନ୍ନଙ୍କ ଫର୍ଣ୍ଣିଚର ଶୋ’ ରୁମର ମୂଲ୍ୟ କୋଟି କୋଟି ଟଙ୍କା ହେବ । ଶୋ’ ରୁମ୍‌ରେ ରହିଛି ଲକ୍ଷାଧିକ ଟଙ୍କାର ବହୁମୂଲ୍ୟ ସାମଗ୍ରୀ ।
୨୦୧୯ ମସିହାରେ ୦.୨୫୦ ଏକର ଜମିକୁ ୧ କୋଟି ୪୭ ଲକ୍ଷ ୬୦ ହଜାର କୋଟିରେ ପ୍ରସନ୍ନ କିଣିଥିଲେ । ହେଲେ ସେହି ଜମି ବଜାର ଦାମରୁ ଢେର ଅଧିକ ବୋଲି ଆକଳନ କରୁଛି ଭିଜିଲାନ୍ସ । ୧୮୦୦ ବର୍ଗ ଫୁଟ୍‌ ଅଞ୍ଚଳରେ ନିର୍ମାଣ ହୋଇଥିବା ଏହି ବିଲïିଂ ର ଦାମ୍‌ ଦୁଇ କୋଟି ହେବ ବୋଲି ଆକଳନ କରାଯାଇଛି । ଭିଜିଲାନ୍ସ ପକ୍ଷରୁ କୁହା ଯାଇଛି ଯେ ସ୍ୱତନ୍ତ୍ର ଜଜ୍‌ଙ୍କ ଆଦେଶକ୍ରମେ ସଦାନନ୍ଦ ବେହେରାଙ୍କ ପୁଅ ପ୍ରସନ୍ନ କୁମାର ବେହେରାଙ୍କ ଘରେ ଚଢ଼ାଉ କରାଯାଉଛି । ପ୍ରସନ୍ନଙ୍କ କଳ୍ପନା ଛକରେ ଥିବା ନିଜ ସରକାରୀ କ ୍ୱାର୍ଟର୍ସର ଏବଂ ଏହା ସମ୍ପ୍ରସାରଣ ବିଲଡିଂ, ଡୁମଡୁମାଠାରେ ଥିବା ସ୍ପାର୍କ ଫର୍ନିଚର ପ୍ରାଇଭେଟ୍‌ ଲିମିଟେଡ୍‌, ରାଜଧାନୀର ଲିଙ୍ଗପୁରର ସନ୍ଥବିହାରରେ ଥିବା ଫର୍ନିଚର ୱାର୍କସପ୍‌, ପାତ୍ରପଡ଼ାଠାରେ ଥିବା ସାଉଥ୍‌ ସିଟି ବାର୍‌ ଏବଂ ତାଙ୍କର ଖୋର୍ଦ୍ଧା ଜିଲ୍ଲାର ନୂଆପଡ଼ାରେ ଥିବା ଦୁଇମହଲା ବିଶିଷ୍ଟ ପୈତୃକ ଘରେ ଏହି ଚଢ଼ାଉ ହୋଇଥିଲା । ଦୁଇ ଜଣ ଡିଏସପି, ପାଞ୍ଚ ଜଣ ଇନ୍ସପେକଫର ଏବଂ ଅନ୍ୟ ଅଧିକାରୀଙ୍କ ନେତୃତ୍ୱରେ ୫ଟି ଟିମ୍‌ ଏହି ଭିଜିଲାନ୍ସ ଚଢ଼ାଉ କରାଯାଇଛି । ବହୁଚର୍ଚ୍ଚିତ ମନୀଷ ଅନୁରାଗ ଦାସ ହତ୍ୟା ମାମଲାର ଖିଅ ଖୋଜୁ ଖୋଜୁ ସାଉଥସିଟି ହୋଟେଲରେ ପହଞ୍ଚିଥିଲା କମିଶନରେଟ୍‌ ପୋଲିସ୍‌ । ବେଆଇନ୍‌ ଭାବେ ଚାଲୁଥିବା ସାଉଥ୍‌ସିଟି ବାର ର ନାଁ ସାମ୍ନାକୁ ଆସିଥିଲା । ପ୍ରସନ୍ନ ତାଙ୍କ ଭାଇଙ୍କ ନାଁରେ କୋଭିଡ୍‌ ନିୟମକୁ ଉଲ୍ଲଙ୍ଘନ କରି ବିନା ଲାଇସେନ୍ସରେ ଡ୍ୟାନ୍ସ ବାର୍‌ ଚାଲାଉଥିଲେ । ଏ ସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ ହୋଟେଲ୍‌କୁ ସିଲ୍‌ କରିବା ସହିତ ପ୍ରସନ୍ନଙ୍କୁ ଚାକିରିରୁ ବହିଷ୍କାର କରିବା ସହ ଗିରଫ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମମିତା ହତ୍ୟାକାଣ୍ଡ ଘଟଣା : ବିରୋଧୀଙ୍କ ହାଲ୍ଲାବୋଲ ଜାରି

ମମିତା ହତ୍ୟାକାଣ୍ଡ ଘଟଣା : ବିରୋଧୀଙ୍କ ହାଲ୍ଲାବୋଲ ଜାରି

Read More...

  ଜେଲ୍‌ରୁ ମୁକୁଳିବାରେ ବିଳମ୍ବ ହେବ

ଜେଲ୍‌ରୁ ମୁକୁଳିବାରେ ବିଳମ୍ବ ହେବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page