ବନ୍ୟା ବିତ୍ପାତ,୩୪ ମୃତ

October 19, 2021, ଦେଶ, , Anupambharat News Bureau


ବନ୍ୟା ବିତ୍ପାତ,୩୪ ମୃତ
Anupambharat News Bureau
October 19, 2021


ନୂଆଦିଲ୍ଲୀ,୧୯ା୧୦: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ବିତ୍ପାତ ଯୋଗୁଁ ରାଜ୍ୟରେ ଅତିକମ୍‌ରେ ୩୪ ଜଣ ଲୋକଙ୍କ ମୃତୁ୍ୟ ଘଟିଥିବା ବେଳେ ବିଭିନ୍ନ ଅଞ୍ଚଳରେ ସଡ଼କପଥ ବନ୍ୟା ଜଳରେ ଭାସିଯାଇଛି । ଏପରିକି ବହୁ ସ୍ଥାନରେ ବାସଗୃହ ଏବଂ ପୋଲ ଭୁଶୁଡ଼ି ପଡିଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଘଟିଯାଇଛି । କ୍ରମାଗତ ତୃତୀୟ ଦିନ ପାଇଁ ଲଗାଣ ବର୍ଷା ଜାରି ରହିଥିଲା । ଫଳରେ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ରୋତ ବହିବାରେ ଲାଗିଥିଲା । ତେଣୁ ପ୍ରତ୍ୟେକ ନଦୀରେ ବିପଦ ସଙ୍କେତ ଟପିଯିବା ଫଳରେ ବହୁ ବାସଗୃହ ଓ ପୋଲ ନଷ୍ଟ ହୋଇପଡିଛି । ଉତ୍ତରାଖଣ୍ଡ ପୋଲିସ ଡିଜି ଅଶୋକ କୁମାର କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁଁ ୨୪ରୁ ୩୪ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳକୁ ମୁତୟନ କରାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ରାଜ୍ୟର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ସ୍ଥିତି ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ବୁଝାବୁଝି କରୁଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍‌ଡିଆର୍‌ଏଫ୍‌) ୨୨ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି । ଯେଉଁମାନେ କି କେଦାରନାଥ ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଧସିଥିବା ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ହୋଇଯିବା ଫଳରେ ଉକ୍ତ ଶ୍ରଦ୍ଧାଳୁଙ୍କୁ ଏସ୍‌ଡିଆର୍‌ଏଫ୍‌ ଉଦ୍ଧାର କରିଛି । ପ୍ରାପ୍ତ ସୂଚନା ମୁତାବକ ଉତ୍ତରାଖଣ୍ଡର ନୈନିତାଲ ସହର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଥିବା ଜଣାପଡିଛି । ମାଟି ଅତଡ଼ା ଧସିବା ଯୋଗୁଁ ନୈନିତାଲକୁ ଯୋଗାଯୋଗ କରୁଥିବା ୩ଟି ସଡ଼କ ପଥ ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଛି । କାଳାଡ଼ୁଙ୍ଗି, ହଲ୍‌ଦୱାନୀ ଏବଂ ଭବାଲୀ ସହରକୁ ମଧ୍ୟ ସଡ଼କପଥ ବିଚ୍ଛିନ୍ନ ହୋଇପଡିଛି । ବିଭିନ୍ନ ଅଞ୍ଚଳରେ ଭୂÕଳନ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ନିଖୋଜ ଥିବା ବେଳେ କେତେକ ମାଟି ତଳେ ପୋତି ହୋଇ ରହିଥିବା ଉଦ୍‌ବେଗଜନକ ସ୍ଥିତି ଦେଖିବାକୁ ମିଳିଛି । ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସ୍ଥଳ ସେନାବାହିନୀର ୩ଟି ହେଲିକାପଫରକୁ ମୁତୟନ କରାଯାଇଛି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି । ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ରାଜ୍ୟ
ସରକାର ଘୋଷଣା କରିଛନ୍ତି । ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ, ରାଜ୍ୟ ଶିକ୍ଷାମନ୍ତ୍ରୀ ଧ୍ୟାନସିଂ ରାୱତ୍‌ ସ୍ଥିତି ସମୀକ୍ଷା କରିଛନ୍ତି । ଚାଷୀମାନଙ୍କ ଜମି ଓ କ୍ଷେତ ବହୁ ପରିମାଣରେ ନଷ୍ଟ ହୋଇଛି । କୃଷିକ୍ଷେତ୍ରକୁ ଏହି ପ୍ରବଳ ବର୍ଷା ଜନିତ ବନ୍ୟା ବହୁ କ୍ଷତି ଘଟାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳମାନଙ୍କରେ ବସବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଆଶଙ୍କା ଓ ଭୟ ଦେଖାଦେଇଥିଲା । ବୃହତ୍ତକାୟ ମାଟି ଅତଡ଼ା ଧସିବା ଯୋଗୁଁ ବାସଗୃହ ପୋତି ହୋଇଯାଉଥିବା ଭଳି ସ୍ଥିତି ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ନଦୀର ଜଳସ୍ତର ଫୁଲି ଉଠିବା ଯୋଗୁଁ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାଘାତ ହୋଇପଡିଥିଲା । ମୁକ୍ତେଶ୍ୱର ଏବଂ ନୈନିତାଲ ଅଞ୍ଚଳରେ ବାସଗୃହ ଭୁଶୁଡ଼ି ପଡିବା ଯୋଗୁଁ ଅତିକମ୍‌ରେ ୧୧ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି ବୋଲି କୁହାଯାଇଛି । ଉଦ୍ଧମସିଂ ନଗରରେ ବନ୍ୟା ଜଳରେ ଜଣେ ବ୍ୟକ୍ତି ଭାସି ଯାଇଥିବା ଜଣାଯାଇଛି । ଚାଲ୍‌ତି ନଦୀରେ ନିର୍ମାଣାଧିନ ଏକ ପୋଲ ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡି ତାହା ବନ୍ୟା ଜଳରେ ଭାସି ଯାଇଥିବା ସ୍ଥିତି ଦେଖିବାକୁ ମିଳିଛି । ରାଜ୍ୟ ଉଦ୍ଧାରକାରୀ ଦଳଙ୍କ ବ୍ୟତୀତ ସ୍ଥଳ ସେନାବାହିନୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବହୁ ସ୍ଥାନରେ ଆଜି ରିଲିଫ୍‌ ବଣ୍ଟନ ଆରମ୍ଭ ହୋଇଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ୫ମିଲି ମିଟର ବୃଷ୍ଟିପାତ ହୋଇଥିବା ରେକର୍ଡ ହୋଇଛି । ନୈନିତାଲରେ ପ୍ରସିଦ୍ଧ ନୈନା ଦେବୀ ମନ୍ଦିର ବନ୍ୟ ଜଳ ଘେରରେ ରହିଛି । ନିକଟସ୍ଥ ଏକ ଛାତ୍ରାବାସ ଭୂÕଳନ ଯୋଗୁଁ ଭୁଶୁଡ଼ି ପଡିଛି ବୋଲି ସୋସିଆଲମିଡିଆ ଚିତ୍ରରୁ ଜଣାପଡିଛି । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଉଦ୍ଧାର କାର୍ଯ୍ୟ ରାଜ୍ୟରେ ଜାରି ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୃଥକ ପୃଥକ ସ୍ଥାନରେ କ୍ଷୟକ୍ଷତି ଘଟିଯାଇଛି । ରାଜ୍ୟର ବହୁ ଅଞ୍ଚଳର ସନ୍ଧ୍ୟା ସୁଦ୍ଧା ଜଳାର୍ଣ୍ଣବ ମଧ୍ୟରେ ରହିଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମି ସନ୍ଧ୍ୟା ବେଳେ ଘୋଷଣା କରିଛନ୍ତି ଯେ, ମୃତକଙ୍କ ପରିବାରଙ୍କ ଉଦ୍ଦେଶ୍ୟରେ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରାଯିବ ଏବଂ ଯେଉଁ ବ୍ୟକ୍ତିଙ୍କ ଘର ଭାଙ୍ଗି ଯାଇଛି କିମ୍ବା ଭୁଶୁଡ଼ି ପଡିଛି ସେମାନଙ୍କୁ ୧ ଲକ୍ଷ ଟଙ୍କା ଏବଂ ଯାହାର ଘର ସାମାନ୍ୟ ଭାଙ୍ଗିଛି କିମ୍ବା ବନ୍ୟାଜଳ ଗୃହରେ ପଶିଛି ସେମାନଙ୍କୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆତଙ୍କୀଙ୍କ ବିରୋଧରେ ଯୁଦ୍ଧ !  ଲୋକଙ୍କୁ ଘରେ ରହିବାକୁ ସେନାର ନିର୍ଦ୍ଦେଶ

ଆତଙ୍କୀଙ୍କ ବିରୋଧରେ ଯୁଦ୍ଧ ! ଲୋକଙ୍କୁ ଘରେ ରହିବାକୁ ସେନାର ନିର୍ଦ୍ଦେଶ

Read More...

 ଅନୁସୁଚିତ ଜନଜାତି ପ୍ରସଙ୍ଗ  :  ବିଜେପି-ବିଜେଡି କଥା କଟାକଟି

ଅନୁସୁଚିତ ଜନଜାତି ପ୍ରସଙ୍ଗ : ବିଜେପି-ବିଜେଡି କଥା କଟାକଟି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page