ଅନୁସୁଚିତ ଜନଜାତି ପ୍ରସଙ୍ଗ : ବିଜେପି-ବିଜେଡି କଥା କଟାକଟି

October 19, 2021, ଓଡ଼ିଶା, , Anupambharat News Bureau


 ଅନୁସୁଚିତ ଜନଜାତି ପ୍ରସଙ୍ଗ  :  ବିଜେପି-ବିଜେଡି କଥା କଟାକଟି
Anupambharat News Bureau
October 19, 2021


ଭୁବନେଶ୍ୱର, ୧୯ା୧୦(ଅନୁପମ ମିଡ଼ିଆ): ଅନୁସୁଚିତ ଜନଜାତି ପ୍ରସଙ୍ଗରେ ପୁଣି ଥରେ ବିଜେପି ଓ ବିଜେଡ଼ି ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଛି । ‘ଆଦିବାସୀଙ୍କ ସ୍ୱାର୍ଥ ପାଇଁ ମୁହଁ ଖୋଲିଲେ, ବେଇଜ୍ଜତ କରୁଛନ୍ତି ରାଜ୍ୟ ସରକାର’ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି । ୨୦୨୦ ମସିହାରେ ଓଡିଶାରେ ଅନୁସୁଚିତ ଜନଜାତିଙ୍କ ବିରୋଧରେ ଅପରାଧ ମାମଲା ୬୨୪ଟି ରୁଜୁ ହେବା ସହ ଏହା ଦେଶରେ ଚତୁର୍ଥ ସର୍ବାଧିକ ରାଜ୍ୟ ଥିଲା । ନିଜ ନ୍ୟାର୍ଯ୍ୟ ହକ୍‌ ପାଇଁ ଦାବି ଜଣାଇଲେ ରାଜ୍ୟରେ ଅନୁସୁଚିତ ଜାତି ଓ ଜନଜାତି ବର୍ଗ ଲୋକଙ୍କୁ ଧମକ ଦିଆଯାଉଛି । ଦଳିତ ବିରୋଧୀ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ । ଅଧିକାଂଶ ମାମଲାରେ ଚାର୍ଜସିଟ୍‌ ମଧ୍ୟ ଦାଖଲ କରାଯାଉନାହିଁ । ଅନୁସୁଚିତ ଜନଜାତି ବର୍ଗର ହୋଇଥିବା କାରଣରୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଓ ପ୍ରଶାସନ ତପିରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ସେହିପରି ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ସରକାରୀ ବାବୁ ଏବଂ କର୍ମଚାରୀଙ୍କ ଜରିଆରେ ଆଦିବାସୀ ବର୍ଗକୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀଙ୍କୁ ବେଇଜ୍ଜତ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ବିଭିନ୍ନ ଆଇନ ପ୍ରଣୟନ କରି ଆଦିବାସୀଙ୍କ ଅଧିକାରକୁ ଛଡେଇ ନେଇଛନ୍ତି । ଆଦିବାସୀଙ୍କୁ ଦୀର୍ଘ ବର୍ଷ ଧରି ଜମି ପଟ୍ଟା ଦିଆଯାଉନାହିଁ । ରାଜ୍ୟ ସରକାର ବର୍ତମାନ ସୁଦ୍ଧା ପେସା ଆଇନ କାର୍ଯ୍ୟକାରିତାକୁ ନେଇ କୈାଣସି ତପିରତା ପ୍ରକାଶ ନକରିବା ଆଦିବାସୀ ବିରୋଧୀ ନୀତିକୁ ସ୍ପଷ୍ଟ କରିଛି । ଏହି ଅବସରରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପ ସଭାପତି ବଳଭଦ୍ର ମାଝୀ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ଏବଂ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷେ ଓଡିଶା ବିଜେପି ସଭାପତି ସମୀର ମହାନ୍ତି କେବଳ ଓଡିଶାର ନିରୀହ ଆଦିବାସୀମାନଙ୍କ ଉପରେ ରାଜନୀତି କରିବାକୁ ଆଗ୍ରହୀ । ଓଡିଶା ବିଜେପି ପାଇଁ ଏହା କେବଳ ଏକ ରାଜନୈତିକ କାର୍ଡ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି । ରାଜ୍ୟ ବିଜେପି ସଭାପତି ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ମାଝି କହିଛନ୍ତି ଯେ ଆଦିବାସୀ କଲ୍ୟାଣ ବିଷୟରେ କହିବାକୁ ଓଡ଼ିଶା ବିଜେପିର ନୈତିକ ଅଧିକାର ନାହିଁ । କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ସେମାନଙ୍କ ଦଳର ସରକାର ଆଦିବାସୀ ଛାତ୍ରବୃତି ବନ୍ଦ କରିଦେଇଛନ୍ତି । ଆଦିବାସୀ ବିକାଶ ଏବଂ ଆଦିବାସୀ କଲ୍ୟାଣ ପାଇଁ ଦିଆଯାଉଥିବା ଅର୍ଥକୁ ତାଙ୍କରି ଦଳ ପରିଚାଳିତ ସରକାର ହ ୍ରାସ କରିଛନ୍ତି । ଓଡିଶାର ବିଜେପି ସାଂସଦମାନେ ଦିଲ୍ଲୀରେ ଆଦିବାସୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହକୁ ବନ୍ଦ କରିଦେଇଛନ୍ତି । ଅନ୍ୟପକ୍ଷେ ସମଗ୍ର ଦେଶରେ ଓଡିଶା ସର୍ବାଧିକ ପରିମାଣର ଛାତ୍ରବୃତି ପ୍ରଦାନ କରୁଛି । ଆଦିବାସୀ ହଷ୍ଟେଲଗୁଡିକରେ ଓଡିଶାରେ ସର୍ବାଧିକ ଝିଅ ଅଛନ୍ତି ଏବଂ ଓଡିଶା ହେଉଛି ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ଏସଡିସି ଥିବା ଏକମାତ୍ର ରାଜ୍ୟ ଯେଉଁଠାରେ ବ୍ୟାପକ ବିକାଶମୂଳକ କାର୍ଯ୍ୟ କରାଯାଇଛି । ଆଦିବାସୀ ପ୍ରସଙ୍ଗକୁ ନେଇ ରାଜନୀତି କରିବା ପରିବର୍ତ୍ତେ, ଓଡିଶା ବିଜେପି ଦିଲ୍ଲୀ ଦରବାରରେ ପଡି ରହିଥିବା ଆଦିବାସୀଙ୍କ ଦାବି ଗୁଡିକର କିଭଳି ସମାଧାନ ହୋଇପାରିବ ସେଥିପାଇଁ ତାଙ୍କର ଦଳ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିବା ଉଚିତ୍‌ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବନ୍ୟା ବିତ୍ପାତ,୩୪ ମୃତ

ବନ୍ୟା ବିତ୍ପାତ,୩୪ ମୃତ

Read More...

ଚାରି ଜିଲ୍ଲାରେ  ପ୍ରବଳ ବର୍ଷା !

ଚାରି ଜିଲ୍ଲାରେ ପ୍ରବଳ ବର୍ଷା !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page