ହିଞ୍ଜିଳିରେ ଚାଞ୍ଚଲ୍ୟ : ଅପହରଣ ପରେ ବୃଦ୍ଧଙ୍କୁ ହତ୍ୟା

October 05, 2021, ଓଡ଼ିଶା, , Anupambharat News Bureau


ହିଞ୍ଜିଳିରେ ଚାଞ୍ଚଲ୍ୟ : ଅପହରଣ ପରେ ବୃଦ୍ଧଙ୍କୁ ହତ୍ୟା
Anupambharat News Bureau
October 05, 2021


ହିଞ୍ଜିିଳିକାଟୁ, ୫ା୧୦(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଗୋଦରାପଲୀ ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ଅପହରଣ କରି ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛିି । ହତ୍ୟାର ଶିକାର ହୋଇଛନ୍ତି ଗୋଦରାପଲ୍ଲୀ ଗ୍ରାମର ପି ଧର୍ମାରାଓ (୬୩) । ଅଭିଯୁକ୍ତ ଉକ୍ତ ଗ୍ରାମର ବାପା,ପୁଅ ରହିଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଗୋଦରାପଲ୍ଲୀ ଗ୍ରାମର ଧର୍ମାରାଓଙ୍କ ପରିବାର ସହ ଜାଗିଲି ସେଠୀଙ୍କ ପରିବାର ସହ ଦୀର୍ଘ ଦିନ ଧରି ଶତ୍ରୁତା ଲାଗି ରହିଥିଲା । ମଙ୍ଗଳବାର ସକାଳେ ପୂର୍ବ ଯୋଜନା ମୁତବକ ଜାଗିଲି ଓ ତାଙ୍କ ପୁଅ ସୁଦର୍ଶନ ମିଶି ଧର୍ମାଙ୍କୁ ଏକ ଅଟୋରେ ଅପହରଣ କରିଥିଲେ । ଏହାପରେ ସେମାନେ ମୋହନାପଲ୍ଲୀ ଯିବା ରାସ୍ତାରେ ଅଟକୁ ରଖି ଧର୍ମାରାଓଙ୍କୁ ଗାଡ଼ିରୁ ବାହାରକୁ ଆଣି ଜଣେ ଚଦରରେ ବେକକୁ ଚାପି ଧରିବା ସହ ଲୁହାରଡ଼୍‌ରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଧର୍ମାଙ୍କ ମୃତୁ୍ୟ ଘଟିଥିଲା । ଶବକୁ ସେମାନେ ମୋହନାପଲୀ ନିକଟସ୍ଥ ଋଷିକୂଲ୍ୟା ୯ନଂ କେନାଳରେ ଫୋପାଡ଼ି ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ସେହି କେନାଲ ରାସ୍ତା ଦେଇ ଯାଉଥିବା ସମୟରେ କେନାଳରେ ବୃଦ୍ଧଙ୍କ ମୃତ ଦେହ ଭାସୁଥିବା ଦେଖି ହିଞ୍ଜିିିଳି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ହିଞ୍ଜିଳି ଥାନା ଏସଆଇ ବାସୁଦେବଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ପରେ ଖବର ପାଇ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ, ପାଟପୁର ଥାନା ଭାରପ୍ରାପ୍ତ ଅଧିକାରୀ ସବ୍ୟସାଚି ମଲ୍ଲ, ଶେରଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ମମତା ସାମନ୍ତରାୟ, ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ଏ ନେଇ ମୃତ ଧର୍ମାଙ୍କ ପୁତୁରା ସୁରେଶ ରାଓଙ୍କ ଏତଲା କ୍ରମେ ପୋଲିସ ହତ୍ୟା ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚାଲିଥିବା ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସିଂ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ମୋ ସରକାର’ର ସମୀକ୍ଷା : ଲୋକଙ୍କ ସହ ସିଧାସଳଖ କଥା ହେଲେ ନବୀନ

‘ମୋ ସରକାର’ର ସମୀକ୍ଷା : ଲୋକଙ୍କ ସହ ସିଧାସଳଖ କଥା ହେଲେ ନବୀନ

Read More...

ଘରେ ଲାଗିବ ସ୍ମାର୍ଟ ମିଟର

ଘରେ ଲାଗିବ ସ୍ମାର୍ଟ ମିଟର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page