ଘରେ ଲାଗିବ ସ୍ମାର୍ଟ ମିଟର

October 05, 2021, ଓଡ଼ିଶା, , Anupambharat News Bureau


ଘରେ ଲାଗିବ ସ୍ମାର୍ଟ ମିଟର
Anupambharat News Bureau
October 05, 2021


ଭୁବନେଶ୍ୱର, ୫ା୧୦ (ଅନୁପମ ମିଡ଼ିଆ): ଏଣିକି ବିଦୁ୍ୟତ୍‌ ପାଇଁ ଘରେ ପ୍ରିପେଡ ସ୍ମାର୍ଟ ମିଟର ଲାଗିବ । ସିମ୍‌ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ, ସେତିକି ବିଦୁ୍ୟତ୍‌ ବ୍ୟବହାର କରିବ । ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଟାଟା ପାୱାର ସାଉଥକୋର ସିଇଓ ଓ ଶକ୍ତି ବିଭାଗ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ କେତୋଟି ଦିଗ ଉପରେ ଆଲୋଚନା କରାଯାଇଛି । ଯେଉଁ ଅଞ୍ଚଳରେ ଠିକ୍‌ ଭାବେ ବିଦୁ୍ୟତ୍‌ ୍‌ ଯୋଗାଣ ହୋଇପାରିନି, ସେଠି କେମିତି ତାହାର ଉପଯୁକ୍ତ ବ୍ୟବସ୍ଥା ହେବ, ସେଥିନେଇ ଆଲୋଚନା ହୋଇଛି । ଏଣିକି ଏସଏଚଜି ଦ୍ୱାରା ବିଲ ଆଦାୟ କରିବ କମ୍ପାନୀ । ଘରକୁ ଯାଇ ବିଲ୍‌ ଆଦାୟ କରିବ ଏସଏଚଜି । ଯେଉଁ ଘରକୁ ଲାଇନ ଦିଆଯାଇନି, ତୁରନ୍ତ ଦିଆଯିବ । ପାୱାର କଟ ପୂର୍ବରୁ ଗାଁ ଗଣ୍ଡାରେ ପ୍ରଚାର ହେବା ଦରକାର । ଯେଉଁମାନେ ଆଉଟସୋର୍ସରେ କାମ କରୁଛନ୍ତି,
ଟେକ୍ନିକାଲ ହେଉ ବା ନନ୍‌ ଟେକ୍ନିକାଲ, ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମଜୁରି ଦରରେ ଅର୍ଥ ପାଇବେ । ଠିକଣା ସମୟରେ ବିଲ ଆଦାୟ ପାଇଁ, ପ୍ରତି ମାସ ଶେଷରେ ଗ୍ରାହକଙ୍କୁ ବିଲ୍‌ ଦେବା ପାଇଁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହିଞ୍ଜିଳିରେ ଚାଞ୍ଚଲ୍ୟ : ଅପହରଣ ପରେ ବୃଦ୍ଧଙ୍କୁ ହତ୍ୟା

ହିଞ୍ଜିଳିରେ ଚାଞ୍ଚଲ୍ୟ : ଅପହରଣ ପରେ ବୃଦ୍ଧଙ୍କୁ ହତ୍ୟା

Read More...

ଓଡ଼ିଶାରେ ଜାତିସଂଘ ପ୍ରତିନିଧି : ଏସ୍‌ଏଚ୍‌ଜିଙ୍କୁ ଦିଆଯିବ ଡିଜିଟାଲ ମାର୍କେଟିଂ ତାଲିମ

ଓଡ଼ିଶାରେ ଜାତିସଂଘ ପ୍ରତିନିଧି : ଏସ୍‌ଏଚ୍‌ଜିଙ୍କୁ ଦିଆଯିବ ଡିଜିଟାଲ ମାର୍କେଟିଂ ତାଲିମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page