ପାରଳାରେ ଫୁଟିଲା ପଦ୍ମ, ମୋହନାରେ ହାତ

May 24, 2019, ଓଡ଼ିଶା, , Anupambharat News Bureau


ପାରଳାରେ ଫୁଟିଲା ପଦ୍ମ, ମୋହନାରେ ହାତ
Anupambharat News Bureau
May 24, 2019

ପାରଳାଖେମୁଣ୍ଡି,୨୪ା୫(ଅନୁପମ ମିଡ଼ିଆ): ୨୦୧୯ ସାଧାରଣ ନିର୍ବାଚନର ମତଦାନ ପରେ କିଏ ଜିତିବ କିଏ ହାରିବ ଏହାକୁ ନେଇ ବିଭିନ୍ନ ଦଳ ଓ ଲୋକମାନଙ୍କ ପକ୍ଷରୁ ଦୀର୍ଘ ଦିନ ଧରି ଲାଗି ରହିଥିବା ଉତ୍କଣ୍ଠା, କଳ୍ପନା ଜଳ୍ପନା ଓ ଆକାଂକ୍ଷାର ଗତକାଲି ଭୋଟ ଗଣତି ହେବା ଓ ଫଳାଫଳ ଜଣାପଡିବା ପରେ ଜିଲ୍ଳା ଅବସାନ ହୋଇଛି ।
ରାଜନୀତି ବିଶେଷଜ୍ଞ ମାନଙ୍କ ଅଙ୍କ କଷା କେଉଁଠି ଭୁଲ୍‌ ହୋଇଛି ତ କେଉଁଠି ଠିକ୍‌ ହୋଇଛି । ଗଜପତି ଜିଲ୍ଲାର ୨ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ୧୩୫ ମୋହନା ଓ ୧୩୭ ପାରଳାଖେମୁଣ୍ଡି ପାଇଁ ଭୋଟ ଗଣତି ହୋଇ ଫଳାଫଳ ପାରଳାଖେମୁଣ୍ଡିରେ ଭାଜପାର କେ.ନାରାୟଣ ରାଓ ଏବଂ ମୋହନାରେ କଂଗ୍ରେସର ଦାଶରଥୀ ଗମାଙ୍ଗ ବିଜୟ ମୁକୁଟ ପିନ୍ଧିଛନ୍ତି । ଫଳାଫଳକୁ ନେଇ ବର୍ତ୍ତମାନ ସମସ୍ତ ଦଳୀୟ, ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି । ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ମାନେ ବିଭିନ୍ନ ସ୍ଥାନରେ ଏହି ବିଜୟ ଫଳାଫଳରେ ଅତ୍ୟନ୍ତ ଉତ୍ସାହିତ ହୋଇ ବାଣୁ ଫୁଟାଇ ବିଭିନ୍ନ ମୌଜ କରିବା ସହ ଶୋଭାଯାତ୍ରା କରୁଥିବା ବେଳେ ପରାଜିତ ପ୍ରାର୍ଥୀ ମାନେ କିନ୍ତୁ କେଉଁ ବୁଥ୍‌ ଓ କେଉଁ ଅଞ୍ଚଳରେ ସେମାନଙ୍କ ଭୋଟ କମିଗଲା, କେଉଁଠାରେ ମିଳିଲା କେଉଁଠି ମିଳିଲାନି ତାହାକୁ ନେଇ ବର୍ତ୍ତମାନ ଆତ୍ମଚିନ୍ତନ ହୋଇ ତର୍ଜମା ଆଲୋଚନା କରୁଛନ୍ତି ।
ଗତ ୨୦୧୪ ନିର୍ବାଚନରେ ପାରଳାଖେମୁଣ୍ଡି ଆସନରୁ କଂଗ୍ରେସର କେ. ସୂର୍ଯ୍ୟରାଓ ଏବଂ ମୋହନାରେ ବିଜେଡ଼ିର ବାସନ୍ତୀ ମଲ୍ଲିକ ଥିବାବେଳେ ବର୍ତ୍ତମାନ ୨୦୧୯ ନିର୍ବାଚନର ଫଳାଫଳରେ ପାରଳାଖେମୁଣ୍ଡିରେ ପାରଳା ଇତିହାସର ପ୍ରଥମ ଥର ପାଇଁ ଭାଜପାର ଖାତା ଖୋଲିଛି । ଏଥିରେ ନିର୍ବାଚନର ଗତ କିଛି ଦିନ ପୂର୍ବରୁ ଦୀର୍ଘ ଦିନ ଧରି ବିଜେଡ଼ି ରହିଥିବା ପୂର୍ବତନ ବିଧାୟକ କେ.ନାରାୟଣ ରାଓଙ୍କୁ ବିଜେଡ଼ି ଟିକେଟ୍‌ ନ ମିଳିବା ପରେ ସେ ବିଜେଡ଼ି ଛାଡ଼ି ଭାଜପାରେ ଯୋଗ ଦେଇ ପାରଳା ଆସନରେ ପ୍ରତିଦ୍ୱନ୍ଦିତା ପାଇଁ ଟିକେଟ୍‌ ହାତେଇଥିଲେ । ସେ ପ୍ରତିଦ୍ୱନ୍ଦିତା ମଇଦାନରେ ଅବତୀର୍ଣ୍ଣ ହୋଇ ବିଜୟୀ ହୋଇଛନ୍ତି ।
ଭାଜପାର କେ.ନାରାୟଣ ରାଓ ଏଠାରେ ମୋଟ ୫୨,୪୧୫ଟି ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସ ଟିକେଟ୍‌ ନପାଇ ଅସନ୍ତୋଷରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ଡ଼. ତିରୁପତି ପାଣିଗ୍ରାହୀ ୩୭୦୮୦, ବିଜେଡ଼ିର କଲ୍ୟାଣୀ ଗଜପତିଙ୍କୁ ୨୬,୬୪୫ ଏବଂ କଂଗ୍ରେସ ପକ୍ଷରୁ ବିଧାୟକ ଥିବା କେ.ସୂର୍ଯ୍ୟ ରାଓଙ୍କୁ ୨୪୦୪୦ଟି ଭୋଟ ମିଳିଛି । ସେହିଭଳି ଏଠାରେ ଆଉ ୩ଜଣ ପ୍ରାର୍ଥୀ ରହିଥିବାରୁ ବିଏସ୍‌ପିର ଗୌରୀଙ୍କୁ ୧୧୩୩ଟି, ସମତା ପାର୍ଟିକୁ ୧୦୯୮ ଏବଂ କେଦାର ଶବରଙ୍କୁ ୧୫୭୨ଟି ଭୋଟ ମିଳିଛି । ଏଠାରେ ନୋଟାରେ ମୋଟ ୧୯୪୪ଟି ଭୋଟ ମିଳିଥିବା ବେଳେ ୪୧ଟି ନାକଚ ହୋଇଥିବା ଜଣାଯାଇଛି । ସେହିଭଳି ଜିଲ୍ଲାର ଅନ୍ୟ ଏକ ନିର୍ବାଚନ ମଣ୍ଡଳୀ ମେହନାରେ ୮ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ମୁଖ୍ୟତଃ କଂଗ୍ରେସ, ବିଜେଡ଼ି ଓ ଭାଜପା ମଧ୍ୟରେ ହୋଇଥିଲା । କଂଗ୍ରେସର ଦାଶରଥୀ ଗମାଙ୍ଗ ଏଠାରେ ବିଜୟୀ ହୋଇଛନ୍ତି । ସେ ମୋଟ ୫୩୭୦୫ଟି ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡ଼ିର ପୂର୍ଣ୍ଣବାସୀ ନାୟକଙ୍କ ଠାରୁ ୨୩୫୭ଟି ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ଏଠାରେ ବିଜେଡ଼ିର ପୂର୍ଣ୍ଣବାସୀ ନାୟକ ମୋଟ ୫୧,୩୫୧ଟି, ଭାଜପାର ପ୍ରଶାନ୍ତ ମଲ୍ଲିକ ୪୬୧୭୬ଟି, ସୁଦାମ ରଇତ ୨୨୨୨ଟି, ଦାମୋଦର ରଇତ ୧୨୯୧ଟି, ଯାକୁବ କାର୍ଜୀ ୧୪୬୫ଟି, ଆମସନ ମଲ୍ଲିକ ୩୪୨୩ ଏବଂ ଭାରତ ପାଇକ ୧୪୪୦ଟି ଭୋଟ ପାଇଛନ୍ତି । ନୋଟାରେ ଏଠାରେ ୨୮୯୮ଟି ଭୋଟ ରହିଛି । ଏହି ନିର୍ବାଚନ ମଣ୍ଡଳୀରେ ୨୯୭ଟି ମତଦାନ କେନ୍ଦ୍ରରେ ମୋଟ ୧୬୩୯୭୧ଟି ଭୋଟ ପଡିଥିଲା । ଉଭୟ ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀର ବିଜୟ ପ୍ରାର୍ଥୀ ଭାଜପାର କେ. ନାରାୟଣ ରାଓ ଏବଂ ମୋହନା କଂଗ୍ରେସର ଦାଶରଥୀ ଗମାଙ୍ଗ ଭୋଟ ଗଣତି ଫଳାଫଳ ବାହାରି ବିଜୟ ହେବା ପରେ ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର ଦଳୀୟ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଅନ୍ୟପକ୍ଷରେ ସାମ୍ବାଦିକ ମାନଙ୍କୁ ବିଜୟ ପରେ ତାଙ୍କର ୫ବର୍ଷ କାଳ ମଧ୍ୟରେ ନିର୍ବାଚନ ମଣ୍ଡଳୀର ସମସ୍ତଙ୍କୁ ନେଇ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଗମନାଗମନ ସମେତ ବିଭିନ୍ନ ଅର୍ଦ୍ଧନିର୍ମାଣ ଓ ଚାଲିଯାଇଥିବା ପ୍ରକଳ୍ପ ଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ବିକାଶ ନେଇ କାର୍ଯ୍ୟ କରିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶୋକାକୁଳ ପରିବେଶରେ ପିସିସି ସମ୍ପାଦକ ମନୋଜଙ୍କ ଶବ ସତ୍କାର

ଶୋକାକୁଳ ପରିବେଶରେ ପିସିସି ସମ୍ପାଦକ ମନୋଜଙ୍କ ଶବ ସତ୍କାର

Read More...

କଂଗ୍ରେସ ପ୍ରାର୍ଥୀ ରମେଶ ବିଜୟୀ

କଂଗ୍ରେସ ପ୍ରାର୍ଥୀ ରମେଶ ବିଜୟୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page