କଂଗ୍ରେସ ପ୍ରାର୍ଥୀ ରମେଶ ବିଜୟୀ

May 24, 2019, ଓଡ଼ିଶା, , Anupambharat News Bureau


କଂଗ୍ରେସ ପ୍ରାର୍ଥୀ ରମେଶ ବିଜୟୀ
Anupambharat News Bureau
May 24, 2019

ସାନଖେମୁଣ୍ଡି, ୨୪ ।୫(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ ଫଳାଫଳକୁ ନେଇ ନିର୍ବାଚନ ପୂର୍ବରୁ ସାରା ଓଡ଼ିଶାର ନେତାଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ନଜର ରହିଥିଲା । ସମଗ୍ର ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରବଳ ଜନମତ, ସାନଖେମୁଣ୍ଡିରେ ନିଜେ ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ରାଲି ସତ୍ତେ୍ୱ ଏହି ବିଧାନସଭା ଆସନଟି କଂଗ୍ରେସ ହାତକୁ ଚାଲିଯାଇଥିବାରୁ ରାଜନୈତିକ ବିଷାରଦ ତଥା ନେତାମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।
ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ଏହି ନିର୍ବାଚନ ୧୩୦ ସାନଖେମୁଣ୍ଡି ବିଧାନସଭା ପାଇଁ ସର୍ବମୋଟ ୧,୪୭,୬୦୬ ମତଦାତା ୨୫୩ କେନ୍ଦ୍ରରେ ମତଦାନ କରିଥିଲେ । ଉଭୟ ସାନଖେମୁଣ୍ଡି ଓ ଧରାକୋଟ ବ୍ଲକକୁ ନେଇ ଗଠିତ ଏହି ବିଧାନସଭା କ୍ଷେତ୍ରରେ ଧରାକୋଟର ୧୧୦ ବୁଥ୍‌ ଏବଂ ସାନଖେମୁଣ୍ଡିରେ ୧୪୩ ବୁଥ୍‌ରେ ମତଦାନ ହୋଇଥିଲା । ଗତକାଲି ଅନୁଷ୍ଠିତ ମତଗଣନା (ଫଳାଫଳରେ) ପ୍ରତିଦ୍ୱନ୍ଦୀ କରୁଥିବା ୫ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ମୁଖ୍ୟତଃ ତି୍ରମୁଖୀ ପ୍ରତିଦ୍ୱନ୍ଦିତାରେ କଂଗ୍ରେସ, ବିଜେଡ଼ି ଓ ବିଜେପି ମଧ୍ୟରେ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ବିଧାନସଭା ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟ କୁମାର ସ୍ୱାଇଁଙ୍କୁ ୧୫,୨୫୫, ବିଜେଡ଼ି ପ୍ରାର୍ଥୀ ନନ୍ଦିନୀ ଦେବୀଙ୍କୁ ୫୧,୨୩୨ ଓ କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନାଙ୍କୁ ସର୍ବାଧିକ ୭୪ହଜାର ୮୬୨ ଭୋଟ ମିଳିଥିବା ବେଳେ ନୋଟାରେ ୨,୭୫୧ ଖଣ୍ଡ ଭୋଟ ପଡ଼ିଥିବା ଜଣାଯାଇଛି । ଏଠାରେ ସିଧାସଳଖ କଂଗ୍ରେସ-ବିଜେଡ଼ି ପ୍ରତିଦ୍ୱନ୍ଦିତାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା, ବିଜେଡ଼ି ପ୍ରାର୍ଥୀନୀ ନନ୍ଦିନୀ ଦେବୀଙ୍କୁ ୨୩,୮୧୨ ଭୋଟରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଥିଲେ । ଫଳାଫଳ ଘୋଷଣା ପରେ କଂଗ୍ରେସ ଶିବିର ତଥା ସମର୍ଥକ ମହଲରେ ଏହାକୁ ନେଇ ଆନନ୍ଦର ଲହରୀ ଖେଳିଯାଇଛି । ପୋଡ଼ାମାରୀ, ଡ଼େଙ୍ଗାଓସ୍ତା, ସିଙ୍ଗିପୁର, ଗୌତମୀ, ଖଲିଙ୍ଗୀ, ଆଡ଼ପଡ଼ା, କଙ୍କୋରଡ଼ା ଆଦି ସ୍ଥାନରେ ସନ୍ଧ୍ୟାରେ ଉତ୍ସବର ମାହୋଲ ସହ ମିଷ୍ଟାନ୍ନ ବଣ୍ଟନ ହୋଇଥିଲା । ପାଟପୁର ଗାନ୍ଧୀଛକ ଠାରେ ଆୟୋଜିତ ଏକ ଜନଗହଳିପୂର୍ଣ୍ଣ କାର୍ଯ୍ୟକ୍ରମରେ ଜନସାଧାରଣ ସାମୂହିକ ଭାବେ ରମେଶ ଚନ୍ଦ୍ର ଜେନାଙ୍କୁ ସମ୍ବର୍ଦ୍ଧିତ କରିବା ସହ ନବବିଧାୟକ ଗାନ୍ଧୀମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାରେ ଫୁଟିଲା ପଦ୍ମ, ମୋହନାରେ ହାତ

ପାରଳାରେ ଫୁଟିଲା ପଦ୍ମ, ମୋହନାରେ ହାତ

Read More...

ବଲାଙ୍ଗୀରରେ ନରସିଂହ ଓ ଲୋଇସିଂହାରେ ମହାଲିଙ୍ଗ

ବଲାଙ୍ଗୀରରେ ନରସିଂହ ଓ ଲୋଇସିଂହାରେ ମହାଲିଙ୍ଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page