ଗ୍ରାମରକ୍ଷୀକୁ ହତ୍ୟା କଲେ ମାଓବାଦୀ

September 01, 2021, ଓଡ଼ିଶା, , Anupambharat News Bureau


 ଗ୍ରାମରକ୍ଷୀକୁ ହତ୍ୟା କଲେ ମାଓବାଦୀ
Anupambharat News Bureau
September 01, 2021


ରାୟଗଡ଼ା/ଅମ୍ବାଦଳା,୧ା୯(ଅନୁପମ ମିଡିଆ): ବହୁ ମାସର ନୀରବତା ପରେ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ସ୍ଥିତ ଡ଼ିମିରିଗୁଡା ପଞ୍ଚାୟତରେ ପୋଲିସ ଇନଫର୍ମର ସନ୍ଦେହରେ ଟିକରପଡାର ଗ୍ରାମରକ୍ଷୀ ସନ୍ତୋଷ ଦଣ୍ଡସେନାକୁ ମାଓବାଦୀମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ମିଳିଥିବା ସୂଚନା ପ୍ରକାରେ ଗତକାଲି ରାତିରେ ୧୦ରୁ ଅଧିକ ମାଓବାଦୀ ଆସି ସନ୍ତୋଷକୁ ଘରୁ ଡ଼ାକିନେଇ ଗାଁଠୁ ୫୦ ମିଟର ଦୂରରେ ଗୁଳିକରି ହତ୍ୟା କରିଥିଲେ । ପୋଲିସକୁ ନକ୍ସଲଙ୍କ ସମ୍ପର୍କରେ ସୂଚନା ଦେବା ଅଭିଯୋଗରେ ସନ୍ତୋଷକୁ ହତ୍ୟା କରିଛନ୍ତି ମାଓବାଦୀ । ହତ୍ୟାପରେ ମୃତଦେହ ନିକଟରେ ପୋଷ୍ଟର ମଧ୍ୟ ଛାଡି ଯାଇଛନ୍ତି । ବଶଧାରା-ଘୁମୁସର-ନାଗାବଳି ଡିଭିଜିନାଲ କମିଟି ତରଫରୁ ଏହି ପୋଷ୍ଟରରେ ଜାହିର କରିଛି । ପୂର୍ବରୁ ସନ୍ତୋଷକୁ ବହୁବାର ତାଗିତ କରାଯାଇଥିଲା । ତଥାପି ସନ୍ତୋଷ ଇନ୍‌ଫର୍ମର ସାଜିଥିଲେ ଓ ଅଞ୍ଚଳର କିଛି ଯୁବକଙ୍କୁ ଟଙ୍କା ଲୋଭ ଦେଖାଇ ଇନ୍‌ଫର୍ମର ତିଆରି କରିବାରେ ମୁଖ୍ୟ ଭୁମିକା ସାଜିଥିଲା ସନ୍ତୋଷ, ତେଣୁ ହତ୍ୟା କରାଯାଇଥିବା ପୋଷ୍ଟେରରେ ଉଲ୍ଲେଖ ରହିଛି । ଅନ୍ୟମାନେ ଯଦି କ୍ଷମା ନ ମାଗନ୍ତି ସେମାନଙ୍କୁ ମଧ୍ୟ ସନ୍ତୋଷ ଭଳି ମୃତୁ୍ୟ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଳେଖ ରହିଛି । ସନ୍ତୋଷଙ୍କ ହତ୍ୟା ପରେ ରଘୁବରୀ ଏବଂ ଡ଼ିମିରିଗୁଡା ପଞ୍ଚାୟତରେ ଭୟର ବାତାବରଣ ଦେଖା ଦେଇଛି । ଘଟଣା ସ୍ଥଳରେ ଅମ୍ବାଦଳା ପୋଲିସ ପହଞ୍ଚି ପୋଷ୍ଟର ଜବତ କରି ତଦନ୍ତ ଜାରି ରଖିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିରୋଧୀଙ୍କ ହଟ୍ଟଗୋଳରେ ତିନି ବିଲ୍‌ ପାରିତ  ସୁରୁଖୁରୁରେ ଚାଲି ପାରୁନି ଗୃହ

ବିରୋଧୀଙ୍କ ହଟ୍ଟଗୋଳରେ ତିନି ବିଲ୍‌ ପାରିତ ସୁରୁଖୁରୁରେ ଚାଲି ପାରୁନି ଗୃହ

Read More...

 ଆରମ୍ଭରୁ ହଟ୍ଟଗୋଳ :ମରୁଡ଼ି ପ୍ରସଙ୍ଗରେ ଗୃହ ଅଚଳ

ଆରମ୍ଭରୁ ହଟ୍ଟଗୋଳ :ମରୁଡ଼ି ପ୍ରସଙ୍ଗରେ ଗୃହ ଅଚଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page