ଆରମ୍ଭରୁ ହଟ୍ଟଗୋଳ :ମରୁଡ଼ି ପ୍ରସଙ୍ଗରେ ଗୃହ ଅଚଳ

September 01, 2021, ଓଡ଼ିଶା, , Anupambharat News Bureau


 ଆରମ୍ଭରୁ ହଟ୍ଟଗୋଳ :ମରୁଡ଼ି ପ୍ରସଙ୍ଗରେ ଗୃହ ଅଚଳ
Anupambharat News Bureau
September 01, 2021


ଭୁବନେଶ୍ୱର, ୧ା୯(ଅନୁପମ ମିଡ଼ିଆ): ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଆଜି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇ ପାରି ନାହିଁ । ମରୁଡ଼ି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଜି ଗୃହ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିଲା ।
ଶୋକ ପ୍ରସ୍ତାବ ପାରିତ ହେବା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଡାକିଥିଲେ । ହେଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ଅନ୍ୟ ମାନେ ନିଜ ନିଜ ଆସନରେ ଠିଆ ହୋଇ କିଛି କହୁଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ବିଧାୟକ ମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାତିଲ କରି ରାଜ୍ୟରେ ମରୁଡି ପରିସ୍ଥିତି ନେଇ ଆଲୋଚନା କରିବାକୁ ଦାବି କରିଥିଲେ । ବାଚସ୍ପତି ସେମାନଙ୍କୁ କହିଥିଲେ ଯେ, ବିରୋଧୀ ଦଳ ଦ୍ୱାରା ଏ ସମ୍ପର୍କରେ ଅଣା ଯାଇଥିବା ମୁଲତବୀ ପ୍ରସ୍ତାବକୁ ସେ ସ୍ୱୀକାର କରିଛନ୍ତି । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ଏହା ଉପରେ ଆଲୋଚନା ହେବ । ତେଣୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଚଳାଇ ରଖିବାରେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ଅନ୍ୟ ପଟେ ମନ୍ତ୍ରୀ ତାଙ୍କର ଉତ୍ତର ରଖୁଥିବା ଦେଖା ଯାଇଥିଲା । ତେବେ କଂଗ୍ରେସ ବିଧାୟକ ମାନେ ସେମାନଙ୍କର ହଟ୍ଟଗୋଳ ଜାରୀ ରଖିଥିଲେ । କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟଭାଗକୁ ଯିବା ତଥା ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଟା କରିବା ଦେଖିବାକୁ ମିଳିଥିଲା । ଏହା ପରେ ବାଚସ୍ପତି ୧୧.୩୯ରୁ ଦିନ ୧୨.୩୪ ଯାଏ ଗୃହକୁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ତେବେ ଏହି ପ୍ରସଙ୍ଗରେ କୃଷି ମନ୍ତ୍ରୀ କହିଥିଲେ ଯେ, ମରୁଡି କିମ୍ବା ସମ୍ଭାବ୍ୟ ମରୁଡି ଏକ ପ୍ରାକୃତିକ ଦୁର୍ବିପାକ । ଏହା ମନୁଷ୍ୟକୃତ ନୁହେଁ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ମରୁଡି ହୋଇଥାଏ । ଗତ ୨୦ବର୍ଷ ଭିତରେ ୮ଥର ରାଜ୍ୟରେ ମରୁଡ଼ି ହୋଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ପ୍ରକାଶ କରିଛନ୍ତି । ଚଳିତ ବର୍ଷାଋତୁରେ ଅଗଷ୍ଟ ୨୮ତାରିଖ ସୁଦ୍ଧା ୨୩ଟି ଜିଲ୍ଲାରେ ନିଅଣ୍ଟିିଆ ବର୍ଷା ହୋଇଛି । କମ ବର୍ଷା ହୋଇଥିବା କାରଣରୁ ୧୪ଜିଲ୍ଲାର ୪୭ଟି ବ୍ଲକରେ ଫସଲ ଗୁରୁତର ଭାବେ ପ୍ରଭାବିତ ହୋଇଛି । ମରୁଡ଼ି ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ସେଠାରେ କଣ୍ଟିଜେନସି କ୍ରପ ପ୍ଲାନ ପ୍ରସ୍ତୁତ କରାଯାଉଛି । ଏବେ ରାୟଗଡ଼ା ଓ ଗଜପତି ଜିଲ୍ଲାରେ ମରୁଡ଼ିସ୍ଥିତିରେ ସୁଧାର ଆସିଛି । ଅପରପକ୍ଷରେ ମରୁଡ଼ି ସ୍ଥିତି ନେଇ ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ମୋହନ ମାଝୀ କହିଛନ୍ତି ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଚିରାଚରିତ ଓ ଦୁର୍ଭାଗ୍ୟ ଜନକ । ପ୍ରକୃତିକୁ ଦୋଷ ଦେଲେ ହେବନି ମରୁଡ଼ି ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି କରାଯାଇ ନାହିଁ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ରାଜ୍ୟର ମରୁଡ଼ି ସ୍ଥିତି ବିଷୟରେ ମନ୍ତ୍ରୀଙ୍କ ଉତ୍ତର ଅବାନ୍ତର । ଏହାକୁ ମୁଁ ଗ୍ରହଣ କରି ପାରୁନାହିଁ । ୩୦ ଜିଲ୍ଲାରୁ ୨୭ ଜିଲ୍ଲାରେ ମରୁଡ଼ି । ତେଣୁ ଆଇନ ଅନୁଯାୟୀ ସରକାର ଏହି ଜିଲ୍ଲା ଗୁଡ଼ିକୁ ମରୁଡି ଗ୍ରସ୍ତ ଜିଲ୍ଲା ବୋଲି ଘୋଷଣା କର;ୁ ।
ସେହିପରି ମରୁଡ଼ି ପ୍ରସଙ୍ଗରେ ମୁଲତବୀ ଆଲୋଚନା ବେଳେ ରାଜସ୍ୱ ମନ୍ତ୍ରୀଙ୍କ ମନ୍ତ୍ରୀଙ୍କ ବଦଳରେ କୃଷି ମନ୍ତ୍ରୀ ଉତ୍ତର ରଖିବାକୁ ନେଇ ଗୃହରେ ଉଦବେଗ ପ୍ରକଟ କରିଥିଲେ ବିରୋଧୀ । ରାଜସ୍ୱ ମନ୍ତ୍ରୀଙ୍କ ବଦଳରେ କାହିଁକି କୃଷି ମନ୍ତ୍ରୀ ଉତ୍ତର ରଖିଲେ ବୋଲି ଉଭୟ କଂଗ୍ରେସ ଓ ବିଜେପି ପ୍ରଶ୍ନ କରିଛନ୍ତି । ଏହା ସଠିକ ପରମ୍ପରା ନୁହେଁ ବୋଲି ବିରୋଧୀ କହିଥିବା ବେଳେ ବାଚସ୍ପତି କହିଥିଲେ ମନ୍ତ୍ରୀ ପରିଷଦର ସଦସ୍ୟ ଉତ୍ତର ରଖି ପାରିବେ । ଯେହେତୁ ରାଜସ୍ୱ ମନ୍ତ୍ରୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନାହିଁ ତେଣୁ ସେ ଭିସିରେ ରହୁଛନ୍ତି । ବାଚସ୍ପତିଙ୍କ ସ୍ପଷ୍ଟୀକରଣ ପରେ ଉତ୍ତରରେ ଅସ;ୁଷ୍ଟ ପ୍ରକାଶ କରି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଗୃହ ମଧ୍ୟ ଭାଗରେ ନାରବାଜି । ଫଳରେ ଗୃହକୁ ବାଚସ୍ପତି ବାରମ୍ବାର ମୁଲତବୀ ଘୋଷଣା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଗ୍ରାମରକ୍ଷୀକୁ ହତ୍ୟା କଲେ ମାଓବାଦୀ

ଗ୍ରାମରକ୍ଷୀକୁ ହତ୍ୟା କଲେ ମାଓବାଦୀ

Read More...

ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ

ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page