ରାଜନୀତି ମଇଦାନରେ ଗମ୍ଭୀର ପାରି ଆରମ୍ଭ

May 24, 2019, ଦେଶ, , Anupambharat News Bureau


ରାଜନୀତି ମଇଦାନରେ ଗମ୍ଭୀର ପାରି ଆରମ୍ଭ
Anupambharat News Bureau
May 24, 2019

ନୂଆଦିଲ୍ଲୀ: ୧୭ତମ ଲୋକସଭା ପାଇଁ ୭ଟି ପର୍ଯ୍ୟାୟର ଫଳାଫଳ ଗୁରୁବାର ପ୍ରକାଶିତ ହୋଇଛି । ଏଥିରେ ଭାରତୀୟ ଜନତା ପାର୍ଟି (ବିଜେପି)ର ହାୱା ଦେଖିବାକୁ ମିଳିଛି । ଦେଶ ପାଇଁ ସଫଳତା ଆଣିଥିବା କିଛି କ୍ରୀଡ଼ାବିତ ନିଜ ନିଜର ଭାଗ୍ୟ ପରଖିବା ପାଇଁ ରାଜନୀତିର ଏହି ପଶାପାଲିରେ ପାଦ ଦେଇଥିଲେ । କିଛି କ୍ରୀଡ଼ାବିତ ପ୍ରଥମଥର ନିର୍ବାଚନ ଲଢ଼ୁଥିବା ବେଳେ କିଛି ନିଜ ନିଜର ଗାଦି ବଞ୍ଚାଇବା ପାଇଁ ମଇଦାନକୁ ଓହ୍ଲାଇଥିଲେ । ଟିମ୍‌ ଇଣ୍ଡିଆକୁ ଦୁଇଥର ବିଶ୍ୱକପ୍‌ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିବା ଗୌତମ ଗମ୍ଭୀରଠାରୁ ଆରମ୍ଭ କରି ୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିବା ବିଜେନ୍ଦର ସିଂହ ପ୍ରଥମଥର ନିର୍ବାଚନୀ ଦଙ୍ଗଲକୁ ଓହ୍ଲାଇଥିଲେ । ସେହିପରି ୨୦୦୪ ଏଥେନ୍ସ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଜିତିଥିବା ରାଜ୍ୟବର୍ଦ୍ଧନ ସିଂହ ରାଠୋର ଦ୍ୱିତୀୟଥର ନିର୍ବାଚନ ଲଢ଼ିଛନ୍ତି । ତେଣୁ ୨୦୧୯ ଲୋକସଭା ନିର୍ବାଚନରେ କିଛି କ୍ରୀଡ଼ାବିତ ନିଜ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି । ତେବେ ଆସ;ୁ ଜାଣିବା, ଏଥିରେ କିଏ ସଫଳ ଏବଂ କିଏ ବିଫଳ ହୋଇଛନ୍ତି । ପୂର୍ବ ଦିଲ୍ଲୀରୁ ଲଢ଼ୁଥିବା ଭାରତର ପୂର୍ବତନ ଓପ୍ନର ଗୌତମ ଗମ୍ଭୀର ରାଜନୀତିରେ ଦମଦାର ଡେବୁ୍ୟ କରିଛନ୍ତି । ଗମ୍ଭୀର ନିଜ ବିରୋଧୀ ତଥା କଂଗ୍ରେସ ପ୍ରାର୍ଥୀ ଅରବିନ୍ଦର ସିଂହ ଲଭଲୀ ଏବଂ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ଆତିଶିଙ୍କୁ ଏକତରଫା ଭାବେ ହରାଇଛନ୍ତି । ଗମ୍ଭୀର ପ୍ରାୟ ତିନିଲକ୍ଷ ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି ଗମ୍ଭୀରଙ୍କୁ ୫୫.୩୫% ଭୋଟ୍‌ ମିଳିଛି । ବକ୍ସିଂ ରିଙ୍ଗରେ ଅନେକ ଧୂରନ୍ଦରଙ୍କୁ ନିଜ ଶକ୍ତ ପଞ୍ଚରେ ଧୂଳି ଚଟାଇଥିବା ବିଜେନ୍ଦରଙ୍କ ରାଜନୀତିକ କ୍ୟାରିୟର ନୈରାଶ୍ୟଜନକ ରହିଛି । ବିଜେନ୍ଦର କଂଗ୍ରେସ ପକ୍ଷରୁ ଦକ୍ଷିଣ ଦିଲ୍ଲୀରେ ଲଢ଼ିଥିଲେ, କି;ୁ ଏଥିରେ ସେ ସଫଳ ହେଲେ ନାହିଁ । ସେ ଏହି ରେସରେ ତୃତୀୟ ସ୍ଥାନରେ ସ;ୁଷ୍ଟ ରହିଛନ୍ତି । ବିଜେପିର ରମେଶ ବିଧୁରୀ ଓ ଆପ୍‌ ପ୍ରାର୍ଥୀ ରାଘବ ଚzାଙ୍କ ସାମ୍ନାରେ ବିଜେନ୍ଦର ଫିକା ପଡ଼ିଛନ୍ତି । ୧୯୮୩ ବିଶ୍ୱକପ୍‌ ଚାମ୍ପିଅନ୍‌ ଭାରତୀୟ ଟିମ୍‌ର ସଦସ୍ୟ କୀର୍ତ୍ତି ଆଜାଦଙ୍କ ପାଇଁ ମଧ୍ୟ ଚଳିତ ନିର୍ବାଚନ ଭଲ ରହିନାହିଁ । ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା କୀର୍ତ୍ତି ଏଥର ଦରଭଙ୍ଗା ବଦଳରେ ଧାନବାଦରୁ ଲଢ଼ିଥିଲେ । ଏହି ଲେଇରେ ସେ ବିଜେପିର ପଶୁପତି ନାଥ ସିଂହ ନିକଟରୁ ପ୍ରାୟ ୪ଲକ୍ଷରୁ ଅଧିକ ଭୋଟ୍‌ ବ୍ୟବଧାନରେ ହାରିଛନ୍ତି ।୨୦୦୪ ଏଥେନ୍ସ ଅଲିମ୍ପିକ୍ସ ପଦକ ବିଜେତା ଶୁଟର୍‌ ରାଜ୍ୟବର୍ଦ୍ଧନ ସିଂହ ଚଳିତ ଲୋକସଭା ନିର୍ବାଚନରେ ସଠିକ୍‌ ଟାର୍ଗେଟ୍‌ ଲଗାଇଛନ୍ତି । ବିଜେପି ପ୍ରାର୍ଥୀ ରାଠୋର ଜୟପୁରର ଗ୍ରାମୀଣ ସିଟରେ ନିର୍ବାଚନ ଲଢ଼ିଥିଲେ ଏବଂ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୨୦୧୪ ନିର୍ବାଚନ ପରେ ରାଠୋର ନିଜ ପ୍ରଦର୍ଶନ ଦ୍ୱାରା ଲୋକଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ରାଠୋର କଂଗ୍ରେସର କ୍ରିଷ୍ଣା ପୁନିଆଙ୍କୁ ପ୍ରାୟ ୪ଲକ୍ଷ ଭୋଟରେ ପରାସ୍ତ କରିଛନ୍ତି । କଂଗ୍ରେସର ପ୍ରତିନିଧିତ୍ୱ କରୁଥିବା ଭାରତୀୟ ଆଥଲେଟ୍‌ କ୍ରିଷ୍ଣା ପୁନିଆ ରାଜନୀତିରେ ବିଫଳ ହୋଇଛନ୍ତି । ଡିସ୍‌କସ୍‌ ଥ୍ରୋୟର ପୁନିଆଙ୍କୁ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ବିରୋଧରେ ଛିଡ଼ା ହେବା ମହଙ୍ଗା ପଡ଼ିଛି । ସେ ମାତ୍ର ୩୩.୮% ଭୋଟ୍‌ ପାଇବାକୁ ସକ୍ଷମକଲ୍ୟାଣ ଚୌବେଙ୍କ କିକ୍‌ ମଧ୍ୟ ରାଜନୀତିରେ କାମ ଦେଲା ନାହିଁ । ସେ ପଶ୍ଚିମବଙ୍ଗର କ୍ରିଷ୍ଣାନଗର ସିଟରେ ବିଜେପି ପ୍ରାର୍ଥୀ ଭାବେ ଲଢ଼ିଥିଲେ । କି;ୁ କଲ୍ୟାଣ ଦ୍ୱିତୀୟ ସ୍ଥାନରେ ସ;ୁଷ୍ଟ ହୋଇଛନ୍ତି ସେ ଟିଏମ୍‌ସିର ମହୁଆ ମୋଇତ୍ରାଙ୍କ ନିକଟରୁ ପ୍ରାୟ ୭ଲକ୍ଷ ଭୋଟରେ ହାରିଛନ୍ତି । ଫୁଟବଲ୍‌ର ପ୍ରସୁନ୍‌ ବାନାର୍ଜୀଙ୍କ ପ୍ରଦର୍ଶନ ଜବରଦସ୍ତ ରହିଛି ପଶ୍ଚିମବଙ୍ଗର ହାୱଡା ସିଟରେ ଟିଏମ୍‌ସି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପ୍ରସୁନ୍‌ ବିଜେପି ପ୍ରାର୍ଥୀ ରାନ୍ଦିଦେବ ସେନ୍‌ଗୁପ୍ତାଙ୍କୁ ପ୍ରାୟ ୧ଲକ୍ଷ ଭୋଟରେ ହରାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରଦାକୁ ଆସିଲା ମୋଦିଙ୍କ ବାୟୋପିକ

ପରଦାକୁ ଆସିଲା ମୋଦିଙ୍କ ବାୟୋପିକ

Read More...

କେନ୍ଦୁଝର ଜିଲ୍ଲାରେ ବିଜେଡିର ବିଜୟଧାରା ଅବ୍ୟାହତ,   ଘସିପୁରାରେ ବଦ୍ରିନାରାୟଣ ପାତ୍ର, ଚମ୍ପୁଆରେ ମିନାକ୍ଷୀ ମହାନ୍ତ,କେନ୍ଦୁଝରରେ ମୋହନ ମାଝୀ,ପାଟଣାରେ ଜଗନ୍ନାଥ ନାଏକ,ତେଲକୋଇରେ ପ୍ରେମାନନ୍ଦ ନାଏକ,ଆନନ୍ଦପୁରରେ ଭାଗିରଥି ସେଠୀ ଓ କେନ୍ଦୁଝର ଲୋକସଭା ଆସନରେ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ

କେନ୍ଦୁଝର ଜିଲ୍ଲାରେ ବିଜେଡିର ବିଜୟଧାରା ଅବ୍ୟାହତ, ଘସିପୁରାରେ ବଦ୍ରିନାରାୟଣ ପାତ୍ର, ଚମ୍ପୁଆରେ ମିନାକ୍ଷୀ ମହାନ୍ତ,କେନ୍ଦୁଝରରେ ମୋହନ ମାଝୀ,ପାଟଣାରେ ଜଗନ୍ନାଥ ନାଏକ,ତେଲକୋଇରେ ପ୍ରେମାନନ୍ଦ ନାଏକ,ଆନନ୍ଦପୁରରେ ଭାଗିରଥି ସେଠୀ ଓ କେନ୍ଦୁଝର ଲୋକସଭା ଆସନରେ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page